ଓଡିଶା

odisha

ETV Bharat / state

ଦେଶ ପାଇଁ କଂଗ୍ରେସ ଘାତକ: ଧର୍ମେନ୍ଦ୍ର ପ୍ରଧାନ - ଏମରଜେନ୍ସିକୁ 48ବର୍ଷ

ଦେଶ ପାଇଁ କଂଗ୍ରେସ ବିପଦ । 1975 ଆଜିର ଦିନରେ ଲାଗୁ ହୋଇଥିବା ଏମରଜେନ୍ସିକୁ ନେଇ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan on emergency
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Jun 26, 2023, 10:48 AM IST

ଭୁବନେଶ୍ବର: କଂଗ୍ରେସ ଏପରି ଏକ ଦଳ ଯିଏ 1947ରେ ଦେଶ ସ୍ବାଧୀନ ହେବା ପରେ 48 ବର୍ଷ ପୂର୍ବେ ଆଜିର ଦିନରେ ନାଗରିକଙ୍କ ମୌଳିକ ଅଧିକାର ଉପରେ ଅଙ୍କୁଶ ଲଗାଇଥିଲା । ଦେଶ ପାଇଁ କଂଗ୍ରେସ ବିପଦ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 1975 ଆଜିର ଦିନରେ ଲାଗୁ ହୋଇଥିବା ଏମରଜେନ୍ସି ବା ଜରୁରୀ ପରିସ୍ଥିତିକୁ ନେଇ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

1975 ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କକାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ଭାରତ ଇତିହାସର ଏହି କଳାଦିନକୁ ଆଜି 48 ବର୍ଷ ପୂରଣ ହୋଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,'' କଂଗ୍ରେସ ସେହି ଦଳ ଯିଏ 1975ରେ ଦେଶରେ ଜରୁରୀ ସ୍ଥିତି ଲଗାଇଥିଲା । ଆଜିର ଦିନରେ ନାଗରିକଙ୍କ ମୌଳିକ ଅଧିକାର ଉପରେ ଅଙ୍କୁଶ ଲଗାଇଥିଲା କଂଗ୍ରେସ । ଦେଶର ସମ୍ବିଧାନ ଓ ସାର୍ବଭୌମତ୍ବକୁ କୁଠାରଘାତ କରିବାର ପାପ କରିଥିଲା । ସେହି ଦିନକୁ ଆଜି ଆମେ ଗଣତନ୍ତ୍ରର କଳା ଦିବସ ଭାବେ ପାଳନ କରୁଛୁ । ଆଜିର ନୂଆ ପିଢିଙ୍କୁ ମନେ ରଖିବାକୁ ହେବ ଯେ ଦେଶ ପାଇଁ କଂଗ୍ରେସ କେତେ ଘାତକ । ଏକ ପରିବାର ବିରୋଧରେ ନାଗରିକ ସ୍ବର ଉଠାଇଲେ ତେଣୁ କଂଗ୍ରେସ ନାଗରିକଙ୍କ ମୌଳିକ ଅଧିକାରକୁ ଛଡାଇ ନେଇଥିଲା ଏହାକୁ ମନେ ରଖିବାକୁ ହେବ ଏବଂ କଂଗ୍ରେସର ପ୍ରକୃତ ଚେହେରାକୁ ଧ୍ୟାନ ଦୋବାକୁ ପଡିବ ।''

ଜରୁରୀସ୍ଥିତିକୁ ନେଇ ଟ୍ବିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କଂଗ୍ରେସ ତାର ଏକଛତ୍ରବାଦୀ ଶାସନ ମାନସିକତାର ପରିଚୟ ଦେଇ କ୍ଷମତା ସ୍ବାର୍ଥରେ 48 ବର୍ଷ ପୂର୍ବେ 1975 ଆଜିର ଦିନର ଦେଶରେ ଏମରଜେନ୍ସି ଲଗାଇ ଲୋକତନ୍ତ୍ରର ହତ୍ୟା କରିଥିଲା । ଗୋଟିଏ ପରିବାର ବିରୋଧରେ ଉଠୁଥିବା ସ୍ବରକୁ ଚାପିବାକୁ କଂଗ୍ରେସ ନାଗରିକଙ୍କ ସମସ୍ତ ମୌଳିକ ଅଧିକାର ଛଡାଇ ନେଇଥିଲା । ଲୋକତନ୍ତ୍ର ଉପରେ କୁଠାରଘାତ କରିଥିଲା । କଂଗ୍ରେସର ପ୍ରଜାତନ୍ତ୍ର ବିରୋଧୀ ଚତିତ୍ର ଏବଂ ଜରୁରୀ ସ୍ଥିତି ଭଳି କଳା ଅଧ୍ୟାୟକୁ ଦେଶ କେବେ ଭୁଲିବ ନାହିଁ ।''

ଏହା ବି ପଢନ୍ତୁ...ଏମରଜେନ୍ସିକୁ 48 ବର୍ଷ, କଳାଦିନକୁ ଭୁଲି ହେବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରକାଶଥାଉ କି, 1975 ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କକାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଅଙ୍କୁଶ ଲାଗିଥିଲା । ଏହା ଗଣତନ୍ତ୍ର ପାଇଁ କଳାଦିନ ଥିଲା । ଆଜି ସେହି କଳାଦିନକୁ 48 ବର୍ଷ ପୂରିଛି ।

ABOUT THE AUTHOR

...view details