ଓଡିଶା

odisha

ETV Bharat / state

ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିଳ୍ପପତିଙ୍କୁ ଜମି ବିକିଲେ ସରକାର ! ଘେରିଲା କଂଗ୍ରେସ - କଟକ ଏଗ୍ରିଭେଟ ଶିଳ୍ପ ସଂସ୍ଥାକୁ ଜମି ଦେଲେ ସରକାର

ଇଡ୍‌କୋ ଜରିଆରେ କଟକ ଏଗ୍ରିଭେଟ ଶିଳ୍ପ ସଂସ୍ଥାକୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ୨୫ ଏକର ଜମି ବିକିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିଳ୍ପପତିଙ୍କୁ ଜମି ବିକିଲେ ସରକାର ! ଘେରିଲା କଂଗ୍ରେସ
ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିଳ୍ପପତିଙ୍କୁ ଜମି ବିକିଲେ ସରକାର ! ଘେରିଲା କଂଗ୍ରେସ

By

Published : Nov 15, 2022, 10:53 PM IST

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଇଡ୍‌କୋ ଜରିଆରେ ଭୁବନେଶ୍ବରରୁ ୧୫ କିମି ଦୂରରେ କଟକ ଏଗ୍ରିଭେଟ ଶିଳ୍ପ ସଂସ୍ଥାକୁ ୨୫ ଏକର ଜମି ଦେଇଛନ୍ତି ରାଜ୍ୟ ସରକାର । ଅନେକ ବନ୍ୟଜନ୍ତୁ ବସବାସ କରୁଥିବା ଜାଗା ଶିଳ୍ପପତିଙ୍କୁ ସରକାର କିପରି ବିକିଦେଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିଳ୍ପପତିଙ୍କୁ ଜମି ବିକିଲେ ସରକାର ! ଘେରିଲା କଂଗ୍ରେସ

ରାଜ୍ୟ ସରକାର ଇଡ୍‌କୋ ଜରିଆରେ ରାଜଧାନୀ ଭୁବନେଶ୍ବରରୁ ୧୫ କିମି ଦୂରରେ ଏକ ସଂରକ୍ଷଣ ଜଙ୍ଗଲ ଅଞ୍ଚଳରେ ଜମି କଟକ ଏଗ୍ରିଭେଟ ଶିଳ୍ପ ସଂସ୍ଥାକୁ ବିକିଥିବା ଅଭିଯୋଗ କରିଛି କଂଗ୍ରେସ । ୬୭ ଲକ୍ଷ ଟଙ୍କାରେ ୨୫ ଏକର ଜମି ଦିଆଯାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ବାରା ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିବ । ତେଣୁ ରାଜ୍ୟ ସରକାର କଣ ପାଇଁ ଏଥିପ୍ରତି ଏତେ ଆଗ୍ରହୀ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ଦେବାଶିଷ କହିଛନ୍ତି, "ଉକ୍ତ ଜାଗାରେ ଅନେକ ବନ୍ୟଜନ୍ତୁ ବସବାସ କରନ୍ତି । ଅନେକ ସମୟରେ ହାତୀ ମଧ୍ୟ ଚଳପ୍ରଚଳ କରିଥାନ୍ତି । ଏପରି ସଂରକ୍ଷିତ ଜଙ୍ଗଲକୁ ସରକାର ଶିଳ୍ପପତିଙ୍କୁ ବିକିଦେଲେ । ଶିଳ୍ପରୁ ନିର୍ଗତ ବାଷ୍ପ ଏବଂ ଅବର୍ଜ୍ଜନା ସେ ପାଖାପାଖି ଅଞ୍ଚଳର ସଭିଙ୍କ ଉପରେ ପଡିବ । ଏହା ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇବ । ଶିଳ୍ପକୁ କଂଗ୍ରେସ ବିରୋଧ କରୁନାହିଁ । କିନ୍ତୁ ପରିବେଶକୁ ଚିନ୍ତା କରି ସରକାର ଅନୁମତି ପ୍ରଦାନ କରନ୍ତୁ । ରାଜ୍ୟ ସରକାର ଏକ ମିଛ ପଲ୍ଲୀସଭା କରି ଏଭଳି ଚଞ୍ଚକତା କରିଛନ୍ତି ।"

ତେବେ ପରିବେଶକୁ ଦୃଷ୍ଟିରେ ରଖି ପ୍ରୋଜେକ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛି କଂଗ୍ରେସ । ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details