ଭୁବନେଶ୍ବର: 60 ବର୍ଷରେ କଂଗ୍ରେସ ଯାହା କରିନି ବିଜେପି ୮ ବର୍ଷରେ ତାହା କରିଛି ବୋଲି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା । ରେଳମନ୍ତ୍ରୀ ଶସ୍ତା ରାଜନୀତି କରୁଛନ୍ତି । ଯଦି ସେ ଓଡ଼ିଶାର ବିକାଶ ପାଇଁ ଏତେ ଚିନ୍ତିତ ତେବେ ଏପର୍ଯ୍ୟନ୍ତ କଣ ପାଇଁ ବରଗଡ଼ ପଦ୍ମପୁର ରେଳ ପ୍ରକଳ୍ପ ହୋଇପାରିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ରେଳମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ଜବାବ ଦେଲା କଂଗ୍ରେସ - କଂଗ୍ରେସ ନେତା ଗଣେଶ୍ବର ବେହେରା
60 ବର୍ଷରେ କଂଗ୍ରେସ ଯାହା କରିନି ବିଜେପି ୮ ବର୍ଷରେ ତାହା କରିଛି ବୋଲି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ
ପଦ୍ମପୁର ଉପନିର୍ବାଚନ ପାଇଁ (Padmapur Bypoll) ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପାଇକମାଳରେ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ରାଜ୍ୟ ସରକାର ଜାଗା ଦେଉନଥିବାରୁ ରେଳକାମ ଅଟକି ରହିଛି । ତେବେ କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ ବୋଲି କହି ନିର୍ବାଚନ ମଣ୍ଡଳୀରେ ଗର୍ଜିଛନ୍ତି ରେଳମନ୍ତ୍ରୀ । ଏହାସହ ବିଜେପିକୁ ପ୍ରଶଂସା କରିବାକୁ କଂଗ୍ରେସ ୬୦ ବର୍ଷ ଶାସନରେ ଯାହା କରିନି ତାହା ବିଜେପି ସରକାର ୮ ବର୍ଷରେ କରି ଦେଖାଇଛି ବୋଲି ସେ କହିଥିଲେ ।
ଏହାକୁ ନେଇ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି,"ରେଳମନ୍ତ୍ରୀ ଶସ୍ତା ରାଜନୀତି କରୁଛନ୍ତି । ଯଦି ସେ ଓଡ଼ିଶାର ବିକାଶ ପାଇଁ ଏତେ ଚିନ୍ତିତ ତେବେ ଏପର୍ଯ୍ୟନ୍ତ କଣ ପାଇଁ ବରଗଡ଼ ପଦ୍ମପୁର ରେଳ ପ୍ରକଳ୍ପ ହୋଇପାରିଲା ନାହିଁ ? ତୁରନ୍ତ ମନ୍ତ୍ରୀ ପଶ୍ଚିମ ଓଡିଶାର ବିକାଶ କଥା ଚିନ୍ତା କରନ୍ତୁ । ରାଉରକେଲା ଇସ୍ପାତ କାରଖାନା କିଏ କରିଛି । ହୀରାକୁଦ ଡ୍ୟାମ୍ କିଏ କରିଛି । ଏସବୁ କିଏ କରିଛି । ଏସବୁ କେନ୍ଦ୍ରମନ୍ତ୍ରୀ ଭୁଲିଗଲେ କେମିତି ।"