ଭୁବନେଶ୍ବର: 5Tକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ। RTI ତଥ୍ୟକୁ ନେଇ 5Tକୁ ସମାଲୋଚନା। ତେବେ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି।
ରଜନୀ ମହାନ୍ତି କହିଛନ୍ତି" 28 ଅଗଷ୍ଟ 2019 ମସିହାରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପାଣ୍ଡିଆନଙ୍କୁ ଆଡିସନାଲ ଚାର୍ଜ ଦେଇଥିଲେ। 5T ଏକ ଇନିସିଏଟିଭ, ଏହା ଏକ ବିଭାଗ ନୁହେଁ। କିନ୍ତୁ 4 ବର୍ଷ ହେବ ଜଣେ ସଚିବଙ୍କୁ 5t ବିଭାଗ କରାଯାଇ କେଉଁଭଳି ଭାବରେ ଦାଇତ୍ୱ ଦିଆଯାଇଛି। ଯଦି RTI ତଥ୍ୟ କହୁଛି ତାଙ୍କୁ କୌଣସି ବିଭାଗ ଦିଆଯାଇନାହିଁ ତାହେଲେ ତାଙ୍କ ଗସ୍ତ ଖର୍ଚ୍ଚର ବିବରଣୀ କାହିଁକି ଦିଆଯାଉ ନାହିଁ। ସେପଟେ ତାଙ୍କ ଗସ୍ତର ବିବରଣୀ ମିଳୁନାହିଁ। 5Tଙ୍କ ଗସ୍ତ ଖର୍ଚ୍ଚର ହିସାବ ଦେଉନାହାନ୍ତି ରାଜ୍ୟ ସରକାର। ଯଦି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କୃଷି ଭଳି ବିଭିନ୍ନ ବିଭାଗରେ ଯଦି 5T ଇନିସିଏଟିଭ ଲାଗୁ କରିଛନ୍ତି । ଏଥିପାଇଁ ଜଣେ 5T ସଚିବଙ୍କୁ ନିଯୁକ୍ତି କରିଛନ୍ତି ତେବେ ଏପର୍ଯ୍ୟନ୍ତ ଏହାର ବିଭାଗରେ କଣ ପାଇଁ କ୍ରିଏସନ କରାଯାଇ ନାହିଁ?"
ଏହା ମଧ୍ୟ ପଢ଼ନ୍ତୁ..ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ ? ଉତ୍ତର ମାଗିଲା ବିଜେପି