ଓଡିଶା

odisha

ETV Bharat / state

ନିଜ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ, ସୁର କହିଲେ ତାଙ୍କର ମନ ପରିବର୍ତ୍ତନ ହୋଇଛି - annual function of sambad

ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ 'ସମ୍ବାଦ'ର ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ସମ୍ବାଦର ଜନକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିନଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ସମ୍ବାଦର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ
ସମ୍ବାଦର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ

By ETV Bharat Odisha Team

Published : Oct 3, 2023, 9:50 PM IST

ସମ୍ବାଦର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ

ଭୁବନେଶ୍ବର: ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ 'ସମ୍ବାଦ'ର ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି । ହେଲେ ଯୋଗ ଦେଇନାହାନ୍ତି ଏହାର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେପଟେ ବ୍ୟକ୍ତିଗତ କାରଣରୁ ସୌମ୍ୟ ଆସିନଥିବା ଜଣାଇଛନ୍ତି ଗୌରହରି ଦାସ । ହେଲେ ସମ୍ବାଦର ଏହି ବିଶେଷ କାର୍ଯ୍ୟକ୍ରମରେ ସୌମ୍ୟଙ୍କ ଯୋଗ ନଦେବା ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଅପରପକ୍ଷେ, ସମ୍ବାଦର ନୂଆ ମୂଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସୌମ୍ୟଙ୍କ ଝିଅ ତନୟା ପଟ୍ଟନାୟକ କହିଛନ୍ତି, "ସମ୍ବାଦ ପରିବାରକୁ ଭଲ ପାଉଥିବା ଶୁଭେଚ୍ଛୁ, ପାଠକ ଓ ପୃଷ୍ଠପୋଷକଙ୍କୁ ଧନ୍ୟବାଦ । ସମ୍ବାଦ ୫ ବର୍ଷର ହେବା ପରେ ମୋର ଜନ୍ମ । କିନ୍ତୁ ଏହା ପରଠାରୁ ସମ୍ବାଦର ଉପସ୍ଥିତି ମୋ ଜୀବନରେ ସବୁବେଳେ ରହିଆସିଛି । ପରିବାର ସଦସ୍ୟଙ୍କ ଭଳି ହେଉଛି 'ସମ୍ବାଦ'। ଏହା ବ୍ୟକ୍ତି ନା ଅନୁଷ୍ଠାନ ନା ଖବରକାଗଜ ତାହା ଜାଣିବାର ପରିପକ୍ୱତା ଆସିବା ପୂର୍ବରୁ 'ସମ୍ବାଦ' ମୋ ସହ ରହିଆସିଛି।"

ତନୟା ଆହୁରି ମଧ୍ୟ କହିଛନ୍ତି, ୪୦ ବର୍ଷ ପୂର୍ବରୁ ମୋ ବାପା ତଥା ପୂର୍ବତନ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ 'ସମ୍ବାଦ'କୁ ଜନ୍ମ ଦେଇଥିଲେ । ନିଜର ଝାଳ, ରକ୍ତ ଓ ଲୁହ ଦେଇ ସେ ଅନୁଷ୍ଠାନକୁ ଗଢିଛନ୍ତି । ଏହା କେବଳ ଖବରକାଗଜ କିମ୍ବା ଅନୁଷ୍ଠାନ ନୁହେଁ ବରଂ ଆଜି ଏକ ଆନ୍ଦୋଳନ, ଅଭିଯାନ ଓ ଚିନ୍ତାଧାରାରେ ପରିଣତ ହୋଇଛି ।"ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ସୌମ୍ୟ ବାବୁ ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କର ଅତି ପ୍ରିୟ ଥିଲେ ନବୀନ । ଆଜି 'ସମ୍ବାଦ'ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଡାକିଲେ । କ'ଣ ପାଇଁ ମତପାର୍ଥକ୍ୟ ହେଲା ଯେ, ସୌମ୍ୟ ବାବୁ ତାଙ୍କ ସମ୍ପାଦକ ପଦ ଛାଡ଼ିଲେ ? ଦଳରୁ ମଧ୍ୟ ବିଦା ହେଲେ । ସୌମ୍ୟ ବାବୁ ବୋଧେ ସକ୍ରିୟ ରାଜନୀତିକୁ ଓହ୍ଲାଇବେ । ଓଡ଼ିଶାବାସୀଙ୍କ ପାଖରେ ନିଜର ଆଭିମୁଖ୍ୟ ରଖିବେ । ଓଡ଼ିଶାବାସୀଙ୍କ ସମର୍ଥନ ଲୋଡ଼ିବେ । ଆଜିକାଲି ଅପ୍ରିୟ ସତ୍ୟ କହିଲେ ଅସୁବିଧା ହେଉଛି ।"

ଏହା ବି ପଢନ୍ତୁ...ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା

ସେ ଆହୁରି ମଧ୍ୟ କହିଛନ୍ତି, "ସେ ମୋ ଭିଣୋଇ ହିସାବ ହେବେ । ମୁଁ କିଛି କହିବା ଠିକ ନୁହେଁ । ସୌମ୍ୟ ବାବୁଙ୍କୁ ବିବେକ ବୋଧେ ବାଧୁଛି, ତାଙ୍କୁ ଭୟ ଲାଗୁଛି । ତାଙ୍କୁ ଲଜ୍ଜ୍ୟା ଲାଗୁଛି ବୋଧ ହୁଏ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ବାଦର ବିଶେଷ କାର୍ଯ୍ୟକ୍ରମରେ ଆସିଲେ ନାହିଁ । ସୌମ୍ୟ ବାବୁଙ୍କର ମନର ପରିବର୍ତ୍ତନ ହୋଇଥାଇପାରେ । ସେ ପରିବର୍ତ୍ତନ ଚାହୁଁଛନ୍ତି । ସେଥିପାଇଁ ସେ ବିଧାନସଭା ଆସୁନାହାନ୍ତି କି କୁଆଡ଼େ ବି ଯାଉ ନାହାନ୍ତି ।" ଆଜି ଭୁବନେଶ୍ୱରରେ ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବାଦର ଜନକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିନଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details