ଭୁବନେଶ୍ବର: ଚୋରି ଗାଡି ବିକ୍ରି ପାଇଁ ଚୋରା ବାଇକର ଶୋ' ରୁମ । ୩୦ରୁ ୪୦ ହଜାରରେ ବିକୁଥିଲେ ନାମିଦାମି ଗାଡି। RC ବୁକ୍ ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ର ଆସୁଥିଲା ଗାଡି । ସନ୍ଦେହ ହେବାର ପ୍ରଶ୍ନ ନାହିଁ କି ଧରାପଡିବାର ଭୟ ନାହିଁ । ରାଜଧାନୀରୁ ଚୋରି ଗାଡି ନୟାଗଡ଼ରେ ହେଉଥିଲା ବିକ୍ରି । ଏମିତି ଏକ ଚୋରି ଗାଡି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଯେଉଁମାନେ କି ୮୦ରୁ ଊର୍ଦ୍ଧ୍ବ ଗାଡି ଚୋରି କରି ନେଇ ଚୋରି ଗାଡ଼ିର ଏକ ରାକେଟ ଚଲାଇଥିବା ପୋଲିସ କହିଛି ।
କ୍ୟାପିଟାଲ ଥାନା ପୋଲିସ ଚୋରଙ୍କ ସୁରାକ ଖୋଜି ଖୋଜି ଶେଷରେ ୪୦ଟି ବାଇକ ସହ ୪ଜଣ ଚୋରଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କିଛି ନକଲି ଚାବି ସହ କିଛି ଗାଡ଼ିର ନକଲି ଆରସି ବୁକ୍ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମଧ୍ୟ ଜବତ କରିଛି ପୋଲିସ । ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, " ଚୋରି ବାଇକକୁ ଉଚା ଦାମରେ ବିକ୍ରି ପାଇଁ ଏମାନେ ଏକ ରାକେଟ ଚଳାଇଥିଲେ । ପୂର୍ବପରି ୭ରୁ ୮ ହଜାରରେ ନ ବିକ୍ରି କରି ଏଥର ନୂଆ ଟେକନିକ୍ ଆପଣାଇଥିଲେ । ଚୋରା ଗାଡ଼ିର ନକଲି ଡକ୍ୟୁମେଣ୍ଟ ତିଆରି ବିକ୍ରି କରୁଥିବା ଲୋକ ନାଁରେ ବକୁଥିଲେ। ଏନେଇ ପୂର୍ବରୁ ଅନେକ ଥର ଗିରଫ ହୋଇଥିବା ବାଇକ ଚୋର ନକଲି ଚାବି ଜରିଆରେ ଭୁବନେଶ୍ବର ବିଭିନ ଗଳିକନ୍ଦିରୁ ଗାଡି ଚୋରି କରୁଥିଲେ।"
ଏହା ବି ପଢନ୍ତୁ- କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଧରାପଡିବେ ଚୋର, ହଜିଲା ଗାଡି ପାଇବେ ମାଲିକ