ଖୋର୍ଦ୍ଧା: ତୈଳ ଦର ବୃଦ୍ଧି ବିରୋଧ କରି ଖୋର୍ଦ୍ଧା ପ୍ରତିବାଦ । ତେବେ ତୈଳ ଦର ଅହେତୁକ ବୃଦ୍ଧି କାରଣରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟ ବଢୁଛି । ଫଳରେ ସିଧାସଳଖ ଏହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡୁଛି ।
ତିନିଦଫା ଦାବିରେ ବ୍ଲକ ଘେରିଲା କମ୍ୟୁନିଷ୍ଟ ପାର୍ଟି - ବ୍ଲକ ଘେରିଲା କମ୍ୟୁନିଷ୍ଟ ପାର୍ଟି
ତୈଳ ଦର ବୃଦ୍ଧି ବିରୋଧ କରି ଖୋର୍ଦ୍ଧା ପ୍ରତିବାଦ । ତେବେ ତୈଳ ଦର ଅହେତୁକ ବୃଦ୍ଧି କାରଣରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟ ବଢୁଛି । ଅଧିକ ପଢନ୍ତୁ
ମାତ୍ର ଏହାକୁ ଆଜି(ବୁଧବାର) ବିରୋଧ କରି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଫିସ୍ ଘେରାଉ କରାଯାଇଛି । ଏଥିସହ ଜାଗା ମିଶନରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଏବଂ ଆଦିବାସୀଙ୍କୁ ଜାତିଗତ ପ୍ରମାଣପତ୍ର ସହ ମାନ୍ୟତା ପ୍ରଦାନ ଦାବିରେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା କମ୍ୟୁନିଷ୍ଟ ପାର୍ଟି । ତୁରନ୍ତ ଏହି ଦାବି ପୂରଣ କରିବାକୁ ଚେତାବନୀ ଦେଇଛି କମ୍ୟୁନିଷ୍ଟ ପାର୍ଟି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଏସୟୁସିଆଇ ଜିଲ୍ଲା ସମ୍ପାଦକ ଅଶୋକ ସାହୁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