ଓଡିଶା

odisha

ETV Bharat / state

ବିଜେପୁର ପାଇଁ କଂଗ୍ରେସର ପ୍ରସ୍ତୁତି, ଦଳ ଗଠନ କଲା ନଅ ଜଣିଆ କମିଟି - 9 ଜଣିଆ କମିଟି

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ବିଗୁଲ । ଦଳ ଆରମ୍ଭ କଲା ପ୍ରସ୍ତୁତି ବୈଠକ । ବିଜେପୁର ପ୍ରାର୍ଥୀ ଚୟନ ପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ନଅ ଜଣିଆ କମିଟି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 7, 2019, 5:08 PM IST

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଲା ରାଜନୀତି । କଂଗ୍ରେସର ଆରମ୍ଭ କରିଛି ପ୍ରସ୍ତୁତି ବୈଠକ। ଏଥିପାଇଁ ଦଳ ଗଠନ କରିଛି ଏକ ନଅ ଜଣିଆ କମିଟି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


କମିଟିର ଅଧ୍ୟକ୍ଷ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ କମିଟି ବିଜେପୁର ଗସ୍ତକରିବ । ଦଳପକ୍ଷରୁ ବିଜେପୁରରେ ପ୍ରାର୍ଥୀ କିଏ ହେବ ସେ ନେଇ ଅନୁଧ୍ୟାନ କରି ଏକ ମାସ ଭିତରେ ପିସିସିକୁ ରିପୋର୍ଟ ଦେବ କମିଟି।

ଜନସାଧାରଣଙ୍କ ମନରେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିବା ସହ ପରିଚିତ ଲାଭ କରିବାକୁ ଏହି କମିଟି ଗଠନ କରିଛି କଂଗ୍ରେସ। ବିଜେପୁର ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିବା ବେଳେ ଦଳ ଆରମ୍ଭ କରିଛି ଆଗୁଆ ପ୍ରସ୍ତୁତି । ଲୋକମାନଙ୍କ ପାଖରେ ଦଳୀୟ ନେତାଙ୍କ ଭାବକୁ ନେଇ ପ୍ରର୍ଥୀ ତାଲିକା ପ୍ରଦାନ କରିବା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ।

ଯାହା ପଂଚାୟତ ଓ ବ୍ଲକ ସ୍ଥାରରେ ଏହି କମିଟି ଯାଇ ପାର୍ଥି କିଏ ହେବ ସେନେଇ ଏକ ବୈଠକ କରିବେ । ଚଳିତ ମାସର ଶେଷ ସୁଧା 9 ଜଣିଆ କମିଟି ଏକ ମତାମତ ଦେବେ ବୋଲି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକରେ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details