ଓଡିଶା

odisha

By ETV Bharat Odisha Team

Published : Dec 9, 2023, 10:05 PM IST

ETV Bharat / state

ଆଇଟି ରେଡ୍‌: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ, SIT ତଦନ୍ତ ଦାବିକଲା କଂଗ୍ରେସ

Congress demands SIT investigation: ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏହି ଘଟଣାରେ ସ୍ବତନ୍ତ୍ର SIT ଗଠନ କରି ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏହାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଅଧିକ ପଢ଼ନ୍ତୁ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଆଇଟି ରେଡ୍‌ ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ । ବିଡ଼ା ବିଡ଼ା ନୋଟ୍ ଦେଖିଲେ ବିଶ୍ବାସ ହେଉନାହିଁ । ତେବେ ଏନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିବାବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କୋଟି କୋଟି ଟଙ୍କା ଜଣେ ମଦ ବ୍ୟବସାୟୀଙ୍କ ଘରେ ରହିଥିଲା, କିନ୍ତୁ କାହାରି ପାଖରେ ଖବର ନଥିଲା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମେତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ।

ରଜନୀ କହିଛନ୍ତି, "ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟକର ବିଭାଗ ହାତରେ ଲାଗିଛି । ଆୟକର ବିଭାଗ ଚଢ଼ାଉ କରିବାବେଳେ ମଦ ବେପାରୀ ତାଙ୍କ ସମ୍ପର୍କୀୟ କିମ୍ବା ତାଙ୍କ କର୍ମଚାରୀଙ୍କ ଘରୁ ଏତେ ଟଙ୍କା ଜବତ ହେଉଛି । ଏତେ ପରିମାଣରେ ରାଜ୍ୟରେ ମଦ ବ୍ୟବସାୟ ହେଉଛି, ଏନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା କି ? କେହି ଜାଣିନାହାନ୍ତି ଏହି ଟଙ୍କା କାହାର । କିଏ କହୁଛି ଏ ପଇସା ମଦ ବ୍ୟବସାୟୀଙ୍କର ତ ଆଉ କିଏ କହୁଛି ଏହା ନିର୍ବାଚନ ପାଇଁ ବିଜୁ ଜନତା ଦଳର ଟଙ୍କା ବୋଲି । କିଛି ସ୍ଥାନୀୟ ଲୋକ କହୁଛନ୍ତି ୫ଟି ରାଜ୍ୟ ନିର୍ବାଚନର କିଛିଦିନ ପୂର୍ବରୁ ଏ ଟଙ୍କାକୁ ଅଣାଯାଇଛି । ତେବେ ଏତେ ସବୁ ଘଟଣା ଘଟିଗଲା, ମାତ୍ର ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଜଣା ପଡିଲାନି କେମିତି ? ଏହି ସବୁ ସଂସ୍ଥା ରାଜ୍ୟରେ କିଛି କରୁଛନ୍ତି ନା ସମସ୍ତେ ଏଥିରେ 'ମିଲି ଭଗତ'ରେ ସାମିଲ ଅଛନ୍ତି, ତାହା ତଦନ୍ତ ହେବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ...ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି

ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଟାର୍ଗେଟ୍‌ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, "ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ୍‌ରେ ଯେଉଁ କଥା କହିଛନ୍ତି, ଯେଉଁମାନେ ଲୋକଙ୍କ ଟଙ୍କା ହଡ଼ପ କରିଛନ୍ତି ସମସ୍ତଙ୍କ ଟଙ୍କା ଫେରାଯିବ । ତେବେ କିଛିଦିନ ତଳେ ନୀରବ ମୋଦିଙ୍କ ଠାରୁ ଆରମ୍ଭ କରି ବିଜୟ ମାଲ୍ୟାଙ୍କ ଯାଏଁ ଭାରତର ବିଭିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କା ହଡ଼ପ କରି ଫେରାର ହୋଇଛନ୍ତି । ସେଥିରୁ କେତେ ଟଙ୍କା ଫେରସ୍ତ ଆସିଛି ତାହା ମଧ୍ୟ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ଜଣାନ୍ତୁ ।" ଏହା ସହିତ ଟଙ୍କା ଜବତ ଘଟଣାରେ ଏସ୍‌ଆଇଟି ଗଠନ କରାଯାଇ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏହାର ତଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details