ଓଡିଶା

odisha

ETV Bharat / state

2024 Election: କମିଶନରେଟ ପୋଲିସର ସଜବାଜ, ରାଜଧାନୀରୁ ବଦଳି‌ବେ ଅଧା ପୋଲିସ ଅଫିସର - ପୋଲିସ ଅଫିସର

ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ଏନେଇ ବଡ଼ ଧରଣର ହେବ ଅଦଳବଦଳ । ଜିଲ୍ଲା ପାର ହେବେ ଗାଦି ମଡା ପୋଲିସ ଅଫିସର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 17, 2023, 10:25 PM IST

ଭୁବନେଶ୍ବର:ଆସନ୍ତା 2024 ସାଧାରଣ ନିର୍ବାଚନକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ରାଜଧାନୀରେ ଗତ ୩ବର୍ଷରୁ ଅଧିକ ଦିନ ରହିଥିବା ଅଫିସର ବଦଳିବେ । ଜିଲ୍ଲା ପାର ହେବେ ଗାଦି ମଡା ପୋଲିସ ଅଫିସର । ବଦଳି ତାଲିକାରେ ଅଛନ୍ତି ଭୁବନେଶ୍ବର ବିଭିନ୍ନ ଥାନା, ପୋଲିସ ସେବା ଭବନ, ଡିସିପି ଅଫିସ, ଏସିପି ଅଫିସ ଓ ଇଣ୍ଟେଲିଜେନ୍ସ ଆଦିରେ ଥିବା ଅନେକ ଅଫିସର । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଡ଼ ଧରଣର ଅଦଳବଦଳ କରାଯିବ ।

ଫିଲ୍ଡରେ ଡ୍ୟୁଟି କରୁଥିବା ଏହି ଅଫିସରଙ୍କ ପାଇଁ ଯେପରି ନିର୍ବାଚନ ସମୟରେରେ କୌଣସି ପ୍ରଭାବିତ ନ ହେବ ସେନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏମାନେ ଜିଲ୍ଲା ବାହାରକୁ ବଦଳିବେ । ଅନ୍ୟ ଜିଲ୍ଲାର ଅଫିସର ଆସିବେ ଭୁବନେଶ୍ବର । ଯାହାକୁ ନେଇ ଅନେକ ଅଫିସରଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି । କାରଣ ହିସାବ କଲେ ଭୁବନେଶ୍ବରରେ ଏବେ ଡ୍ୟୁଟିରେ ଥିବା ଅଧାରୁ ଅଧିକ ଅଫିସର ଜିଲ୍ଲା ପାରକୁ ବଦଳିବେ। ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ଏହି ଅଫିସରଙ୍କ ପାଳି ଏବେ ଜିଲ୍ଲା ବାହାରକୁ ବଦଳି ହେବାପାରେ। ତେବେ ଏମାନଙ୍କ ଲିଷ୍ଟ ଦେଖିଲେ‌ ଅନେକ ASIଙ୍କଠୁ ଆରମ୍ଭ କରି ଏସଆଇ ଓ ଇନସ୍ପେକ୍ଟର ଭଳି ଏସିପି ଓ ଆଡିସିନାଲ ଡିସିପି ପର୍ଯ୍ୟନ୍ତ ଅଫିସର ରହିଛନ୍ତି।

