ଓଡିଶା

odisha

ETV Bharat / state

ଡେଙ୍ଗୁ ଓ ମ୍ୟାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ତଥ୍ୟ ଦେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - ଡେଙ୍ଗୁ ମାମଲା ବୃଦ୍ଧି

ଡେଙ୍ଗୁ ଓ ମ୍ୟାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଜିଲ୍ଲା ସ୍ତରରେ ହେବ ମୃତ୍ୟୁ ଅଡିଟ୍ । ଅଧିକ ପଢନ୍ତୁ

ଡେଙ୍ଗୁ ଓ ମାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ତଥ୍ୟ ଦେବାକୁ ନିର୍ଦ୍ଦେଶ
ଡେଙ୍ଗୁ ଓ ମାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ତଥ୍ୟ ଦେବାକୁ ନିର୍ଦ୍ଦେଶ

By

Published : Aug 15, 2023, 8:15 AM IST



ଭୁବନେଶ୍ବର:ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ମହାମାରୀ ଜନିତ ରୋଗ ଭାବେ ଘୋଷଣା କରାଯାଇଛି । ଏହି ରୋଗ ଜନିତ ମୃତ୍ୟୁର ତଥ୍ୟ ଦେବାକୁ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିଠି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜିଲ୍ଲାସ୍ତରୀୟ ଡେଙ୍ଗୁ କିମ୍ବା ମ୍ୟାଲେରିଆ ଜନିତ ମୃତ୍ୟୁର ତଥ୍ୟ ଦେବା ସହ ଏହାର ତଦନ୍ତ କରାଯିବ । ଜିଲ୍ଲା ସ୍ତରରେ ଏକ ସ୍ବତନ୍ତ୍ର ଟିମ୍ ମୃତ୍ୟୁର ତଦନ୍ତ କରିବ । ଏହାପରେ ଉକ୍ତ ଟିମର ରିପୋର୍ଟ ୫ ଦିନ ମଧ୍ୟରେ ବିଭାଗ ନିକଟରେ ଦାଖଲ କରାଯିବ । ପରେ ବିଭାଗ ସ୍ତରୀୟ ଏକ କମିଟି ଦ୍ୱାରା ଉକ୍ତ ରିପୋର୍ଟକୁ ଯାଞ୍ଚ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କଟକରେ ଡରାଇଲାଣି ଡେଙ୍ଗୁ, ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ କହିଲେ ମେୟର

ଚିଠିରେ କୁହାଯାଇଛି ଯେ, ଜିଲ୍ଲା ସ୍ତରରେ ମୃତ୍ୟୁ ଅଡିଟ୍ ଏବଂ ମ୍ୟାଲେରିଆ ଅନୁସନ୍ଧାନ କରିବା ପାଇଁ ସିଡିଏମ୍ ଦ୍ବାରା କମିଟି ପରିଚାଳିତ ହେବ । ସୂଚନା ଅନୁଯାୟୀ, ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ମାର୍ଟସିଟି ଭୁବନେଶ୍ବରେ କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଜ୍ବର ହେବା ମାତ୍ରେ ଲୋକଙ୍କୁ ଏବେ ଡେଙ୍ଗୁ ଭୟ ଘାରୁଛି । ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୨୮ ହଜାର ୯୫୩ ନମୁନା ଟେଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୭୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲା ହଟ୍‌ସ୍ପଟ୍‌ ପାଲଟିଛି । ଏହି ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।

ଏହାମଧ୍ୟ ପଢନ୍ତୁ : ରାଜ୍ୟରେ ଡେଙ୍ଗୁ ଚିନ୍ତା: ହସ୍ପିଟାଲରେ ବଢୁଛି ଲୋଡ୍, ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ

ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକାଧିକ ସଫେଇ ସଂସ୍ଥା, ଏନ୍‌ଜିଓଙ୍କ ସମେତ ସ୍ବଚ୍ଛସାଥି, ସୁପରଭାଇଜର ପ୍ରମୁଖ ଆଦି ରହିଛନ୍ତି । ଏହାସତ୍ତ୍ବେ ପ୍ରତିଦିନ ଭୁବନେଶ୍ବର ସହରରୁ ୪୦ରୁ ୫୦ ଜଣ ମଧ୍ୟରେ ରୋଗୀ ଚିହ୍ନଟ ହେବା ବିଏମ୍‌ସିର କାର୍ଯ୍ୟକାରିତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଏପଟେ ସାରା ରାଜ୍ୟରେ ମଧ୍ୟ ସେହି ସମାନ ଅବସ୍ଥା । ଦେଖିବାକୁ ଗଲେ କଟକ, ପୁରୀ, ଖୋର୍ଦ୍ଧା ବାଲେଶ୍ବର ଇତ୍ୟାଦି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠି ଡେଙ୍ଗୁ ନିୟନ୍ତ୍ରଣରେ ଫେଲ ମାରିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details