ଭୁବନେଶ୍ବର:ରାଜ୍ୟରେ କମ୍ପ୍ୟୁଟର ଶିକ୍ଷକଙ୍କୁ ଅବହେଳା । ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହୋଇ ନଥିବାରୁ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଜିତ ହୋଇଛନ୍ତି । ତତ ସହିତ ୪ ହଜାର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତିରୁ ବଞ୍ଚିତ ହୋଇ ବେକାର ହେବା ସହ ଗତ ୩ବର୍ଷ କମ୍ପ୍ୟୁଟର ପାଠପଢା ସମ୍ପୂର୍ଣ ମାତ୍ରାରେ ହେବ ବନ୍ଦ ପଡ଼ିଛି । ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ ଆମରଣ ଅନଶନ ଦେଇଛନ୍ତି ।
ବର୍ତ୍ତମାନ କୋଭିଡ ପରେ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ୫-ଟି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର କମ୍ପ୍ୟୁଟର ଲ୍ୟାବ ପ୍ରସ୍ତୁତ କରିବା ସତ୍ତ୍ୱେ କମ୍ପ୍ୟୁଟର ଶିକ୍ଷକ ମାନେ ବର୍ତ୍ତମାନ ଅବହେଳିତ ହେଉଛନ୍ତି । ଯାହା ଦ୍ଵାରା ବିଦ୍ୟାଳୟ ଗୁଡ଼ିକ ଖାଲି ଦେଖିବାକୁ ସୁନ୍ଦର ହେଲେ କମ୍ପ୍ୟୁଟର ଶିକ୍ଷାର କୌଣସି ପ୍ରକାର ଉନ୍ନତି ହୋଇ ପାରୁନାହିଁ । ବର୍ତ୍ତମାନ ସରକାର ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ୮ ହଜାର ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରି ନୂତନ ଭାବେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି । ଯେଉଁଥିରେ ୪ ହଜାର ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କ ପୁନଃ ନିଯୁକ୍ତି ଉପରେ କୌଣସି ତଥ୍ୟ ରଖି ନାହାନ୍ତି ।