ଭୁବନେଶ୍ବର:ପଟିଆରେ ଗଣଦୁଷ୍କର୍ମ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ । ରାଜଧାନୀର ଅନ୍ୟତମ ପଟିଆ ରେଳ ଷ୍ଟେସନ ନିକଟରେ ଦୁଇ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ରହିଛନ୍ତି । ହକି ବିଶ୍ବକପ୍ ପାଇଁ ରଙ୍ଗୀନ ଆଲୋକମାଳାରେ ଝଟକୁଥିବା ରାଜଧାନୀରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିବା ଏବେ ଚାରିଆଡେ ଆଲୋଡନ ଖେଳାଇଛି ।
ମହିଳା ସଶକ୍ତି କରଣ କୁହାଯାଉଛି ହେଲେ ଏଠି ନ୍ୟାୟ ପାଇଁ ପୀଡିତା ପରିବାର ଥାନାରୁ ଥାନା ବୁଲୁଛି । ହେଲେ କୌଣସି ଥାନା ଅଭିଯୋଗ ରଖୁନାହାନ୍ତି । ହକି ଠାରୁ ଆରମ୍ଭ କରି ଡ଼ଟ ଫେଷ୍ଟ ହେଉଛି । ଜନ ଗହଳି ଭିତରେ ଏଭଳି କାଣ୍ଡ ଘଟୁଛି । ହେଲେ ପୋଲିସର ତପ୍ତରତା ନାହିଁ । ଶ୍ରମିକ ପରିବାର ଖାଇବାକୁ ନାହିଁ । ଯେଉଁଠି ପୋଲିସ ମହିଳା ଅଧିକାରୀ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଲୋକେ କଣ ସୁରକ୍ଷା ଆଶା କରିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ।
ତେବେ ପୋଲିସ ନିଷ୍କ୍ରିୟ ସାଜୁଛି କାହା ଚାପରେ । 2019 ଶିଶୁ ନିର୍ଯାତନାରେ ଚତୁର୍ଥ ସ୍ଥାନରେ ଥିବାବେଳେ ଏବେ ଦ୍ବିତୀୟରେ । ତୁରନ୍ତ ଏହି ଗଣଦୁଷ୍କର୍ମ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ । ପୋସ୍କୋ ଆକ୍ଟ ଲଗାଯାଇ କଠୋର ଦଣ୍ଡ ଦିଆଯାଉ ଵୋଲି ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।