ଓଡିଶା

odisha

ବସ ଧର୍ମଘଟକୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ଦୋଷ ଦେଲେ ବିରୋଧୀ

By ETV Bharat Odisha Team

Published : Oct 20, 2023, 10:27 PM IST

ବସ ଧର୍ମଘଟ କାରଣରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ଯାତ୍ରୀ। ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

bus strike politics
ବସ ଧର୍ମଘଟ ରାଜନୀତି

ବସ ଧର୍ମଘଟ ରାଜନୀତି

ଭୁବନେଶ୍ବର:ଆଜିଠାରୁ ସାରା ରାଜ୍ୟରେ ଘରୋଇ ବସ ଧର୍ମଘଟ ଡାକରା ଦେଇଥିଲା ସଂଘ । ବସ ଧର୍ମଘଟ ଯୋଗୁଁ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିନଲେ ଯାତ୍ରୀ। ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟରେ ପ୍ରାୟ 14 ହଜାର ବସ ଏହି ଧର୍ମଘଟରେ ସାମିଲ ହୋଇଥିଲେ । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ 'ଲକ୍ଷ୍ମୀ ଯୋଜନା'କୁ ବିରୋଧ କରି ଘରୋଇ ବସ ମାଲିକ ସଙ୍ଘ ଧର୍ମଘଟ ଡାକରା ଦେଇଛି । ଦୁର୍ଗାପୂଜାରେ ଚାରିଆଡ ଉତ୍ସବର ମାହୋଲ ଥିବାବେଳେ ଜନସାଧାରଣ ଏଭଳି ଅସୁବିଧାରେ ସମ୍ମୁଖୀନ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିବା କହିଛନ୍ତି ବିରୋଧୀ । ସେପଟେ ଆସନ୍ତା 31 ଯାଏ ଧର୍ମଘଟ ସ୍ଥଗିତ ରହିଛି । ରାଜ୍ୟରେ ଗଡିଲା ଘରୋଇ ବସ୍‌ ।

"ସାରା ରାଜ୍ୟରେ ଗମନାଗମନ ଠପ୍ ହେବାର ମୁଖ୍ୟ କାରଣ ହେଉଛନ୍ତି ରାଜ୍ୟ ସରକାର । ବସ ଧର୍ମଘଟ ପାଇଁ ସରକାର ହିଁ ଦାୟୀ। ପୂଜା ଛୁଟିରେ ନିଜ ଘରକୁ ଯାଇପାରୁନାହାନ୍ତି ସାଧାରଣ ଲୋକେ । ଲୋକମାନଙ୍କୁ ଏଭଳି ସମସ୍ୟା ଭିତକୁ ଠେଲି ଦେବାକୁ ସରକାରଙ୍କୁ କିଏ ଅଧିକାର ଦେଲା?" ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ କଂଗ୍ରେସ ବିଧାୟକ ସୁର ରାଉତରାୟ । "ସେମାନେ ବର୍ଷ ବର୍ଷ ଧରି ବସ ମାଲିକମାନେ ଲୋକମାନଙ୍କୁ ସେଵା ଯୋଗାଇ ଆସୁଥିଲେ । ସେମାନଙ୍କର ସମସ୍ୟା ପାଇଁ ସେମାନେ ସରକାରଙ୍କୁ ଜଣାଇଲେ । ହେଲେ କାହିଁକି ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି? ଆଗାମୀ ଦିନରେ ଯଦି ସରକାର ଏ ଦିଗରେ ପଦକ୍ଷପ ନନେବେ ତେବେ କଂଗ୍ରେସ ବସ ଆନ୍ଦୋଳନକୁ ସମର୍ଥନ ଦେଇ ରାଜରାସ୍ତାକୁ ଓଲ୍ଲାଇବ" ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଏହା ବି ପଢନ୍ତୁ...ପାର୍ବଣରେ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ସେପଟେ ଏହା ଏକ ଷଡଯନ୍ତ୍ର ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରାଜ୍ୟରେ ପାଖାପାଖି 14 ହଜାର ବସ ଆଜି ଚକାଜାମ୍ ଆନ୍ଦୋଳନରେ ଛିଡା ହୋଇଛି। ଲକ୍ଷ୍ମୀ ଯୋଜନାକୁ ଘରୋଇ ବସ ମାଲିକ ସଂଘ ବିରୋଧ କରୁଛି। ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ପଛରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର ରକହିଛି । ରାଜ୍ୟ ସରକାର ନିଦରେ ନ ଶୋଇ ସମସ୍ୟାର ସମାଧାନ କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଗୋଟିଏ ଅହଂକାରୀ ଶାସନ ଚାଲିଛି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପ୍ରତି ରାଜ୍ୟ ସରକାରଙ୍କ କୌଣସି ନିଘା ନାହିଁ । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details