ଓଡିଶା

odisha

ETV Bharat / state

କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବେ ନରସିଂହ, ଏକାଠି ଲଢ଼ିବୁ କହିଲେ ଜୟଦେବ - କଂଗ୍ରେସ ବିଧାୟକ ନରସିଂହ ମିଶ୍ର

କଂଗ୍ରେସରୁ ନିଲମ୍ବନ ପରେ ଦଳରେ ଏକ କୁଚକ୍ରୀ ଗୋଷ୍ଠୀ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ଏବଂ ମହମ୍ମଦ ମୋକିମ । ସେପଟେ ଆସନ୍ତା ୨୨ରେ ରାଜ୍ୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିବ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ
କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିବ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ

By

Published : Jul 18, 2023, 10:18 PM IST

କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିବ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ

ଭୁବନେଶ୍ବର: କୁଚକ୍ରୀଙ୍କ କବ୍‌ଜାରେ କଂଗ୍ରେସ ଦଳ ! ଦଳରୁ ନିଲମ୍ବନ ହେବା ପରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବଙ୍କ ଏଭଳି ସାଙ୍ଘାତିକ ବୟାନ ଦଳ ଭିତରେ ସୃଷ୍ଟି କରିଛି କମ୍ପନ । ଦଳର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ଏବଂ ମହମ୍ମଦ ମୋକିମଙ୍କ ନିଲମ୍ବନକୁ ନେଇ ବିବାଦ ଉପୁଜିଥିବା ବେଳେ ଆଗାମୀ ଦିନରେ ଭୁବନେଶ୍ବରରେ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉଠିବ ବୋଲି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି । ସେପଟେ ଦଳରୁ ବରିଷ୍ଠ ନେତାଙ୍କ ନିଲମ୍ବନ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କହିବା ସହ ଏହା ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ।

ଜୟଦେବ କହିଛନ୍ତି, "କିଏ ସେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି ମୁଁ ଜାଣିନି । କିନ୍ତୁ ଉଭୟ ନିଲମ୍ବିତ ହେବାପରେ ସେମାନେ ଯେଉଁ ବୟାନ ଦେଇଛନ୍ତି, କଂଗ୍ରେସର ସପକ୍ଷରେରେ ଦେଇଛନ୍ତି । ମୋକିମ ଏବଂ ଚିରଞ୍ଜୀବ ନିଲମ୍ବନ ହେବାପରେ ଆମେ କଂଗ୍ରେସରେ ଅଛୁ ଆଗକୁ ରହିବୁ ବୋଲି କହିବା କଂଗ୍ରେସ ଅନୁକୂଳ ପ୍ରତିକ୍ରିୟା । କଂଗ୍ରେସ ବହୁ ବିପର୍ଯ୍ୟୟ ଦେଖିଛି । ଏକଜୁଟ ହୋଇ ଲଢ଼ିବ, ଏକତ୍ରିତ ହୋଇ ଲଢ଼ିବ । ଯେଉଁମାନେ ନିଲମ୍ବିତ ହୋଇଛନ୍ତି ସେମାନେ କଂଗ୍ରେସରେ ଅଛନ୍ତି ବୋଲି କହିଛନ୍ତି । ପିସିସି ସଭାପତି ଏବଂ ସମସ୍ତେ ଉଦ୍ୟମ କରିବା ଦରକାର, ଯିଏ ଯେଉଁଠି ଶକ୍ତିଶାଳୀ ଏବଂ ଜନାଦୃତ ଅଛନ୍ତି ସେ ସେଠାରେ ଲଢ଼ିବେ । ଯେତେବେଳେ ନିଲମ୍ବନ ହୁଏ, ସେତେବେଳେ ଲଜ୍ଜ୍ୟା ଲାଗେ, ଅସମ୍ମାନିତ ଲାଗେ । କେଉଁ ପରିସ୍ଥିତିରେ ସେମାନେ ନିଲମ୍ବିତ ହୋଇଛନ୍ତି, ହାଇକମାଣ୍ଡ ନିର୍ଦ୍ଦେଶ ବିଷୟରେ ମୁଁ ଟିପ୍ପଣୀ ଦେବାକୁ ଚାହେଁନି । ବିଜେଡି ଓ ବିଜେପି ଅଘୋଷିତ ମେଣ୍ଟର ବିକଳ୍ପ ହେଉଛି କଂଗ୍ରେସ । ୮ ଦିନ ଭିତରେ ସମସ୍ତେ ଏକାଠି ହୋଇ ଦଳକୁ ସଂଗଠିତ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "କୌଣସି ନେତା ଯେତେବେଳେ ନିଲମ୍ବନ ହୁଏ, ସେତେବେଳେ ଦଳ ଉପରେ ତାର ପ୍ରତିକୂଳ ପ୍ରଭାବ ପଡେ । ତେବେ ମୋକିମ ଏବଂ ଚିରଞ୍ଜୀବଙ୍କ ନିଲମ୍ବନ ନେଇ ଆସନ୍ତା ୨୨ରେ ରାଜ୍ୟ କାର୍ଯ୍ୟକାରିଣୀରେ ଏକଥା ମୁଁ ଉଠାଇବି । ଆଲୋଚନା କରିବି ।" ଗୋଟିଏ ପଟେ କୁଚକ୍ରୀ ଗୋଷ୍ଠୀଙ୍କୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଛି । ଦଳର ନେତାମାନେ ଖୋଲାଖୋଲି କହୁନଥିବା ବେଳେ ଦଳ ଭିତରେ ଏକ ପ୍ରକାର ବିଦ୍ରୋହର ବାତାବରଣ ମୁଣ୍ଡ ଟେକିଛି । ଏହି ଅସନ୍ତୋଷ ଯଦି ସମାଧାନ ନହୁଏ, ଦଳକୁ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିପାରେ । ଆଗାମୀ ୨୨ ତାରିଖରେ ଶରତଙ୍କ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦଳରେ କ'ଣ ସବୁ ପ୍ରସଙ୍ଗ ଆଲୋଚନା ହେବ, ତା' ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details