ଭୁବନେଶ୍ବର:ମନ୍ତ୍ରୀମଣ୍ଡଳରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ହଠାତ ବାଦ ଦେଲେ ନବୀନ । ସଙ୍ଗେସଙ୍ଗେ ତାଙ୍କ ପୋର୍ଟ ଫୋଲିଓକୁ ଖାଉଟି ଯୋଗାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦେଲେ ସରକାର । ତେବେ କାହିଁକି ମୁଖ୍ୟମନ୍ତ୍ରୀ ରୋହିତଙ୍କୁ ବିଦା କଲେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଯେଉଁମାନେ କଂଗ୍ରେସ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ସେମାନଙ୍କ ମୂଲ୍ୟ ହ୍ରାସ ପାଉଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ ।
ହଠାତ ଜଣେ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ । ଯଦିଓ ମନ୍ତ୍ରୀମଣ୍ଡଳରେ କାହାକୁ ରଖିବା, ବାହାର କରିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ବ୍ୟାପାର କିନ୍ତୁ ହଠାତ ଏମିତି ଜଣେ ମନ୍ତ୍ରୀଙ୍କ ବିଦା କରିବା ସହଜେ ବୁଝା ପଡୁନି । ତାର କାରଣ ସ୍ପଷ୍ଟ ହେବା ଦରକାର ବୋଲି ବିରୋଧୀ ଦାବି କରିଛନ୍ତି । ଚର୍ଚ୍ଚା ହେଉଛି ବିଭାଗବାରି ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷାରେ ଅସନ୍ତୁଷ୍ଟ ଥିଲେ ମୁଖ୍ୟମନ୍ତ୍ରୀ । କିଛି ଦିନ ତଳେ 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ରାଜନୀତିରୁ ଓହରି ଯିବା ଦରକାର ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ ରୋହିତ । ଏବେ ଉଚ୍ଚ ଶିକ୍ଷ ବିଭାଗରେ ଅଧ୍ୟାପକ ବଦଳିରେ ଏକ ବଡ଼ ଧରଣର ଘୋଟାଲା ହୋଇଛି ବୋଲି ଶୁଣିବାକୁ ମିଳୁଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି କଂଗ୍ରେସ ।
ଏହା ବି ପଢନ୍ତୁ- ମୁଁ ସର୍ବୋତ୍ତମ ପ୍ରୟାସ କରିଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଅଧିକ ଆଶା କରିଥିଲେ: ରୋହିତ ପୂଜାରୀ
ଏ ନେଇ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ ପଦରେ ରଖିବେ କାହାକୁ ମନ୍ତ୍ରୀ ପଦରୁ ବାହାର କରିବେ ସେଇଟା ତାଙ୍କର ନିଷ୍ପତି । ସେଥିରେ ଆମର କିଛି କହିବାର ନାହିଁ । ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଭଲ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଗଲା । ତେବେ ଆମ ଦଳର ପ୍ରଶ୍ନ ହେଉଛି ଉଚ୍ଚଶିକ୍ଷା ବିଭାଗ କେଉଁ ଦିଗରେ ତାର ପ୍ରଦର୍ଶନ ଖରାପ କରିଛି ଏବଂ ଏହାର ମାପଦାଣ୍ଡ କଣ ଥିଲା ? ଏହାର ତଥ୍ୟ ଜନସାଧାରଣକୁ ଦିଆଯାଉ । ମନ୍ତ୍ରୀ ଏବଂ ସଚିବଙ୍କ ଉପରେ ଏକା ସାଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ମାନେ ସେଭଳି ଜଘନ୍ୟ ଅପରାଧ କିଛି ହେଇଥାଇପାରେ ।"