ଓଡିଶା

odisha

ETV Bharat / state

Early Election Speculations: କଂଗ୍ରେସ କହିଲା ଭୟଭୀତ ଉଭୟ ସରକାର, ବିଜେପି ଟାର୍ଗେଟ୍‌ରେ ବିଜେଡି - ୱାନ୍‌ ନେସ୍‌ ୱାନ୍‌ ଇଲେକ୍ସନ୍‌

ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିବାବେଳେ ଆରମ୍ଭ ହେଲାଣି ରାଜନୈତିକ ବୟାନବାଜି । ଆଗକୁ ୫ ରାଜ୍ୟରେ ହେବାକୁଥିବା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ବିଜେଡି ଓ ବିଜେପି ଭୟଭୀତ ହୋଇଥିବା କହିଛି କଂଗ୍ରେସ । ସେଥିପାଇଁ ଆଗୁଆ ନିର୍ବାଚନ ହେବନି ବୋଲି କଂଗ୍ରେସ କହିଥିବାବେଳେ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢ଼ନ୍ତୁ

Early Election Speculations
Early Election Speculations

By ETV Bharat Odisha Team

Published : Sep 5, 2023, 8:56 PM IST

Early Election Speculations

ଭୁବନେଶ୍ବର: କେନ୍ଦ୍ର ସରକାର 'ୱାନ୍‌ ନେସ୍‌ ୱାନ୍‌ ଇଲେକ୍ସନ୍‌'କୁ ନେଇ ସଜବାଜ ହେଉଥିବାବେଳେ, ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ନବୀନ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ ଗତକାଲି ନବୀନ ନିବାସରେ ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ । ଏହାରି ଭିତରେ ବିଜେଡି ନେତାଙ୍କ କହିବା କଥା, ନିର୍ବାଚନ ଯେତେବେଳେ ହେଲେ ମଧ୍ୟ ଆମେ ପ୍ରସ୍ତୁତ ଅଛୁ । କେନ୍ଦ୍ର ସରକାର ଯେତେବେଳେ ଚାହିଁବେ ଆମେ ପ୍ରସ୍ତୁତ । ତେବେ ବିଜେଡିର ଏଭଳି ଆଭିମୁଖ୍ୟ ନେଇ କଂଗ୍ରେସ କଟାକ୍ଷ କରିଛି । ରାଜ୍ୟ ଏବଂ ଦେଶରେ କଂଗ୍ରେସର ଗ୍ରହଣୀୟତା ବୃଦ୍ଧି ପାଉଥିବାରୁ ଉଭୟ ଶାସକ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବୋଲି କଂଗ୍ରେସ କହିଛି ।

ଆଗୁଆ ନିର୍ବାଚନ ହେବନି କହିଲା କଂଗ୍ରେସ: ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଦେଶରେ କି ରାଜ୍ୟରେ ଆଗୁଆ ନିର୍ବାଚନ ହେବନି । ଏନେଇ ବିଜେପି ଓ ବିଜେଡି ଡରିଗଲେଣି । କାରଣ ପୂର୍ବରୁ କର୍ଣ୍ଣାଟକ ଓ ହିମାଚଳରେ କଂଗ୍ରେସ ଜିତିଛି । ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ବହୁମତ ପାଇବ । ଏହି ରାଜ୍ୟ ଗୁଡ଼ିକରେ ବିଜେପି ହାରୁଛି ଓ ତାଙ୍କର ସ୍ଥିତି ଭଲ ନାହିଁ । ସେଥିପାଇଁ ଆଗୁଆ ନିର୍ବାଚନ କରିବାକୁ ଡରୁଛନ୍ତି । ବିଜେଡି ମଧ୍ୟ ଜାଣିଛି, ଏହି ୩ଟି ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡ଼ିବ ଓଡ଼ିଶା ଉପରେ ପଡ଼ିବ । ତେଣୁ ବିଜେଡି ବି ଭୟ କରୁଛି ।" ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ହିନ୍ଦୀବହେଲ୍ଟ୍‌ ରାଜ୍ୟର ଫଳାଫଳ ଜାଣି ଉଭୟ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଭୟଭୀତ ହୋଇଥିବା କହିଛନ୍ତି ସୁର । ତେଣୁ ଆଗୁଆ ନିର୍ବାଚନ ହେବନାହିଁ । ତେବେ କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Early Election Speculations: ଟ୍ରେନିଂ, ଟାସ୍କ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ

