ଭୁବନେଶ୍ବର: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଜୋର ଧରିଛି ଦାବି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଚାରି ଦ୍ବାର ଖୋଲିବାକୁ ଦାବି କରିଛନ୍ତି । ଏପଟେ ରାଜସ୍ବ ମନ୍ତ୍ରୀ ପ୍ରମିଳ ମଲ୍ଲିକ କହିଛନ୍ତି ଠିକ ସମୟରେ ସବୁ ଦ୍ବାର ଖୋଲିବ ।
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି । ବିଭିନ୍ନ ସଂଗଠନ ଏନେଇ ସ୍ବର ଉଠାଇବା ପରେ ରାଜନେତା ମଧ୍ୟ ମୁହଁ ଖୋଲିଛନ୍ତି । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କୋରୋନା ସମୟରେ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଖୋଲାଯାଇ ଅନ୍ୟ ତିନୋଟି ଦ୍ୱାର ବନ୍ଦ କରାଯାଇଥିଲା । ଏବେ କୋରୋନା ଡର ନାହିଁ । ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଚାରୋଟି ଦ୍ୱାର ଖୋଲାଯାଉ । କେବଳ ସିଂହଦ୍ବାର ଖୋଲା ଯାଇଥିବା ଯୋଗୁଁ ପୁରୀବାସୀ ସମସ୍ୟା ଭୋଗୁଛନ୍ତି । କୌଣସି କାମ ପାଇଁ ସେମାନଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚାରୋଟି ଦ୍ୱାର ହୋଇଥିଲା । ଏହାକୁ ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି । ଚାରୋଟି ଦ୍ୱାରରେ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ ।"
ଏହା ମଧ୍ୟ ପଢ଼ନ୍ତୁ:ବିକାଶକୁ ବିରୋଧ କରିବା ଛଡା ଅନ୍ୟ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ: ପ୍ରମିଳା ମଲ୍ଲିକ