ଓଡିଶା

odisha

ETV Bharat / state

ଜଗନ୍ନାଥ ଦର୍ଶନ ବାରଣ ପ୍ରସଙ୍ଗ, ସମ୍ବିଧାନ ବିରୋଧୀ କହି କଡ଼ା ସମାଲୋଚନା କଲେ ପ୍ରସାଦ ହରିଚନ୍ଦନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାନିଧ୍ୟ ଲାଭ କରିବା ପାଇଁ ମଣିଷର ଆତ୍ମା ଚାହେଁ। ଜୀବନକାଳରେ ଥରେ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ କୃପା ଲାଭ କରିବା ପ୍ରତ୍ୟେକ ହିନ୍ଦୁ ଲୋକଙ୍କର ଇଛା । ପୁଣି ପବିତ୍ର କାର୍ତ୍ତିକ ମାସରେ ଯଦି ଭଗବାନଙ୍କ ଦର୍ଶନ ମିଳିଯାଏ ତ ବିଶ୍ବାସ ରହିଛି ଜୀବନ ସାର୍ଥକ ହୋଇଗଲା । ସେଥିପାଇଁ ଶ୍ରୀମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ । ହେଲେ ଭକ୍ତଙ୍କ ସୁବିଧା ସହଜ ଦର୍ଶନ ବ୍ୟବସ୍ଥା କରିବା ବଦଳରେ ବୟସାଧିକ, ଓ ରୋଗାକ୍ରାନ୍ତ ଭକ୍ତଙ୍କୁ ଭିଡ ବେଳେ ନଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିବେଦନ କରିବା ଦୁର୍ଭାଗ୍ୟପୂର୍ଣ୍ଣ । ଅଧିକ ପଢନ୍ତୁ

ଜଗନ୍ନାଥ ଦର୍ଶନ ବାରଣ ପ୍ରସଙ୍ଗ, ସମ୍ବିଧାନ ବିରୋଧୀ କହି କଡା ସମାଲୋଚନା କଲେ ପ୍ରସାଦ ହରିଚନ୍ଦନ
ଜଗନ୍ନାଥ ଦର୍ଶନ ବାରଣ ପ୍ରସଙ୍ଗ, ସମ୍ବିଧାନ ବିରୋଧୀ କହି କଡା ସମାଲୋଚନା କଲେ ପ୍ରସାଦ ହରିଚନ୍ଦନ

By ETV Bharat Odisha Team

Published : Nov 21, 2023, 4:43 PM IST

ଜଗନ୍ନାଥ ଦର୍ଶନ ବାରଣ ପ୍ରସଙ୍ଗ, ସମ୍ବିଧାନ ବିରୋଧୀ କହି କଡା ସମାଲୋଚନା କଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ବର: ମଣିଷର ବୟସ ବଢିଲେ ଧର୍ମ ଭାବ ଜାଗ୍ରତ ହୁଏ । ବିଶ୍ବାସ, ଭକ୍ତି ସମର୍ପଣ ଭାବ ବୃଦ୍ଧି ପାଏ ବୋଲି କୁହାଯାଏ । ବୟସାଧିକ ବ୍ୟକ୍ତି ଧର୍ମ ପ୍ରତି ମନ ବଳାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାନ୍ନିଧ୍ୟ ଲାଭ କରିବା ପାଇଁ ମଣିଷର ଆତ୍ମା ଚାହେଁ। ଜୀବନକାଳରେ ଥରେ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ କୃପା ଲାଭ କରିବା ପ୍ରତ୍ୟେକ ହିନ୍ଦୁ ଲୋକଙ୍କର ଇଛା । ପୁଣି ପବିତ୍ର କାର୍ତ୍ତିକ ମାସରେ ଯଦି ଭଗବାନଙ୍କ ଦର୍ଶନ ମିଳିଯାଏ ତ ବିଶ୍ବାସ ରହିଛି ଜୀବନ ସାର୍ଥକ ହୋଇଗଲା । ସେଥିପାଇଁ ଶ୍ରୀମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼ । ହେଲେ ଭକ୍ତଙ୍କ ସୁବିଧା ସହଜ ଦର୍ଶନ ବ୍ୟବସ୍ଥା କରିବା ବଦଳରେ ବୟସାଧିକ, ଓ ରୋଗାକ୍ରାନ୍ତ ଭକ୍ତଙ୍କୁ ଭିଡ଼ ବେଳେ ନଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିବେଦନ କରିବା ଦୁର୍ଭାଗ୍ୟପୂର୍ଣ୍ଣ । ନିନ୍ଦନୀୟ । ଆଇନ ବିରୋଧୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ।