ବିଜେପି କହିଲା ବିଜେଡି ବାଉଳା ହେଉଛି: ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ସାଧାରଣତଃ ଡିସେମ୍ବରରେ ସପ୍ଲିମେଣ୍ଟାରୀ ବଜେଟ ଆସିବା କଥା । କିନ୍ତୁ ବଜେଟ ପାଇଁ ଏବେ କାହିଁକି ନୋଟିସ କଲେ ରାଜ୍ୟ ସରକାର । ବିଜେଡି ଆଗୁଆ ନିର୍ବାଚନ ପାଇଁ ଏହି ବଜେଟ ରଖିଛି । ବିଜେଡି କଣ କରିବ ଜାଣି ପାରୁନାହିଁ । କେନ୍ଦ୍ରକୁ ଆଗୁଆ ନିର୍ବାଚନ ପାଇଁ ଅନୁମତି ମାଗୁଛନ୍ତି । ପୁଣି କହୁଛନ୍ତି ଠିକ୍ ସମୟରେ ହେବ ନିର୍ବାଚନ । ତେଣୁ ଏ ସରକାର ବାଉଳା ହେଉଛି । ଆଗାମୀ ଦିନରେ ଏହା ସ୍ପଷ୍ଟ ଭାବେ ଜଣାପଡିବ । ଏବେ ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି ବିଜେଡି ସରକାର ।" ଏହାସହିତ 5T ସଚିବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ସେ କହିଛନ୍ତି, "ଏବେ 5T ସଚିବ ଜିଲ୍ଲା ବୁଲି ବୁଲି ଅଭିଯୋଗ ଆଣୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ ଅଛି କାହିଁକି ? ଓଡ଼ିଶାର ସମାଧାନ ଯଦି ପାଣ୍ଡିଆନ୍ ବୁଲିଲେ ହେଉଛି, ତାହେଲେ ମୁଖ୍ୟମନ୍ତ୍ରୀ ଆଗରୁ କିଛି କରୁନଥିଲେ । ଦୁର୍ନୀତି ଓ ଘୋଟାଲାରେ ଲିପ୍ତ ଥିଲେ । ସେଥିପାଇଁ ଏବେ ସମାଧାନର ରାସ୍ତା ବାହାର କରୁଛନ୍ତି ।"

ଦଳରେ କଣ ହେଉଛି ଜାଣିନାହାନ୍ତି ମୋହନ !: ସେପଟେ ଦୁଇଦିନ ତଳେ ବିଜେପିର କୋର୍ କମିଟି ବୈଠକ ବସିଥିଲା । ଏହି ବୈଠକରେ କଣ ଆଲୋଚନା ହୋଇଥିଲା ତାହା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଜଣାନାହିଁ । ଗତକାଲି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଥିଲେ, ରାଜ୍ୟ ସରକାରଙ୍କ ବିରୋଧରେ ୧୦୮ଟି ଚାର୍ଜସିଟ୍ ତିଆରି ହୋଇଛି । ହେଲେ ସେକଥା ତାଙ୍କୁ ଜଣାନାହିଁ ବୋଲି କହିଛନ୍ତି ମୋହନ ମାଝୀ । ତେବେ ପ୍ରଶ୍ନ ଉଠୁଛି, ତାଙ୍କ ଦଳରେ କଣ ହେଉଛି ତାଙ୍କୁ ଜଣାନାହିଁ କିପରି ? ସେ କହିଛନ୍ତି, "ବିରୋଧୀ ଦଳ ନେତାଙ୍କ କଥାରେ ମୁଁ ଏକମତ । ସେ କଣ ଚାର୍ଜସିଟ୍‌ କଥା କହିଛନ୍ତି ମୁଁ ଜାଣିନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details