ଖୋର୍ଦ୍ଧା: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଗାଁ ଠୁ ସହର ହୋଇ ଉଠିଛି ଉତ୍ସବମୁଖର । ତେବେ ଏହା ପୂର୍ବରୁ ଜଟଣୀ ବାଣ ବଜାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଜଟଣୀ ଷଣ୍ଢପୁରୁ ଠାରେ ହୋଇଥିବା ବାଣ ବଜାରରେ ଚଢାଉ କରିଛି କମିଶନରେଟ ପୋଲିସ ।
ଜଟଣୀ ବାଣ ବଜାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ ଏହା ମଧ୍ୟ ପଢନ୍ତୁ: CYCLONE SITRANG: ଧାମରା ପାରାଦ୍ବୀପଠାରୁ ୨୦୦କିମି ଦୂରରେ ଅତିକ୍ରମ କରିବ ବାତ୍ୟା !
ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଥିବାରୁ ଓଡ଼ିଶାର ଶିବକାଶୀ କୁହାଯାଉଥିବା ଜଟଣୀ ସହରରେ ବାଣ ବ୍ୟବସାୟ ବେସ ଜମିଲାଣି । କୋରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର । ଜଟଣୀ ଷଣ୍ଢପୁରୁ ଠାରେ ହୋଇଥିବା ବାଣ ବଜାରରେ ଅସ୍ଥାୟୀ 47ଟି ଦୋକାନରେ କିଭଳି ବାଣ ବିକ୍ରି ହେଉଛି, ବାଣର ମାନ ସୁରକ୍ଷା ଆଦିକୁ ଯାଞ୍ଚ କରିଛି କମିଶନରେଟ ପୋଲିସର ଏକ ଟିମ ।
ଚଢାଉ ସମୟରେ କମିଶନରେଟ ପୋଲିସ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅଗ୍ନିଶମ ବାହିନୀର ଅଧିକାରୀମାନେ ସାମିଲ ଥିଲେ । ଏହି ବାଣ ବଜାରରେ କୌଣସି ପ୍ରକାରର ବେଆଇନି ବାଣ ବିକ୍ରି ହେଉନଥିବା ନେଇ ଯାଞ୍ଚ ପରେ ଟିମ ତରଫରୁ କୁହାଯାଇଛି । ଅନ୍ୟପକ୍ଷରେ ବ୍ୟବସାୟୀମାନେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
ସୂଚନାଅନୁସାରେ, ଦୀପାବଳି ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି । ଏନେଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ବାଣ ଜବତ କରିବା ସହ ଗିରଫ ମଧ୍ୟ କରାଯାଉଛି । ସେହିପରି ରାଜଧାନୀରେ ବେଆଇନ ବାଣ କାରବାର ଚାଲିଥିବା ବେଳେ ଗତ ଅକ୍ଟୋବର ୨୦ ତାରିଖରେ ଚଢାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ । କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୱାନ ହାଟ ପରିସରରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା