ଓଡିଶା

odisha

By ETV Bharat Odisha Team

Published : Jan 17, 2024, 10:19 PM IST

ETV Bharat / state

ସକ୍ରିୟ ହେବ କଂଗ୍ରେସ, ସୁଦୃଢ଼ ହେବ ସଂଗଠନ

Odisha Congress News: ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦାଇତ୍ୱ ବଣ୍ଟନ କରିଛି କଂଗ୍ରେସ । ସଂଗଠନକୁ ତୃଣମୁଳ ସ୍ତରରୁ ଅଧିକ ସଶକ୍ତ କରିବାକୁ ଆହ୍ୱାନ ଦେଇଛି ଦଳ । ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ତାଲିକା ଘୋଷଣା କରିଛି ଏଆଇସିସି । ଅଧିକ ପଢନ୍ତୁ

ସକ୍ରିୟ ହେବ କଂଗ୍ରେସ , ସୁଦୃଢ଼ ହେବ ସଂଗଠନ
ସକ୍ରିୟ ହେବ କଂଗ୍ରେସ , ସୁଦୃଢ଼ ହେବ ସଂଗଠନ

ସକ୍ରିୟ ହେବ କଂଗ୍ରେସ , ସୁଦୃଢ଼ ହେବ ସଂଗଠନ

ଭୁବନେଶ୍ୱର:ଏବେ ସଂଗଠନ ଉପରେ କଂଗ୍ରେସର ନଜର । ଓଡିଶା କଂଗ୍ରେସକୁ କିଭଳି ଶକ୍ତିଶାଳୀ କରାଯିବ ସେ ନେଇ ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଜୋରଦାର ପ୍ରୟାସ । ପ୍ରତିଦିନ କିଛି ନାଁ କିଛି ସାଙ୍ଗଠନିକ ଘର ସଜଡ଼ା କଂଗ୍ରେସରେ ଏବେ ଦେଖିବାକୁ ମିଳୁଛି । ସଂଗଠନକୁ ତୃଣମୁଳ ସ୍ତରରୁ ଅଧିକ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଭାରୀ । ଟିକେଟ ମାଗିଲେ ଦେଇଦେବି, କିନ୍ତୁ ଜିଲ୍ଲା , ବ୍ଲକ ଏବଂ ପଞ୍ଚାୟତରେ ସଭ୍ୟମାନଙ୍କ ତାଲିକା ପ୍ରସ୍ତୁତ କରି ଦଳର ରଣନୀତିକୁ ଲୋକାଭିମୁଖୀ କର । ଏଭଳି ଚରମ ବାଣୀ ଭୁବନେଶ୍ୱରରେ ପ୍ରଥମ ବୈଠକରେ ଶୁଣାଇଥିଲେ ପ୍ରଭାରୀ ।

ତେବେ ସଂଗଠନକୁ ଆଗେଇ ନେବାକୁ ବଦ୍ଧ ପରିକର ହେବାକୁ କଂଗ୍ରେସ ନେତା ଓ କର୍ମୀଙ୍କୁ ଦିଗଦର୍ଶନ ଦେଇଥିଲେ ପ୍ରଭାରୀ । ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ହେଲେ ଦାଇତ୍ୱ ଠିକ ସେ ନିଭାଇବାକୁ ପଡିବ ତେଣୁ ସାଙ୍ଗଠନିକ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଂଗ୍ରେସର ନିଜର ଏବେ ଉଭୟ ବିଧାନସଭା ଏବଂ ଲୋକସଭା କ୍ଷେତ୍ର ଉପରେ । ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଦଳକୁ ତଳସ୍ତରରୁ କ୍ରିୟାଶୀଳ କରିବାକୁ ଦାଇତ୍ୱ ବଣ୍ଟନ କରାଯାଉଛି । ୱାର୍ଡ ସଭ୍ୟମାନଙ୍କ ତାଲିକା ପ୍ରସ୍ତୁତ କରି ଓପିସିସିକୁ ଦେବାକୁ ନିର୍ଦ୍ଦେଶ ଦେଇଛି ଦଳ ।

ସେପଟେ ପ୍ରତ୍ୟକ ଜିଲ୍ଲା, ବ୍ଲକ ,ପଞ୍ଚାୟତ ଏବେ ଦାୟିତ୍ୱ ବଣ୍ଟନ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ତାଲିକା ଘୋଷଣା କରିଛି ଏଆଇସିସି । ସମସ୍ତ ନିର୍ବାଚନମଣ୍ଡଳୀରେ ସଂଯୋଜନାଙ୍କ ତାଲିକା ପ୍ରକାଶ କରିଛି ଦଳ । ଏହି ପ୍ରସଙ୍ଗରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଏହା ଖୁବ ଭଲ ନିଷ୍ପତି । ଏହା ଫଳରେ କଂଗ୍ରେସ ଅଧିକ ମଝାବୁତ ହେବ ।ସେପଟେ ରାହୁଲଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ର କରୁଛନ୍ତି । ଏହାର ପ୍ରଭାବ ନିଶ୍ଚିନ୍ତ ଓଡିଶା ଉପରେ ପଡିବ । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ।

ଏହା ମଧ୍ୟ ପଢନ୍ତୁ .......ଧାନ ମଣ୍ଡିରେ ଅବ୍ୟବସ୍ଥା; କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଦେବଗଡ଼ ବନ୍ଦ

ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡୁଛି କଂଗ୍ରେସ । ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ ସଂଗଠନକୁ ମଜବୁତ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଘର ସଜଡା । ଆଗାମୀ ନିର୍ବାଚନରେ କଂଗ୍ରେସ ବାସ୍ତବରେ କେତେ ସୁଦୃଢ ହେଉଛି, ଆଉ କ୍ଷମତା ଦଖଲ କରୁଛି ତା' ଉପରେ ରହିଛି ସମସ୍ତଙ୍କ ନଜର ।


ଇଟିଭି ଭାରତ , ଭୁବନେଶ୍ୱର

ABOUT THE AUTHOR

...view details