ଓଡିଶା

odisha

ETV Bharat / state

ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର: କଂଗ୍ରେସ - ବିଜେଡ଼ିକୁ କଂଗ୍ରେସର ସମାଲୋଚନା

ଗଣମାଧ୍ୟମର କଣ୍ଠରୋଧ ପ୍ରତିବାଦରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର
ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର

By ETV Bharat Odisha Team

Published : Sep 20, 2023, 8:18 PM IST

ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ଗଣମାଧ୍ୟମର କଣ୍ଠରୋଧ ପ୍ରତିବାଦରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ସତ କହିଲେ କାର୍ଯ୍ୟାନୁଷ୍ଠାନ, ସତ ଖବର ପାଇଁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସର ନିନ୍ଦା । ସତ ଲେଖିବାରୁ ସମ୍ବାଦ ପତ୍ର ଉପରେ ଦାଉ ସାଧୁଛନ୍ତି । ମିଥ୍ୟା କେସରେ ପକାଇ ଦେଉଛନ୍ତି । ସରକାରଙ୍କ ଗୁଣଗାନ ନକରିବାରୁ କାର୍ଯ୍ୟାନୁଷ୍ଠାନ କରିବା ଠିକ ନୁହେଁ । ବିଜେଡି ସରକାରର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରୁଛୁ । ମିଡିଆ ହାଉସରେ ରେଡ଼ କେତେ ଯଥାର୍ଥ ତାହା ଲୋକେ କହିବେ। ଆଗକୁ ଜନସାଧାରଣ ଏହାର ଜବାଵ ଦେବେ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ବୟାନ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।



ତେବେ ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାକୁ ବିଜେଡ଼ିର ଚାଲକୁ ବରଦାସ୍ତ କରାଯିବ ନାହିଁ । ସାମ୍ବାଦିକଙ୍କ ସ୍ୱରକୁ ଯେତେବେଳେ ଦବେଇ ବାକୁ ଚେଷ୍ଟା କରାଯାଏ ସେଠି ସରକାର ଅତ୍ୟାଚାରୀ ହୋଇଯାଏ । କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରୁଛି । ବିଜେଡ଼ି ଚାହୁଁଛି ସବୁ ସାମ୍ବାଦିକ ତାଙ୍କ କଳାକାର ନାମାକୁ ଛାପନ୍ତୁ ନାହିଁ । ଦିଲ୍ଲୀରେ ବି ବିଜେପି ଏକଛତ୍ର ବାଦ ଶାସନ ଚଳାଇଛି । ଓଡ଼ିଶାରେ ବିଜେଡ଼ି ତାକୁ ଅନୁସରଣ କରୁଛି । ସମ୍ବାଦ ଭବନରେ ରେଡ୍କୁ ନିନ୍ଦା କରୁଛୁ । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ନାହିଁ ।"

ସେପଟେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି "ଭାରତୀୟ ସମ୍ବିଧାନରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୌଳିକ ଅଧିକାର । ଏହି ଅଧିକାରରେ ଫ୍ରିଡ଼ମ ଅଫ ସ୍ପିଚ୍‌, ଫ୍ରିଡ଼ମ ଅଫ ଏକ୍ସପ୍ରେସନ ଏବଂ ଫ୍ରିଡ଼ମ ଅଫ ପ୍ରେସ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ଗଣମାଧ୍ୟମକୁ ଆକ୍ରୋଶ ମୂଳକ ଭାବରେ ତାର କଣ୍ଠରୋଧ କରିବାକୁ ଚେଷ୍ଟା କରାଯିବ ତାହେଲେ କଂଗ୍ରେସ ଦଳ ନିରବ ରହିବ ନାହିଁ । କଂଗ୍ରେସ ଦଳ ଏହାର ଦୃଢ଼ ବିରୋଧ କରିବ । ସ୍ତମ୍ଭକାରଟେ ନିଜ ଚିନ୍ତାଧାରା, ସତ୍ୟ ତଥ୍ୟ ଲେଖିବାକୁ ଇଚ୍ଛା କରେ ହେଲେ ତାର କଣ୍ଠରୋଧ କରିବା ଠିକ ନୁହେଁ । ଏହା ବିରୋଧରେ କଂଗ୍ରେସ ସ୍ୱରକୁ ବ୍ୟାପକ କରିବ । ଲୋକଙ୍କ ସ୍ୱାର୍ଥକୁ ଯେତେବେଳେ ଗୌଣ କରାଯାଏ ସେଠି ଜନସାଧାରଣ ଏହାର ବରଦାସ୍ତ କରିବେ ନାହିଁ ବରଂ ଏକାଠି ହୋଇ ପ୍ରତିବାଦ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ....ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା: ବିଜେପି


ତେବେ ରାଜ୍ୟରେ ବିଜେଡି ବିଧାୟକ ତଥା ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଗତ ଦୁଇ ଦିନ ତଳେ ଏକ ଗଣମାଧ୍ୟମ ଅନୁଷ୍ଠାନରେ ସରକାରୀ କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ରାଜ୍ୟରେ ସମ୍ବାଦପତ୍ରର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details