ଖୋର୍ଦ୍ଧା:ଜିଲ୍ଲାର ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତିରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାର ଚାଷୀମାନେ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି ।
ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ - ଖୋର୍ଦ୍ଧାରେ ଧାନମଣ୍ଡି ଅବ୍ୟବସ୍ଥା
ଖୋର୍ଦ୍ଧା ଜିଲ୍ଲାରେ ଧାନମଣ୍ଡିର ବିଭିନ୍ନ ସମସ୍ୟା ସମ୍ପର୍କରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ଧାନ ମଣ୍ଡିରେ ଧାନ ଦେବାକୁ ସମବାୟ ସମିତି ଜରିଆରେ 376 ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 272 ଜଣ ଚାଷୀ 8400 କୁଇଣ୍ଟାଲ ଧାନ ଦେଇସାରିଛନ୍ତି । ତେବେ ଜାନୁଆରୀ 16 ତାରିଖରୁ ଟୋକନ ପାଇଥିବା ଚାଷୀର ଧାନ ସମବାୟ ସମିତି ନେଇଥିବା ବେଳେ ସେମାନଙ୍କ ଆଖି ସ୍କାନ ନ କରିବାରୁ ଚାଷୀ ପଇସା ପାଇବାରୁ ବଞ୍ଚିତ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଅସରଳାର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ବାକିଥିବା 104 ଜଣ ଚାଷୀଙ୍କ ଧାନ କିଣିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