ଆଜି ପ୍ରସାଦ କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । ନବାନ କେହି ଦାଣ୍ଡରେ ହରିନାମ ନେଇ ପାରିବେନି ବୋଲି କଟକଣା ଲଗାଇଥିଲେ । ସେହି କଟକଣା ବିରୋଧରେ ଚୈତନ୍ୟ ସଂକୀର୍ତ୍ତନ ଶୋଭାଯାତ୍ରା କରି ବିରୋଧ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ସମାନ ନୀତି ଆପଣାଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି ନିବେଦନ ଖାଲି ନିନ୍ଦନୀୟ ନୁହେଁ । ସମ୍ବିଧାନ ବିରୋଧୀ । ସମ୍ବିଧାନ ଅଧିକାର ଦେଇଛି ନାଗରିକ ନିଜ ଇଛାରେ ନିଜ ଧାର୍ମିକ କାର୍ଯ୍ୟ କରିପାରିବ ।’’

ପ୍ରସାଦ ଆହୁରି କହିଛନ୍ତି, "କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ହେବା ନୂଆ କଥା ନୁହେଁ । ମନ୍ଦିରରେ ଭିଡ଼ ସବୁବେଳେ ହୁଏ । କାର୍ତ୍ତିକ ମାସ ହୋଇଥିବାରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାରା ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି । ଏହାସହ ବ୍ରତଧାରୀ ମଧ୍ୟ ଦର୍ଶନ ପାଇଁ ଆସୁଛନ୍ତି । ଆଗକୁ ପଞ୍ଚୁକ ବ୍ରତ ଅଛି । ଏପରି ସ୍ଥିତିରେ ଭିଡ଼ ହେବ । ହେଲେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ସହଜ ପାଇଁ ଦର୍ଶନ ବ୍ୟବସ୍ଥା କରିବା ବଦଳର ବୃଦ୍ଧବୃଦ୍ଧା ଅସୁସ୍ଥ ଭକ୍ତ ଶ୍ରୀକ୍ଷେତ୍ର ନଆସିବା ପାଇଁ କହିବା ଦୁର୍ଭାଗ୍ୟଜନକ । ଆଇନ ବିରୋଧୀ । ସମ୍ବିଧାନ ବିରୋଧୀ ।"

ଅଧିକ ପଢନ୍ତୁ- ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସେହିପରି ବରିଷ୍ଠ କଂଗ୍ରେସ ବିଧାଯକ ସୁର ରାଉତରାୟ କହିଛନ୍ତି, "ସରକାର ଚିନ୍ତାଧାରା ବଦଳିଯାଉଛି। ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି । ବୃଦ୍ଧବୃଦ୍ଧା ଜଗନ୍ନାଥଙ୍କ ଆଶିର୍ବାଦ ପାଇଁ ଯିବେ ନାହିଁ ତ ଆଉ କିଏ ଯିବେ ? ସରକାରଙ୍କ ନିଷ୍ପତି ଠିକ ନୁହେଁ । ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ।"

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଏବେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି । ଗୋଟିଏ ଦ୍ବାର ଦେଇ ଯିବା ଆସିବା ହେଉଥିବାରୁ ଅସମ୍ଭାଳ ଭିଡ଼ ଲାଗି ରହୁଛି । ଭକ୍ତଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡ଼ୁଛି । ଜଗା ଦର୍ଶନ ଟିକିଏ ପାଇବାକୁ ଭକ୍ତ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି । ଏହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଅସୁସ୍ଥ, ବୃଦ୍ଧ, ବୃଦ୍ଧା ତଥା ବରିଷ୍ଠ ନାଗରିକ ଏବେ ଶ୍ରୀଜିଉଙ୍କ ଦର୍ଶନରେ ନଆସିବାକୁ ନିବେଦନ କରିଥିଲେ । ଏହାସହ ଯେତେବେଳେ ଭିଡ଼ ହ୍ରାସ ପାଇବ ଦର୍ଶନ କରିବାକୁ ଆସିବା ପାଇଁ ପରାମର୍ଶ ହୋଇଥିଲେ । ଏପରିକି ଯୋଉଠି ଥାଇ ମଧ୍ୟ ଭଗବାନଙ୍କୁ ଡାକିଲେ ଶୁଣିବେ ବୋଲି କହିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏପରି ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଭକ୍ତ ମହଲରେ ଅସନ୍ତୋଷ ବଢୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details