ଓଡିଶା

odisha

ETV Bharat / state

OPCC News: ବଦଳିଲେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଲୁଜା ଶୃଙ୍ଖଳା କମିଟି ଅଧ୍ୟକ୍ଷ - Koraput Congress President

ପନଃଗଠିତ ହୋଇଛି ଓଡିଶା କଂଗ୍ରେସର ଶୃଙ୍ଖଳା କମିଟି । ବିଧାୟକ ସନ୍ତୋଷ ସିଂ ସାଲୁଜା ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହୋଇଥିବା ବେଳେ, ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ହୋଇଛନ୍ତି । ଅଧିକ ପଢନ୍ତୁ

ବଦଳିଲେ 10 ଜିଲ୍ଲା ସଭାପତି, ଇସ୍ତାହାର କମିଟି ଅଧ୍ୟକ୍ଷ ବି ନିଯୁକ୍ତ
ବଦଳିଲେ 10 ଜିଲ୍ଲା ସଭାପତି, ଇସ୍ତାହାର କମିଟି ଅଧ୍ୟକ୍ଷ ବି ନିଯୁକ୍ତ

By

Published : Jun 9, 2023, 5:42 PM IST

ଭୁବନେଶ୍ବର: କଂଗ୍ରେସର ନୂଆ କମିଟି । ବିଧାୟକ ସାଲୁଜା ହେଲେ ଶୃଙ୍ଖଳା କମିଟି ମୁଖ୍ୟ । ଗଠନ ହେଲା କଂଗ୍ରେସ ର ନୂଆ କମିଟି । ଏଆଇସିସି ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ଜିଲ୍ଲା ସଭାପତି, ଶୃଙ୍ଖଳା କମିଟି, ଇସ୍ତାହାର କମିଟି । 10 ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କଲା ଏଆଇସିସି ।

ବହୁ ବିଚାରବିମର୍ଶ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଆଜି 10 ଜିଲ୍ଲାର ସଭାପତିଙ୍କ ନା ଘୋଷଣା କରିଛି । ଚର୍ଚ୍ଚାରେ ଥିବା କୋରାପୁଟ ଜିଲ୍ଲାର ସଭାପତି ପରିବର୍ତ୍ତନ ହୋଇଛନ୍ତି । ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ ହଟାଇ ତାଙ୍କ ସ୍ଥାନରେ ଭେଟେରାନ କଂଗ୍ରେସ ନେତା ଦୁର୍ଗା ଶଙ୍କର ସାହୁଙ୍କୁ ସଭାପତି କରାଯାଇଛି ।

ବଦଳିଲେ 10 ଜିଲ୍ଲା ସଭାପତି, ଇସ୍ତାହାର କମିଟି ଅଧ୍ୟକ୍ଷ ବି ନିଯୁକ୍ତ

ଏଆଇସିସି ପକ୍ଷରୁ ଜାରି ତାଲିକା ଅନୁସାରେ କୋରାପୁଟ ଜିଲ୍ଲାର ନୂଆ ସଭାପତି ହୋଇଛନ୍ତି ଦୁର୍ଗା ଶଙ୍କର ସାହୁ । ଦେଓଗଡ ଜିଲ୍ଲା ସଭାପତି ହୋଇଛନ୍ତି ସେମ ହେମ୍ବ୍ରମ, ନୂଆପଡା ଜିଲ୍ଲା ସଭାପତି ସୁରଶ ଆଜାଦ, କେଉଁଝର ଜିଲ୍ଲା ସଭାପତି ମୋହନ ପରିଡା, ପୁରୀ ଜିଲ୍ଲା ସଭାପତି ଜୟରାମ ପଟ୍ଟନାୟକ, ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ, ଅନୁଗୋଳ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ସମ୍ବଲପୁର ଜିଲ୍ଲା ସଭାପତି ଆସିଫ ଅଲ୍ଲୀ ଖାଁ, ରାୟଗଡା ଜିଲ୍ଲା ସଭାପତି ହୋଇଛନ୍ତି ବିଜୟ ଗମାଙ୍ଗୋ ।

ସେହିପରି ପୁନର୍ଗଠିତ ହୋଇଛି ଓଡିଶା କଂଗ୍ରେସର ଶୃଙ୍ଖଳା କମିଟି । ବିଧାୟକ ସନ୍ତୋଷ ସିଂ ସାଲୁଜା ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହୋଇଥିବା ବେଳେ, ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ହୋଇଛନ୍ତି । ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ, ପ୍ରତିମା ମଲ୍ଲିକ ଓ ଭୁଜବଳ ମାଝୀ ସଦସ୍ୟ ରହିଛନ୍ତି ।

ବଦଳିଲେ 10 ଜିଲ୍ଲା ସଭାପତି, ଇସ୍ତାହାର କମିଟି ଅଧ୍ୟକ୍ଷ ବି ନିଯୁକ୍ତ

ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦେଇଛି ଏଆଇସିସି। କାର୍ଯ୍ୟକ୍ରମ କ୍ରିୟାନ୍ବୟନ କମିଟି ଅଧ୍ୟକ୍ଷ ହୋଇଛନ୍ତି ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ । ପ୍ରଚାର ଓ ପ୍ରସାର କମିଟି ମୁଖ୍ୟ ହେଲେ ସଂଜୟ ତ୍ରିପାଠୀ ।

ସୂଚନାଯୋଗ୍ୟଯେ ପୂର୍ବରୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରିସାରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟିମ ପୁନର୍ଗଠନ କରୁଛନ୍ତି ।

ପ୍ରକାଶ ଯେ, ପୂର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସରେ ବିବାଦ ଲାଗି ରହିଛି । ବିଧାୟକ ତାରା ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦ ବଜାୟ ରଖିବା ପାଇଁ ନିକଟରେ ଭୁବନେଶ୍ୱର କଂଗ୍ରେସ ଭବନରେ ପହଞ୍ଚି ହଙ୍ଗାମା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details