ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ଅଭିଯୋଗକାରୀଙ୍କ ସହମତିରେ କର ଭର୍ଚୁଆଲ ଶୁଣାଣି

ରାଜସ୍ଵ ବିଭାଗର ବିଭିନ୍ନ ବିବାଦର ସମାଧାନ ପାଇଁ ରାଜସ୍ବ ବିଭାଗ କୋର୍ଟରେ ପକ୍ଷ ଓ ପ୍ରତିପକ୍ଷଙ୍କ ଉପସ୍ଥିତ ଆବଶ୍ୟକତା ଥାଏ । କିନ୍ତୁ ବର୍ତ୍ତମାନ ଡିଜିଟାଲ ପଦ୍ଧତିରେ ରାଜସ୍ଵ ସମ୍ବନ୍ଧୀୟ ଅଭିଯୋଗ ଅଧିକ ପଞ୍ଜିକୃତ ହେଉଛି । ତେଣୁ ଏହାର ସମାଧାନ ପାଇଁ ଯଦି ଅଭିଯୋଗକାରୀ ଚାହିଁବେ ତେବେ ଭିସି ମାଧ୍ୟମରେ ସେମାନଙ୍କ ଅଭିଯୋଗର ଶୁଣାଣି କରାଯିବ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ

By

Published : Oct 21, 2022, 10:59 PM IST

ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ଅଭିଯୋଗକାରୀଙ୍କ ସହମତିରେ କର ଭର୍ଚୁଆଲ ଶୁଣାଣି
ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ଅଭିଯୋଗକାରୀଙ୍କ ସହମତିରେ କର ଭର୍ଚୁଆଲ ଶୁଣାଣି

ଭୁବନେଶ୍ବର: ରାଜସ୍ଵ ବିଭାଗର ବିଭିନ୍ନ ବିବାଦର ସମାଧାନ ପାଇଁ ରାଜସ୍ବ ବିଭାଗ କୋର୍ଟରେ ପକ୍ଷ ଓ ପ୍ରତିପକ୍ଷଙ୍କ ଉପସ୍ଥିତ ଆବଶ୍ୟକତା ଥାଏ । କିନ୍ତୁ ବର୍ତ୍ତମାନ ଡିଜିଟାଲ ପଦ୍ଧତିରେ ରାଜସ୍ଵ ସମ୍ବନ୍ଧୀୟ ଅଭିଯୋଗ ଅଧିକ ପଞ୍ଜିକୃତ ହେଉଛି । ତେଣୁ ଏହାର ସମାଧାନ ପାଇଁ ଯଦି ଅଭିଯୋଗକାରୀ ଚାହିଁବେ ତେବେ ଭିସି ମାଧ୍ୟମରେ ସେମାନଙ୍କ ଅଭିଯୋଗର ଶୁଣାଣି କରାଯିବ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ଅଭିଯୋଗକାରୀଙ୍କ ସହମତିରେ କର ଭର୍ଚୁଆଲ ଶୁଣାଣି

ପ୍ରାଥମିକ ପର୍ଯ୍ୟାୟରେ 60ଟି ତହସିଲକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଭାରତନେଟ ଜରିଆରେ ଭର୍ଚୁଆଲ ମୋଡରେ ଅଭିଯୋଗ ଶୁଣାଣି ହେବ । ଭାରତନେଟ, ଏମଏସ ଟିମ, ଗୁଗୁଲ ମିଟ କିମ୍ବା ଜୁମ ପ୍ଲାଟଫର୍ମ ଜରିଆରେ ଅଭିଯୋଗ ଶୁଣାଣି କରାଯିବ । ଜିଲ୍ଲାପାଳମାନେ ନିଜ ନିଜ ସ୍ତରରେ ଜିଲ୍ଲାରେ କାର୍ଯ୍ୟରତ ସବ କଲେକ୍ଟର ଏବଂ ତହସିଲଦାରଙ୍କୁ ଏନେଇ ଅବଗତ କରିବେ । ରାଜ୍ୟ ମୁଖ୍ୟାଳୟରୁ ଏ ନେଇ ଜାରୀ ମାର୍ଗଦର୍ଶିକା ମଧ୍ୟ ସେମାନଙ୍କୁ ପ୍ରଦାନ କରିବେ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି । 60 ତହସିଲରୁ ଆରମ୍ଭ ହୋଇଥିବା ଏହି ପଦ୍ଧତି ସାରା ରାଜ୍ୟରେ ଲାଗୁ କରାଯିବ । ଏହା ପୂର୍ବରୁ ତହସିଲ ଗୁଡ଼ିକରେ ଇଣ୍ଟରନେଟ ସଂଯୋଗ ଓ ଭିତ୍ତିଭୂମି ପ୍ରତିଷ୍ଠାକୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।

ଜିଲ୍ଲାପାଳଙ୍କୁ ଏସିଏସଙ୍କ ଚିଠି, ଅଭିଯୋଗକାରୀଙ୍କ ସହମତିରେ କର ଭର୍ଚୁଆଲ ଶୁଣାଣି

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଲଲହଡା, ବାଲେଶ୍ବର, ନୀଳଗିରି, ବରଗଡ଼, ପଦ୍ମପୁର, ଭଦ୍ରକ, ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼, ବୌଦ୍ଧ, କଟକ, ଆଠଗଡ଼, ବାଙ୍କୀ, ଦେଓଗଡ଼, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର ଏବଂ କନିଷିକୁ ଏଥିରେ ସାମିଲ କରାଯାଇଛି ।

ସେହିପରି ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, ଧର୍ମଗଡ଼, ବାଲିଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଆନନ୍ଦପୁର, ଚମ୍ପୁଆ, କେନ୍ଦୁଝର, ଭୁବନେଶ୍ଵର, ଖୋର୍ଦ୍ଧା, କୋରାପୁଟ, ଜୟପୁର, ମାଲକାନଗିରି, ରାଇରଙ୍ଗପୁର, ବାରିପଦା, କରଞ୍ଜିଆ ଓ ଉଦଳାରେ ଭିସିରେ ରାଜସ୍ଵ କୋର୍ଟ ଅନୁଷ୍ଠିତ ହେବ । ଅନୁରୂପ ଭାବେ ନବରଙ୍ଗପୁର, ନୟାଗଡ଼, ପୁରୀ, ନୂଆପଡ଼ା, ରାୟଗଡ଼ା, ଗୁଣୁପୁର, ସମ୍ବଲପୁର, ରେଢାଖୋଲ, କୁଚିଣ୍ଡା, ସୋନପୁର, ବୀରମହାରାଜପୁର, ପାନପୋଷ, ସୁନ୍ଦରଗଡ଼, ବଣାଇ ଏବଂ ରାଉରକେଲାରେ ଭିସିରେ କୋର୍ଟ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details