ଓଡିଶା

odisha

ETV Bharat / state

2024 Election: ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ, ଫୋକସରେ 100 ସିଟ୍‌ - କଂଗ୍ରେସ ଷ୍ଟ୍ରାଟେଜି

2024 ସାଧାରଣ ନିର୍ବାଚନ ଲାଗି ପାଗ ଭିଡ଼ିଛି କଂଗ୍ରେସ । ଦଳ ନିର୍ବାଚନରେ 100ଟି ବିଧାନସଭା ଏବଂ 15ଟି ସଂସଦୀୟ କ୍ଷେତ୍ରକୁ ଦଖଲ କରିବାକୁ ଯୋଜନା କରୁଥିବା କହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 23, 2023, 4:49 PM IST

ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ, ଫୋକସରେ 100 ସିଟ୍‌

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ । ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ ଦଳ । ରାଜ୍ୟ କାର୍ଯ୍ୟକାରିଣୀରେ ଏଭଳି ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି । କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ ସମାନ ଷ୍ଟ୍ରାଟେଜି ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଛି ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆୟୁଧ କରି ଦଳର ନେତା ଓ କର୍ମୀମାନେ ତୃଣମୂଳ ସ୍ତରକୁ ଯିବେ । ଆସନ୍ତା ନିର୍ବାଚନରେ 100ଟି ବିଧାନସଭା ଏବଂ 15ଟି ସଂସଦୀୟ କ୍ଷେତ୍ରକୁ ଦଖଲ କରିବାକୁ ଯୋଜନା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ଫୋକସରେ ରହିଛି 100 ସିଟ୍‌ । ଓଡ଼ିଶାର 15 ଲୋକସଭା କ୍ଷେତ୍ର ସହିତ 105 ବିଧାନସଭା ସିଟ୍‌ ହାତେଇବାକୁ ଯୋଜନା କରୁଛି ଦଳ । ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସ ଯେଉଁଭଳି ଭାବରେ ଯୋଜନା ପ୍ରସ୍ତୁତ କରି କ୍ଷମତାକୁ ଆସିଛି ସେହି ଷ୍ଟ୍ରାଟେଜି ଆସନ୍ତା ନିର୍ବାଚନରେ ପ୍ରୟୋଗ କରାଯିବ । ଆସନ୍ତା 2024 ସାଧାରଣ ନିର୍ବାଚନ ପାଇଁ ଅନ୍ୟ ରାଜ୍ୟ ଭଳି ଯେଉଁଭଳି ଲଢ଼ିଛନ୍ତି ସେହିଭଳି ଓଡ଼ିଶାରେ ଲଢ଼ିବ କଂଗ୍ରେସ । ରାତି ଦିନ ପରିଶ୍ରମ କରି ଦଳ ସରକାର ଗଢ଼ିବାକୁ ପ୍ରୟାସ କରିବ ବୋଲି କହିଛି କଂଗ୍ରେସ ।

ଏହା ବି ପଢନ୍ତୁ- ବିଜେଡି-ବିଜେପିର ଦାବି, ଆମ ଦଖଲକୁ ଆସିବ ମୟୂରଭଞ୍ଜ ଲୋକସଭା ଓ 9 ବିଧାନସଭା ଆସନ

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିକୁ ମନେ ପକାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଶରତ, ପ୍ରସାଦ, ନିରଞ୍ଜନ, ଜୟଦେବଙ୍କ ମିଳିତ ନେତୃତ୍ବରେ ଏକଜୁଟ ହୋଇ ଗତକାଲି ଶପଥ ନେଇଛୁ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଯେଉଁଭଳି ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ଏବଂ ମିଛ କହି ଜଣେ 5 ଥର ମୁଖ୍ୟମନ୍ତ୍ରୀ ଆଉ କଥା କହି କହି ଜଣେ ପ୍ରଧାନମନ୍ତ୍ରୀ । ଦୁର୍ନୀତି ବିରୋଧରେ ଲଢେଇ କରିବ ଦଳ ।" ସେପଟେ ଶରତଙ୍କ ଜମ୍ବୋ ଟିମକୁ ନେଇ ବେଶ ଆଶାବାଦୀ ଦଳ । ନିଜର ସ୍ଥିତି ହରାଇଥିବା କଂଗ୍ରେସ ଏବେ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଥିବା ବେକେ କଂଗ୍ରେସର ରଣନୀତି ଦଳୀୟ ନେତା ଓ କର୍ମୀଙ୍କୁ ଖୋରାକ ଯୋଗାଇଛି ।

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, "100ଟି ସିଟ୍‌କୁ ଗୁରୁତ୍ବ ଦିଆଯିବ । ସଂଗଠନ ସୁଦୃଢ଼ ପାଇଁ ଯୋଜନା ସରିଛି । ଛାମୁଆ ସଂଗଠନଗୁଡ଼ିକ ସକ୍ରିୟ ହେବେ । ନିଲମ୍ବିତଙ୍କ ପାଇଁ ଆମେ ହାଇ କମାଣ୍ଡଙ୍କ ପାଖରେ କହିବୁ । ଦଳ ଏକାଠି ଲଢ଼ିବ । ଆଗକୁ ଦଳ ରାଜ୍ୟରେ ଲୋକଙ୍କ ଆସ୍ଥାଭାଜନ ହେବ ।" ସେପଟେ ଦଳୀୟ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ନିଜ ଫାଟକୁ ଭରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭରପୁର ଉଦ୍ୟମ କରିଛନ୍ତି ଦଳୀୟ ନେତା । ନିର୍ବାଚନ ପାଇଁ ସମସ୍ତେ ଏକାଠି ହୋଇଥିବା କୁହାଯାଉଥିବା ବେଳେ ତୃଣମୂଳ ସ୍ତରରେ କଂଗ୍ରେସକୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details