ଓଡିଶା

odisha

ETV Bharat / state

‘ଓଡ଼ିଶାରେ ହିଟଲାରୀ ଶାସନ, ଜନସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି ସରକାର’ - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ସରକାର ଓଡ଼ିଶାରେ ହିଟଲରି ଶାସନ ଚଳାଇବା ସହ ଜନସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି ଜଗନ୍ନାଥଙ୍କ ମାଟିରେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

congress mla santosh singh saluja
congress mla santosh singh saluja

By

Published : Mar 2, 2023, 10:01 PM IST

congress mla santosh singh saluja

ଭୁବନେଶ୍ବର:ଓଡିଶାରେ ହିଟଲରୀ ଶାସନ ଚାଲିଛି । ଏ ସରକାରର ଗୋଟେ ଟେଣ୍ଡେନ୍ସି ହୋଇ ଯାଇଛି ଯେଉଁମାନେ ସରକାର ବିରୁଦ୍ଧରେ କହୁଛନ୍ତି ତାଙ୍କ ପୁରୁଣା କେସ ବାହାର କରାଯାଉଛି । ତାଙ୍କ ଘରେ ରେଡ଼ କରାଯାଉଛି । ଏଥିସହ ତାଙ୍କ ପରିବାର ଲୋକଙ୍କୁ ଛୋଟ ମୋଟ ଘଟଣାରେ 307 ଭଳି ଦଫା ଲଗା ଯାଉଛି । ତାଙ୍କୁ ବାଧ୍ୟ କରାଯାଉଛି ମାସ ମାସ ଜେଲରେ ରହିବାକୁ । ଏ ସରକାର ଓଡ଼ିଶାରେ ହିଟଲରୀ ଶାସନ ଚଳାଇବା ସହ ଜନସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି ଜଗନ୍ନାଥଙ୍କ ମାଟିରେ। ତେଣୁ ଲୋକେ ଏହାକୁ କେବେ ହେଲେ ବରଦାସ୍ତ କରିବେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ନବ ଦାସ ହତ୍ୟାକାଣ୍ଡ ରେ ଏସଆଇଟି ତଦନ୍ତ ଆମର ଦାବି ରହିଛି । ସରକାର କ୍ରାଇମବ୍ରାଞ୍ଚ କୁ ଢାଲ କରି କେସ କୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । କ୍ରାଇମବ୍ରାଞ୍ଚ ଟ୍ରାକ ରେକର୍ଡ ବହୁତ ଖରାପ । କ୍ରାଇମବ୍ରାଞ୍ଚ 189 କେସ ରେ ତଦନ୍ତ କରିଥିବା ବେଳେ 63 ରୁ ଉର୍ଦ୍ଧ୍ବ କେସ ରେ ଚାର୍ଜସିଟ ବି ଦେଇ ପାରିନି । ମାତ୍ର 33 ପ୍ରତିଶତ କେସ ରେ ହିଁ ଚାର୍ଜ ସିଟ ଦେଇଛି । କେମିତି କ୍ରାଇମବ୍ରାଞ୍ଚ କୁ ବିଶ୍ଵାସ କରାଯାଇ ପାରିବ । ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ ଷଡ଼ଯନ୍ତ୍ର ହୋଇଛି ତେବେ ସେ ଦିଗରେ ଦଫା ଲାଗିନି କି ତଦନ୍ତ ହେଉନି । ବିଧାନସଭା ର ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ନବ ଦାସଙ୍କ ପ୍ରସଙ୍ଗକୁ ଆହୁରି ଜୋରଦାର କରି ଉଠେଇବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ଏହା ମଧ୍ୟ ପଢନ୍ତୁ- ମଝି ଆକାଶରେ ମାଡ ହେଲା ପକ୍ଷୀ , ଭୁବନେଶ୍ୱର ଏୟାରପୋର୍ଟରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ


ସେହିପରି ବିଧାନସଭା ର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ସରିଛି । ପ୍ରଥମ ପର୍ଯ୍ୟାୟରେ ବିରୋଧୀ ବିଜେପି ଏବଂ କଂଗ୍ରେସ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ। ନବ ଦାସ ହତ୍ୟାକାଣ୍ଡ ତଦନ୍ତ ଦିଗହରା ବୋଲି ବିଜେପି ଏବଂ କଂଗ୍ରେସ ପ୍ରଶ୍ନ ଉଠାଇଥିଲେ। ଏପରିକି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଓ ମଧ୍ୟ କରାଯାଇଥିଲା। କଂଗ୍ରେସ ମଧ୍ୟ ସମାନ କଥା କହିଛି ଦ୍ୱିତୀୟ ପର୍ଯ୍ୟାୟରେ ନବ ଦାସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଗୃହରେ ପ୍ରତିବାଦ ଜଣାଇବ କଂଗ୍ରେସ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details