ଓଡିଶା

odisha

ETV Bharat / state

Jharsuguda By-poll: ଆଜିଠୁ ନୋମିନେସନ୍ ଆରମ୍ଭ, ୧୫ରେ ନାମାଙ୍କନ ଭରିବେ ତରୁଣ

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ବ୍ୟାଟେଲ । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ରେ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଅଧିକ ପଢନ୍ତୁ

By

Published : Apr 13, 2023, 4:01 PM IST

Etv Bharat
Etv Bharat

୧୫ରେ ନାମାଙ୍କନ ଭରିବେ ତରୁଣ

ଭୁବନେଶ୍ବର:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନୀ ମୈଦାନକୁ ଓହ୍ଲାଇବା ଲାଗି ପ୍ରସ୍ତୁତ ୩ ପ୍ରମୁଖ ଦଳ ପ୍ରାର୍ଥୀ । ନାମାଙ୍କନ ଭରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଉଷ୍ମ ହେଉଛି ରାଜନୀତି ପାଣିପାଗ । ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେବା ପରେ ଆରମ୍ଭ ହୋଇଛି ଝାରସୁଗୁ଼ଡ଼ା ବ୍ୟାଟେଲ । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ରେ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।

ସେହିପରି ବିଜେଡି ପ୍ରାର୍ଥୀ ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ବିଜେପି ମଧ୍ୟ ଖୁବଶୀଘ୍ର ନାମାଙ୍କନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏ ନେଇ କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ । ୧୫ ତାରିଖରେ ମୁଁ ନିଜେ ତରୁଣ ପାଣ୍ଡେଙ୍କ ନାମାଙ୍କନରେ ଉପସ୍ଥିତ ରହିବି । କଂଗ୍ରେସ ବିଧାୟକ, ନେତା ପ୍ରତ୍ୟେକ କର୍ମୀ ସମସ୍ତେ ରହିବେ । କଂଗ୍ରେସ ଛାମୁଆ ସଂଗଠନଗୁଡ଼ିକ ସକ୍ରିୟ ହେବେ । ମୋଦିଙ୍କ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଜନସାଧାରଣ ଜାଗ୍ରତ ହେଲେଣି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଦୈନିକ ବିଗିଡ଼ିବାରେ ଲାଗିଛି। କଂଗ୍ରେସ ସାରା ଦେଶରେ ଏବେ ଲୋକଙ୍କ ବିଶ୍ବାସ ଭାଜନ ହେଉଛି। ତେଣୁ ଝାରସୁଗୁଡ଼ାରେ କଂଗ୍ରେସ ହିଁ ଜିତିବ ।"

ଏହା ବି ପଢନ୍ତୁ- ଆଉ ନିର୍ବାଚନ ଲଢିବେନି କଂଗ୍ରେସ ନେତା ନରସିଂହ ମିଶ୍ର

ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏବେ ଟକ୍କର କିଏ ଜିତିବ ବାଜି ? କାହା ହାତକୁ ଯିବ ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀ ? ଅନୁକମ୍ପାମୂଳକ ଭୋଟ ଏଠି ପ୍ରାର୍ଥୀକୁ ବାଜିମାତ କରିବାରେ ସହାୟକ ହେବ ନା ପ୍ରସଙ୍ଗଭିତ୍ତିକ ଭୋଟ ମିଳିବ। ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ପକ୍ଷରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପି ପକ୍ଷରୁ ଯୁବ ଚେହେରା ଟଙ୍କଧର ତ୍ରିପାଠୀ, କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଏବେ ପ୍ରସ୍ତୁତ।

ଯଦିଓ ଅନ୍ୟ ଦଳମାନେ ପ୍ରାର୍ଥୀ ଦେଇଛନ୍ତି କିନ୍ତୁ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେବା ସ୍ପଷ୍ଟ ହୋଇଛି । ଦୀପାଳି ବାପାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ବାପାଙ୍କ ଦୀର୍ଘଦିନର ଅନୁଭୂତିକୁ ନେଇ ନିର୍ବାଚନ ଜିତିବେ ବୋଲି କହିଛନ୍ତି । ସେହିପରି ଯୁବବର୍ଗ ଏବଂ ଝାରସୁଗୁଡ଼ାବାସୀ ବିଜେପିକୁ ଏହି ନିର୍ବାଚନ ଭେଟି ଦେବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର । ଏହାରି ଭିତରେ ସବୁ ଦଳମାନେ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଲୋକଙ୍କ ପାଖକୁ ଯାଇ ଆଶୀର୍ବାଦ ନେଉଛନ୍ତି ପ୍ରାର୍ଥୀ ।

ଆସନ୍ତା ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ମେ ୧୩ ତାରିଖରେ ଭୋଟ ଗଣତି ଏବଂ ସେହିଦିନ ଫଳାଫଳ ଘୋଷଣା ହେବ । ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ। ସୂଚନା ଥାଉ କି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ା ନିର୍ବାଚନୀ ମଣ୍ଡଳୀ ଖାଲି ପଡ଼ିଛି । ଏଥିଲାଗି ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details