ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରୁ ନଜର ହଟାଇବାକୁ ଜୟଙ୍କୁ ମୋହରା କରିଛନ୍ତି ସରକାର: ଜୟଦେବ ଜେନା - କଂଗ୍ରେସ ନେତା ଜୟଦେବ ଜେନା

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହତାହାତି ଘଟଣା ନେଇ ରାଜନୀତି ତେଜିବାରେ ଲାଗିଛି । ତେବେ ଏହି ଘଟଣା ପ୍ରାୟୋଜିତ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରୁ ନଜର ଏଡ଼ାଇବାକୁ ଜୟନାରାୟଣଙ୍କୁ ସରକାର ମୋହରା କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢ଼ନ୍ତୁ

ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହତାହାତି ଘଟଣା
ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହତାହାତି ଘଟଣା

By

Published : Feb 19, 2023, 7:51 AM IST

ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହତାହାତି ଘଟଣା

ଭୁବନେଶ୍ବର: ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାରେ ବିବାଦ ତେଜିବାରେ ଲାଗିଛି । ଘଟଣାକୁ ନେଇ ବିଧାନସଭା ବାହାରେ ତୁମ୍ବିତୋଫାନ ହେଉଥିବାବେଳେ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ବିଜେଡି ଓ ବିଜେପି କହିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରୁ ନଜର ଏଡ଼ାଇବାକୁ ଜୟନାରାୟଣଙ୍କୁ ସରକାର ମୋହରା କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ଜୟଦେବ କହିଛନ୍ତି, "ଯଦି କଷ୍ଟ ଯୋଗୁଁ ହାତ ଉଠାଇଥିବା କଥା ଜୟନାରାୟଣ ମାନିଛନ୍ତି, ତେବେ ମୁଁ ମନା କରିବାର ନାହିଁ । ଯଦି ତାଙ୍କୁ କଷ୍ଟ ହୋଇଥିବ, ତାହାଲେ ତାଙ୍କ ହାତ ଉଠିଥିବ । ଜୟଙ୍କୁ ଧକ୍କା ମାରିବା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି ଲାଗୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ତାକୁ ନଜର ଆଢୁଆଳକୁ ନେବା ପାଇଁ ଜୟନାରାୟଣଙ୍କୁ ମୋହରା କରିଛନ୍ତି ସରକାର । ଏହାଦ୍ୱାରା ଓଡ଼ିଶା ବିଧାନସଭାର ସମ୍ମାନହାନି ହେଉଛି । ବିଧାନସଭାର ବିରୋଧୀ ଦଳର ନେତାଙ୍କୁ ଜଣେ ମହିଳା ପୋଲିସ ଅଧିକାରୀ ହାତ ଉଠାଇ ମାରିଛନ୍ତି । ତାହା ଠିକ ନୁହେଁ । କଷ୍ଟ ଯୋଗୁଁ ଜଣେ ମହିଳାଙ୍କୁ ହାତ ଉଠାଇ ଜୟନାରାୟଣ ମଧ୍ୟ ଠିକ କରିନାହାନ୍ତି । ତେଣୁ ଉଭୟ ତଦନ୍ତ ପରିସର ଭିତରକୁ ଆସୁଛନ୍ତି । ଏହାର ତଦନ୍ତ କରାଯାଉ । ଯାହା ଉଭୟଙ୍କ ପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ସେହିପରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ରାଜ୍ୟର ଅନେକ ଜ୍ବଳନ୍ତ ସମସ୍ୟା ରହିଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମଧ୍ୟ ଅନେକ ସମସ୍ୟା ରହିଛି । ଗତ କିଛିଦିନ ମଧ୍ୟରେ ଘଟି ଚାଲିଥିବା ଘଟଣା ବାବଦରେ ମଧ୍ୟ ଆଲୋଚନା ହେବ । ବିଧାନସଭାରେ ପ୍ରଶ୍ନ ଉଠିବ । ମହିଳା ପୋଲିସ ଅଧିକାରୀଙ୍କ ପ୍ରସଙ୍ଗ ଉଠିପାରେ । ରାଜ୍ୟ ଯେତେବେଳେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି, ଏବେର ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଲାଣି । ଏହି କଥା ମଧ୍ୟ ବିଧାନସଭାର ଆଲୋଚନାକୁ ଆସିପାରେ । ଜୟନାରାୟଣ ସବୁ କଥାର କାହାଣୀ ଅଲଗା ତିଆରି କରୁଛନ୍ତି । ଏନେଇ ସେ ସ୍ପଷ୍ଟୀକରଣ ଦେଲେ ହେବନାହିଁ । ବିଧିବଦ୍ଧ ଭାବେ ଯେଉଁ ତଦନ୍ତ ହେବ, ଏ ବାବଦରେ ସ୍ପଷ୍ଟ ହେବ । ଭିଡିଓ କ୍ଲିପିଙ୍ଗ ଅଛି । ଅନ୍ୟାନ୍ୟ କଥା ମଧ୍ୟ ଅଛି । ସେ ନିଜେ ତାଙ୍କ ଦଳର ସଭାପତିଙ୍କୁ ଘର ଭିତରେ କବାଟ ଦେଇ ଆକ୍ରମଣ କରିଥିଲେ । ବାକି ଅନ୍ୟାନ୍ୟ ଘଟଣା ଗଣମାଧ୍ୟମରେ ରହିଛି । ଅନ୍ତତଃ ସେହି କଥା ବିଜେପିର ସାଧାରଣ କର୍ମୀ ମଧ୍ୟ ଅନୁଭବ କରିଥିବେ । ଯେତେବେଳେ ରାଜ୍ୟ ସଭାପତି ଆକ୍ରମଣର ଶିକାର ହେଉଛନ୍ତି, ମୁଁ ନୁହେଁ ତାଙ୍କ ସ୍ବଭାବ ସମ୍ପର୍କରେ ଏହି ଘଟଣା ସବୁ କହୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details