ଓଡିଶା

odisha

ETV Bharat / state

5T Issue: ବିରୋଧ ସତ୍ତ୍ବେ ଜିଲ୍ଲା ଗସ୍ତ ଜାରି, ଗଣତନ୍ତ୍ର ପାଇଁ ଅଶୋଭନୟୀ କହିଲେ ସାଲୁଜା - 5ଟି ସଚିବ ବିବାଦ

ଘନେଇବାରେ ଲାଗିଛି 5ଟି ସଚିବ ବିବାଦ । ଏହା ଗଣତନ୍ତ୍ର ପାଇଁ ଅଶୋଭନୟୀ ବୋଲି ରାଜନୈତିକ ସମୀକ୍ଷକ କହିବା ସହିତ କଂଗ୍ରେସ କହିଛି ନେତାମନ୍ତ୍ରୀ ଟିକେଟ ଭୟରେ ପାଟି ଖୋଲୁନାହାନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 4, 2023, 7:42 PM IST

ଗଣତନ୍ତ୍ର ପାଇଁ ଅଶୋଭନୟୀ କହିଲେ ସାଲୁଜା

ଭୁବନେଶ୍ବର: ଘନେଇବାରେ ଲାଗିଛି 5ଟି ସଚିବ ବିବାଦ । ଲଗାତର କିଛି ସପ୍ତାହ ଧରି ଏ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରତିକ୍ରିୟା ଏବଂ ପ୍ରତିବାଦ ରଖିଥିବା ବେଳେ ଆଜି ପୁଣି ଥରେ ସୁବର୍ଣ୍ଣପୁରରେ 5ଟି ସଚିବଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ବିରୋଧ ସତ୍ତ୍ବେ ସେ ବାରମ୍ବାର ଅନେକ ଜିଲ୍ଲାକୁ ଗସ୍ତ କରିଛନ୍ତି । ଟିକେଟ କଟିଯିବା ଭୟରେ ବିଜେଡି ନେତାମାନେ ଚୁପ ବସିଥିବା କଂଗ୍ରେସ କହିଥିବା ବେଳେ ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ।

ପ୍ରଥମେ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଗଲା। ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ବିଜେପି ପକ୍ଷରୁ କଳା ପତାକା ଦେଖାଇବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିପରି ଜଳେଶ୍ବର ଗସ୍ତ ସମୟରେ ମାନବ ଶୃଙ୍ଖଳ କରିଥିଲା କଂଗ୍ରେସ । ଆଉ ଆଜି ସୋନପୁର ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ ସମୟରେ ତାଙ୍କୁ ଆମ ଆଦମୀ ପାର୍ଟି କଳା ପତାକା ଦେଖାଇବା ସହ ଅଣ୍ଡାମାଡ଼ କରିଥିଲେ । ଏବେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ 5ଟି ସଚିବ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ- 5T ସଚିବଙ୍କ ସୋନପୁର ଗସ୍ତକୁ ବିରୋଧ, କାରକେଡକୁ ଅଣ୍ଡାମାଡ

ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ସେ କହିଛନ୍ତି, "5ଟି ସଚିବ କହୁଛନ୍ତି ନବୀନ ବାବୁ ମୋତେ ପଠାଇଛନ୍ତି । ଏଭଳି ବାର୍ତ୍ତା ଜନସାଧାରଣଙ୍କ ସାମ୍ନାରେ ରଖୁଛନ୍ତି 5ଟି ସଚିବ । ଜଣେ ଅଧିକାରୀଙ୍କ ଏଭଳି କାର୍ଯ୍ୟକ୍ରମ ସମ୍ବିଧାନ ବିରୋଧୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଉଛନ୍ତି । ବିଜେଡି ସରକାର ପ୍ରତି ଯେଉଁ ଆଣ୍ଟି ଇଂକମ୍ବନ୍ସି ସୃଷ୍ଟି ହେଉଛି ତାହା 5ଟି ସଚିବଙ୍କ ଉପରେ ଯାଉଛି । ନବୀନ ବାବୁଙ୍କ 100 ପ୍ରତିଶତ ବିଶ୍ବାସ ପାଣ୍ଡିଆନଙ୍କ ଉପରେ ରହିଛି । ହେଲେ କୌଣସି ମନ୍ତ୍ରୀଙ୍କ ଉପରେ ନାହିଁ । ଲୋକେ ନବୀନଙ୍କୁ ଭୋଟ ଦେଉଛନ୍ତି । ନବୀନଙ୍କ ଯାହା ଉପରେ ବିଶ୍ବାସ ସେ ତାଙ୍କୁ ବିଭିନ୍ନ ସ୍ଥାନକୁ ପଠାଉଛନ୍ତି ।"

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ନେତା ମନ୍ତ୍ରୀମାନେ ଟିକେଟ କଟିଯିବା ଭୟରେ ପାଟି ଖୋଲୁନାହାନ୍ତି । ଭୟରେ 5ଟି ସଚିବଙ୍କ ଗସ୍ତ ସମୟରେ ଲୋକ ଯୋଗଡ଼ କରି ଆଣୁଛନ୍ତି । ସ୍ପଟ ଉପରେ ଜଣେ ଅଧିକାରୀ ସମସ୍ୟା ସମାଧାନ ନେଇ ଘୋଷଣା କରିବା, ଅଗଣତାନ୍ତ୍ରିକ । ଏ ସବୁକୁ ଓଡ଼ିଶାବାସୀ ଆଉ ସହିବେ ନାହିଁ । ଠିକ ସମୟରେ ଜବାବ ଦେବେ। ପ୍ରତି ଜିଲ୍ଲା ପାଇଁ ଜଣେ ଲେଖାଏଁ ସଚିବଙ୍କୁ ଦାୟିତ୍ବ ଦିଆଯାଇଛି ।"

ସୂଚନା ଥାଉ କି ଆଜି ସୁବର୍ଣ୍ଣପୁର ପାତଳୀ ଶ୍ରୀକ୍ଷେତ୍ର ଗସ୍ତ ସମୟରେ ଆପର କର୍ମୀମାନେ ତାଙ୍କୁ ଅଣ୍ଡାମାଡ଼ କରିବା ସହିତ କଳା ପତାକା ଦେଖାଇଥିଲେ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା । ଏହାରି ଭିତରେ କିନ୍ତୁ 5ଟି ସଚିବ ତାଙ୍କର ପାତାଳି ଶ୍ରୀକ୍ଷେତ୍ର ଗସ୍ତ ଶେଷ କରିଥିଲେ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଜଣେ IASଙ୍କୁ ଏତେ ବିରୋଧ ସତ୍ତ୍ବେ ବି ସେ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details