ଏହା ବି ପଢନ୍ତୁ- ରାଜଧାନୀରେ ସାବାଡ ହେବେ ଗଲି ବୟ, ଆରମ୍ଭ ହେବ ବ୍ରିଟିଶ ଅମଳର କଡ଼ା ଆଇନ

ସେହିପରି ଅନେକ ଅଫିସରଙ୍କ ପୂର୍ବରୁ ବଦଳି ସତ୍ତ୍ବେ ସିନିୟର ଅଫିସରଙ୍କ ଲବି ଓ ଚାପ ପ୍ରୟୋଗ କରି ଭୁବନେଶ୍ବରରୁ ବାହାରକୁ ଏଯାବତ ବଦଳି ହୋଇନାହାନ୍ତି । ଅନେକ ଅଫିସର ମଧ୍ୟ କଟକରୁ ଭୁବନେଶ୍ବର ଦୁଇ ସହର ମଧ୍ୟରେ ବଦଳି ହୋଇ ଆଡ୍ଡା ଜମାଇ ଦୀର୍ଘ ଦିନ ଧରି ରହିଛନ୍ତି । ହେଲେ ଏଥର କିନ୍ତୁ ବଦଳି ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କାରଣ ପୂର୍ବରୁ ଲବି କରି ରହିଥିବା ଅଫିସର ଏଠାରେ ରହିଥିଲେ ମଧ୍ୟ 3 ବର୍ଷରୁ ଅଧିକ ସମୟ ଧରି ଏଠାରେ ଆଡ୍ଡା ଜମାଇଥିଲେ ମଧ୍ୟ ହେବ ବଦଳି ।

ପ୍ରଶ୍ନ ଉଠୁଛି ବଦଳି ହେବାକୁ ଥିବା ଅଫିସର ଯେପରି କିଛି ବାହାନା ନ କରି ଭୁବନେଶ୍ବରରେ ଥିବା ଅନ୍ୟ ପୋଲିସ ବିଭାଗର ଅଫିସ ଯେପରି ଇଓଡବ୍ଲୁ, ଏସଟିଏଫ, ଫରେନ୍ସିକ, କ୍ରାଇମ୍ ରେକର୍ଡ ବ୍ୟୁରୋ ବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ବା ଜିଆରପି ଓ ସାମୁଦ୍ରିକ ଥାନା ବିଭାଗ ବା ଗୁଇନ୍ଦା ବା ଏସାଇଡବ୍ଲୁକୁ ବଦଳି ହୋଇ ରହିବା ପାଇଁ ମଧ୍ୟ ଲବି ଆରମ୍ଭ କରିଦେଲେଣି । କାରଣ କାରଣ ଇଲେକ୍ସନ ସରିଲେ ପୁଣି ବଦଳି‌ ହୋଇ ଭୁବନେଶ୍ବରେ ବିଭିନ୍ନ ଥାନା ଓ ହେଡକ୍ବାଟରରେ ଥଇଥାନ ପାଇଁ ମଧ୍ୟ ଯୋଜନା କଲେଣି ।

ତେବେ ସେଭଳି ହେଲେ ନିର୍ବାଚନ କମିଶନଙ୍କ ନିୟମ ମାନିବା ପରି ଫିଲ୍ଡ ଡ୍ୟୁଟିରୁ ଅଫିସ ଡ୍ୟୁଟିକୁ ବଦଳି ହୋଇ ଭୁବନେଶ୍ବର ରେ ରହିବାର ସୁବିଧା ମିଳିବ। ଏହାରି ଭିତରେ ଚର୍ଚ୍ଚା ମଧ୍ୟ ହେଲାଣି ଅନେକ ଅଫିସର ଭୁବନେଶ୍ବର ରହିବା ପାଇଁ ଏବେଠୁ ଅନେକ ଲବି ଆରମ୍ଭ କରିଦେଲେଣି । ତେଣୁ ଅବାଧ ନିର୍ବାଚନ ପରିଚାଳନା ଦୃଷ୍ଟିରୁ ପୋଲିସ ଡିଜି ସେ ଦିଗରେ ଧ୍ୟାନ ଦେବେ କି ? ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ଅଫିସରଙ୍କୁ ଜିଲ୍ଲା ପାର ବଦଳି ପାଇଁ ନିର୍ଦେଶ ଦେବେ କି ? ନଚେତ ଫିଲ୍ଡ ଡ୍ୟୁଟି କରୁଥିବା ଅଫିସର ପୁଣି ଏଠାରେ ରହିଲେ ନିର୍ବାଚନ ସମୟରେ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details