ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, CBI ତଦନ୍ତ ଦାବି କଲା କଂଗ୍ରେସ - PM awas scheme cag report

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ସିଏଜି (CAG) ଉଠାଇଥିବା ପ୍ରଶ୍ନକୁ ନେଇ ସିବିଆଇ (CBI) ତଦନ୍ତ ଦାବି କଲା କଂଗ୍ରେସ । ସିବିଆଇ ତଦନ୍ତ ପରେ ସମସ୍ତ ସତ ସାମ୍ନାକୁ ଆସିବ କହିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା

By ETV Bharat Odisha Team

Published : Oct 4, 2023, 11:03 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ସିଏଜି (CAG) ଉଠାଇଥିବା ପ୍ରଶ୍ନକୁ ନେଇ ସିବିଆଇ (CBI) ତଦନ୍ତ ଦାବି କଲା କଂଗ୍ରେସ । ତେବେ ସିବିଆଇ ତଦନ୍ତ ପରେ ସମସ୍ତ ସତ ସାମ୍ନାକୁ ଆସିବ ବୋଲି ପ୍ରତିକ୍ରିଆ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ତେବେ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୨୨ ସୁଦ୍ଧା ମୌଳିକ ସୁବିଧା ସହ ବାସଘର ଦେବା ଉଦ୍ଦେଶ୍ୟରେ ୨୦୧୬ ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି । 2022 ଶେଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ଘରଟିଏ ଯୋଗାଇ ଦେବାକୁ ଯୋଜନା ରଖିଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଯୋଜନାରେ ଗରିବ ଜନସାଧାରଣଙ୍କୁ ଘରଟିଏ ଯୋଗାଇ ଦେବା କଥା ହେଲେ ଓଡ଼ିଶାରେ ଉପଯୁକ୍ତ ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥବା ଏକ ରିପୋର୍ଟ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲା ସିଏଜି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ....ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି, ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

କଂଗ୍ରେସ ଅଭିଯୋଗ କରିଛି ସିଏଜି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ନାଁ ତାଲିକାରେ ନାହିଁ। ତେବେ ସୁର କହିଛନ୍ତି "ଅପାରଗ ସରକାର ଭାରତ ସରକାରଙ୍କ ଅର୍ଥକୁ କାର୍ଯ୍ୟରେ ଲଗାଇ ପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 37 ହଜାର କୋଟି ଟଙ୍କା ଫେରି ଯାଇଛି । ସିଏଜି ରିପୋର୍ଟ ଅନୁସାରେ, ବହୁତ ଲୋକଙ୍କର ଛାତ ଘର ଅଛି, ଫ୍ରିଜ ଅଛି, ଏସି ଅଛି, କିନ୍ତୁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି। କିନ୍ତୁ ଯେଉଁମାନେ ଉପଯୁକ୍ତ ହିତାଧିକରୀ ସେମାନଙ୍କୁ ଯୋଜନାର ଲାଭ ମିଳିନି। ବଡ ବଡ଼ିଆ ଯେଉଁମାନଙ୍କର ଗାଡ଼ି ମଟର ଅଛି ସେମାନଙ୍କୁ ପ୍ରଧାମମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆକାଉଣ୍ଡକୁ ଟଙ୍କା ପଠା ଯାଇଛି। ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ତେଣୁ ମୁଁ ଦାବି କରୁଛି ଏହାର ସିବିଆଇ ତଦନ୍ତ ହେଉ ଏବଂ କେଉଁମାନେ ଏହି ଯୋଜନା ପାଇଛନ୍ତି କେଉଁମାନେ ପାଇ ନାହାନ୍ତି ତାର ସଠିକ ରିପୋର୍ଟ ସାମ୍ନାକୁ ଆସୁ। "


ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିଲା। ବିଜେପି ଅଭିଯୋଗ ଆଣିଥିଲା ଯେ, ରାଜ୍ୟ ସରକାର ଦଳୀୟ ଭିତ୍ତିରେ ଘର ଆବଣ୍ଟନ କରିଛନ୍ତି । ଯାହାକୁ ନେଇ ରାଜ୍ୟରେ ତୁମ୍ବୀ ତୋଫାନ କରିଥିଲା ବିଜେପି। ଏପରିକି ରାଜରାସ୍ତାରେ ବିକ୍ଷୋଭ ପଦର୍ଶନ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details