ଓଡିଶା

odisha

ETV Bharat / state

ଆୟ ଏବଂ ଗରିବର ବିକାଶ ହେବ କଂଗ୍ରେସର ଇସ୍ତାହାର: ପଞ୍ଚାନନ - କଂଗ୍ରେସ ଇସ୍ତାହାର କମିଟି

୨୦୨୪ ନିର୍ବାଚନ ପୂର୍ବରୁ ନୂଆ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ଏଥିରେ ଇସ୍ତାହାର କମିଟିର ମୁଖ୍ୟ ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କୁ ଦାୟିତ୍ବ ମିଳିଛି । ଓଡ଼ିଶାର ଜନ ସାଧାରଣଙ୍କ ଆୟ ଓ ଗରିବର ବିକାଶ କଂଗ୍ରେସର ନିର୍ବାଚନୀ ଇସ୍ତାହାର ହେବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଆୟ ଏବଂ ଗରିବର ବିକାଶ ହେବ କଂଗ୍ରେସର ଇସ୍ତାହାର
ଆୟ ଏବଂ ଗରିବର ବିକାଶ ହେବ କଂଗ୍ରେସର ଇସ୍ତାହାର

By

Published : Jun 12, 2023, 10:06 PM IST

ଆୟ ଏବଂ ଗରିବର ବିକାଶ ହେବ କଂଗ୍ରେସର ଇସ୍ତାହାର

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଇସ୍ତାହାର କମିଟିର ମୁଖ୍ୟ ଦାୟିତ୍ବ ମିଳିଛି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କୁ । ପଞ୍ଚାନନଙ୍କ କହିବା ଅନୁସାରେ ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ । ଯେଉଁ ଇସ୍ତାହାରରେ ଜନସାଧାରଣଙ୍କ ଆୟ ଏବଂ ଗରିବଙ୍କ ବିକାଶ ମାପକାଠି ନିର୍ବାଚନରେ ଇସ୍ତାହାର ରଖାଯିବ । ଶାସକ ବିଜେଡି ଏବଂ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ କଂଗ୍ରେସର ଇସ୍ତାହାର ।

ପ୍ରଦେଶ କଂଗ୍ରେସ ଏବେ ୯ରୁ ୯୦ ମିଶନ ଲକ୍ଷ୍ୟ ରଖିଛି । ଲୋକଙ୍କ ପାଖକୁ ଯିବାକୁ ହେଲେ ପ୍ରମୁଖ ମୁଦ୍ଦାକୁ ଉଠାଇ ଭୋଟରଙ୍କ ପାଖରେ ଜନାଦୃତ ହେବାକୁ ପଡ଼ିବ । ବିଶେଷ କରି କର୍ଣ୍ଣାଟକରେ କଂଗ୍ରେସକୁ ଯେଉଁଭଳି ନିର୍ବାଚନୀ ଇସ୍ତାହାରର ସମ୍ପୂର୍ଣ୍ଣ ଫାଇଦା ମିଳିଲା ଓ ବିଜେପିକୁ ହରାଇ କଂଗ୍ରେସ କ୍ଷମତା ଦଖଲ କଲା, ସେହିଭଳି ଓଡ଼ିଶାରେ ମଧ୍ୟ ଲୋକାଭିମୁଖୀ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରି ଏହାର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ସାରା ଦେଶରେ ଏବେ କଂଗ୍ରେସ ଇସ୍ତାହାରକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଓଡିଶା କଂଗ୍ରେସ ଇସ୍ତାହାର କମିଟି ଦାୟିତ୍ବ ମିଳିଛି ପଞ୍ଚାନନଙ୍କୁ । ସେ କହିଛନ୍ତି, "ରାଜନୈତିକ ଇସ୍ତାହାରର ବହୁ ଗୁରୁତ୍ବ ରହିଛି । ଜନସାଧାରଣଙ୍କ ପାଇଁ କଣ କରିବେ ରାଜନୈତିକ ଦଳ, ତାର ଚିଠା ପ୍ରସ୍ତୁତ କରି ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ପାଖରେ ରଖାଯାଏ । ତେଣୁ ଏହାକୁ ଦଳୀୟ ଆଭିମୁଖ୍ୟ କହିଲେ ଭୁଲ ହେବ । ଆଗରୁ ନିର୍ବାଚନର କିଛିଦିନ ପୂର୍ବରୁ କଂଗ୍ରେସ ତାର ଇସ୍ତାହାର ଦେଉଥିଲା । ଯାହା ଲୋକମାନଙ୍କ ପାଖରେ ଠିକ ଭାବରେ ଆଦୃତ ହେଉନଥିଲା । କିନ୍ତୁ ଏବେ କଂଗ୍ରେସ ବହୁଦିନ ଆଗରୁ ଇସ୍ତାହାର ପ୍ରକାଶ କରିବ । ବିଜୟ ହେଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବ ।" ତେବେ ରାଜ୍ୟରେ ସବୁ ବର୍ଗକୁ ସୁହାଇଲା ପରି ଇସ୍ତାହାର ପ୍ରକାଶ କରାଯିବ ବୋଲି ଇସ୍ତିହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି ।

କର୍ଣ୍ଣାଟକରେ କଂଗ୍ରେସର ୪ ସୁତ୍ରୀ ନିର୍ବାଚନୀ ଇସ୍ତାହାର ପାଇଁ କର୍ଣ୍ଣାଟକବାସୀ କଂଗ୍ରେସ ଉପରେ ଭରସା କଲେ । ପରେ ଏକ ଜନସଭାକୁ ସମ୍ବୋଧନ କରି କେବଳ ୪ ନୁହେଁ, କଂଗ୍ରେସ ସରକାରକୁ ଆସିଲେ ରାଜ୍ୟରେ ମହିଳାଙ୍କୁ ମାଗଣା ବସସେବା ଯୋଗାଇ ଦିଆଯିବ ବୋଲି କହି ୫ଟି ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ କ୍ଷମତାକୁ ଆସିଲା । ସରକାର ଗଠନ କରିବାର ପ୍ରଥମ ଦିନରୁ ହିଁ ଇସ୍ତାହାରରେ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କଲା କଂଗ୍ରେସ ସରକାର । ଯାହାକୁ ନେଇ ସାରା ଦେଶରେ ଏବେ କର୍ଣ୍ଣାଟକ ଇସ୍ତାହାର ମଡେଲ କଂଗ୍ରେସ ଅପଣାଇବ ବୋଲି ଆଲୋଚନା ହେଉଛି । ତେବେ ଆଗକୁ ଓଡ଼ିଶାରେ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ କି ବାର୍ତ୍ତା ଦେବ ଏବଂ ଏହାକୁ ଓଡ଼ିଶାବାସୀ କେତେ ଗ୍ରହଣ କରିବେ, ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details