ଓଡିଶା

odisha

ETV Bharat / state

5ଟି ପ୍ରଭାବ: ବାଧ୍ୟତାମୂଳକ ଅବସର ନେଲେ ପୋଲିସ ବାବୁ - Complusry retairment

ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ 5ଟି ର ଜବରଦସ୍ତ ପ୍ରଭାବ । ବାଧ୍ୟତାମୂଳକ ଅବସର ନେଲେ ପୋଲିସ ବାବୁ ।

5ଟି ପ୍ରଭାବ: ବାଧ୍ୟତା ମୂଳକ ଅବସର ନେଲେ ପୋଲିସ ବାବୁ

By

Published : Oct 18, 2019, 11:17 AM IST

ଖୋର୍ଦ୍ଧ: ମୋ ସରକାର ଓ 5ଟି କାର୍ଯ୍ୟକାରୀ ହେବା ପରେ ଏହାକୁ ନେଇ ରାଜ୍ୟରେ ଏବେ ଯୋରଦାର ଚର୍ଚ୍ଚା । ଏବେ 5ଟିର ଏକ ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଜଣେ ଲାଞ୍ଚଖୋର ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ଯାହା ଆଜି ନିଜେ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

5ଟି ପ୍ରଭାବ: ବାଧ୍ୟତାମୂଳକ ଅବସର ନେଲେ ପୋଲିସ ବାବୁ

ଅବସର ଦିଆଯାଇଥିବା ଅଧିକାରୀ ଜଣକ ହେଉଛନ୍ତି ବନମାଳୀ ନାୟକ। ସେ ପୁରୀ ଏବଂ ଜଙ୍କିଆ ଥାନାରେ କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡିଥିଲେ । ବାଧ୍ୟତାମୂଳକ ଅବସର ବେଳକୁ ଏହି ଅଧିକାରୀ ଜଣଙ୍କ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details