ଓଡିଶା

odisha

ETV Bharat / state

2024 Election: ରାଜ୍ୟରେ ମୁଣ୍ଡ ଟେକିବ କଂଗ୍ରେସ, ଦଳକୁ ଫେରିବେ ପୁରୁଖା ନେତା ! - 2024 ନିର୍ବାଚନ

2024 ନିର୍ବାଚନ ଲାଗି ଦଳକୁ ମଜଭୁତ କରିବା ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ । ଦଳକୁ କିଛି ପୁରୁଖା ନେତା ଫେରିବେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Congress
Congress

By

Published : Aug 13, 2023, 7:31 PM IST

Updated : Aug 13, 2023, 7:59 PM IST

2024 Election: ରାଜ୍ୟରେ ମୁଣ୍ଡ ଟେକିବ କଂଗ୍ରେସ, ଦଳକୁ ଫେରିବେ ପୁରୁଖା ନେତା !

ଭୁବନେଶ୍ବର:ଦଳକୁ ଫେରିବେ ପୁରୁଖା ନେତା । ପୁଣି ସୁଦୃଢ଼ ହେବ କଂଗ୍ରେସ । ସଂଗଠନକୁ ମଜଭୁତ କରିବାକୁ ଲାଗି ପଡିଛନ୍ତି ପିସିସି ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଯେଉଁ ପୁରୁଖା ନେତା ଦଳରେ ମତାନ୍ତର ଓ ମନାନ୍ତର ହୋଇ ନିଜକୁ ଦୂରେଇ ରଖିଥିଲେ ସେମାନଙ୍କୁ ମନାଇ ଦଳକୁ ଫେରାଇ ଆଣିବାକୁ ଚାଲିଛି ଜୋରଦାର ପ୍ରୟାସ । କ୍ୟାମ୍ପେନ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ବିଭିନ୍ନ ନେତାଙ୍କ ଘରକୁ ଘର ଯାଇ ଆଲୋଚନା କରୁଥିବାର ବିଗତ ଦିନ ମାନଙ୍କରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ନେତୃତ୍ବରେ କିଛି ଦଳ ଛାଡ଼ିଥିବା ପୁରୁଣା ବିଧାୟକମାନେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । 3 ପ୍ରମୁଖ ରାଜନୈତିକ ଦଳ ନିଜ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ପାଦେ ଆଗକୁ ଯାଇ ଘର ସଜଡ଼ା କାମ ଆରମ୍ଭ କରିଦେଇଛି । କଂଗ୍ରେସ ଟାର୍ଗେଟରେ 9ରୁ 90 ଟାର୍ଗେଟ ରହିଛି । ଏହି ଲକ୍ଷ୍ୟରେ ଏବେ ଲାଗିପଡିଛି ରାଜ୍ୟ ନେତୃତ୍ବ । ଦଳର ସଭାପତି ଶରତ ପଟ୍ଟନାୟକ ଓ ପ୍ରଚାର କମିଟି ଅଧ୍ୟକ୍ଷ ଦଳର କେତେକ ପୁରୁଖା ନେତାଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି । ଶ୍ରୀକାନ୍ତ ଜେନାଠାରୁ ଆରମ୍ଭ କରି ଗିରିଧାରୀ ଗମାଙ୍ଗ ପର୍ଯ୍ୟନ୍ତ ବରିଷ୍ଠ ନେତା ବେଶ କିଛି ଦିନ ଧରି ଦଳରୁ ଦୂରେଇ ଯାଇଥିଲେ।

ଏହା ବି ପଢନ୍ତୁ- 2024 Election: ବିଜେପି-ବିଜେଡି ବିଧାୟକ ମୁହାଁମୁହିଁ, କିଏ ସମୁଦ୍ର ଓ କିଏ ନଦୀ ?

କଂଗ୍ରେସର ସ୍ଥିତି ମଜଭୁତ କରିବାକୁ ପାଇଁ ଏହି ପୁରୁଖା ହେଭିୱେଟ ନେତାଙ୍କୁ ଖୋଜା ପଡିଛି। ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ସଭାପତି ଏବେ ବରିଷ୍ଠ ନେତାଙ୍କ ଘର ଘର ବୁଲି ମନାଇବାରେ ଲାଗି ପଡ଼ିଛନ୍ତି । ଆଜି ପିସିସି ସଭାପତି ନିଜେ ସ୍ବୀକାର କରି କହିଛନ୍ତି, "କଂଗ୍ରେସ ଉଦ୍ୟମ ଆରମ୍ଭ ହୋଇଛି । କଂଗ୍ରେସ ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ଦଳର ପୁରୁଖା ନେତା ପୁଣି ପ୍ରତ୍ୟାବର୍ତ୍ତନ କରିବେ ଦଳକୁ,ଏପରିକି ଶାସକ ଦଳ ଏବଂ ଅନ୍ୟ ଦଳର କିଛି ନେତାମାନେ ଆମ ଯୋଗସୂତ୍ରରେ ଅଛନ୍ତି । ସେମାନଙ୍କ ସହ ଆଲୋଚନା ହୋଇଛି । ଆଗକୁ କଂଗ୍ରେସରେ ସେମାନେ ବି ମିଶିବେ । ଆଗାମୀ ନିର୍ବାଚନରେ କଂଗ୍ରେସ ଜୋରଦାର ଲଢେଉ କରିବ । ଏନେଇ ପ୍ରୟାସ କରୁଛି କଂଗ୍ରେସ ।"

ଗତ 2 ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରୁ ଦୂରେଇ ଥିବା ରାଜ୍ୟ କଂଗ୍ରେସ ନିଜ ସତ୍ତା ହରାଇଛି । ଆସନ୍ତା ନିର୍ବାଚନରେ ଦଳ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ନୂଆ ପୁରୁଣା ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ଏନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, "ଯିଏ କଂଗ୍ରେସକୁ ଆସିବାକୁ ଚାହୁଁଛନ୍ତି ତାଙ୍କୁ ଦଳକୁ ନେଇ ଆସିବା ଦରକାର । ଗିରିଧାରୀ ଗମାଙ୍ଗ, ଜୟରାମ ପାଙ୍ଗି, କୃଷ୍ଣଚନ୍ଦ୍ର ସଗରିଆ, ମହମ୍ମଦ ମୋକିମ, ଚିରଞ୍ଜିବି ବିଶ୍ବାଳ ସମସ୍ତେ କଂଗ୍ରେସ ଫେରିବାକୁ ଚାହୁଁଛନ୍ତି । ସମସ୍ତେ ଆସନ୍ତୁ କଂଗ୍ରେସ ଦଳ ସୁଦୃଢ଼ ହେବ।"

ଏ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଆଗକୁ କଂଗ୍ରେସ ରାଜ୍ୟରେ ଭଲ ପଦର୍ଶନ କରିବ । କିଛି ବରିଷ୍ଠ ନେତାମାନେ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି । ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ AICC ସଭାପତି, ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ମିଶିପାରିବେ । ଯେଉଁମାନେ ଅତୀତରେ କଂଗ୍ରେସ ଛାଡିଥିଲେ ସେମାନେ ଯଦି କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବେ ସେମାନେ ଅନୁଭବ କରୁଥିବେ କଂଗ୍ରେସ ଆଗକୁ ଉନ୍ନତି କରିବ । ଯେଉଁମାନେ କଂଗ୍ରେସରୁ ଅନେକ କିଛି ପାଇଛନ୍ତି ସେମାନେ କଂଗ୍ରେସକୁ ଫେରି ସହଯୋଗ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2023, 7:59 PM IST

ABOUT THE AUTHOR

...view details