ଓଡିଶା

odisha

ETV Bharat / state

BJD ZP DEATH CASE: ଖୁବଶୀଘ୍ର ତଦନ୍ତ ଘେରକୁ ଆସିବେ ମନ୍ତ୍ରୀ ସମୀର, ପ୍ରସ୍ତୁତ ପୋଲିସ ! - ଖୁବଶୀଘ୍ର ମନ୍ତ୍ରୀ ସମୀରଙ୍କୁ ହୋଇପାରେ‌ ପଚରାଉଚରା

ପୁରୀ ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଚାପ ପଡ଼ିବା ପରେ ଖୁବଶୀଘ୍ର ଗଣଶିକ୍ଷା ମନ୍ତ୍ରୀଙ୍କୁ ପଚରାଉଚରା କରିପାରେ ପୋଲିସ । ଅଧିକ ପଢନ୍ତୁ

BJD ZP DEATH CASE: ଖୁବଶୀଘ୍ର ତଦନ୍ତ ଘେରକୁ ଆସିବେ ମନ୍ତ୍ରୀ ସମୀର, ପ୍ରସ୍ତୁତ ପୋଲିସ !
BJD ZP DEATH CASE: ଖୁବଶୀଘ୍ର ତଦନ୍ତ ଘେରକୁ ଆସିବେ ମନ୍ତ୍ରୀ ସମୀର, ପ୍ରସ୍ତୁତ ପୋଲିସ !

By

Published : Oct 30, 2022, 8:21 PM IST

ଭୁବନେଶ୍ବର: ପୁରୀ ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା (ZP Dharmendra Sahu death case)। ବିରୋଧୀ ଦଳର ଚାପ ପଡ଼ିବା ପରେ ଆଗେଇଲା ପୋଲିସର ତଦନ୍ତ ପ୍ରକ୍ରିୟା । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ଆକାଉଣ୍ଟ ଡିଟେଲ୍ସ । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (School and Mass communication Minister Samir Dash)ଙ୍କ ସମ୍ପୃକ୍ତି ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରିବା ପରେ ଖୁବଶୀଘ୍ର ଏ ନେଇ ମନ୍ତ୍ରୀଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।

ଧର୍ମେନ୍ଦ୍ରଙ୍କ ଆକାଉଣ୍ଟରୁ ହୋଇଥିବା ଟଙ୍କା ନେଣଦେଣର ତଥ୍ୟ ବା ଆକାଉଣ୍ଟ ଟ୍ରାଞ୍ଜାକ୍ସନ ପୋଲିସ ହାତରେ ଲାଗିଛି । ଯାହାକୁ ଆଧାରକରି ଖୁବଶୀଘ୍ର ଯେଉଁମାନେ ପୋଲିସର ଜେରା ହୋଇଥିଲେ ସେମାନେ ପୁଣି ହାଜର ହୋଇପାରନ୍ତି । ଏପରିକି ଆକାଉଣ୍ଟ ଜରିଆରେ ହୋଇଥିବା ଟଙ୍କା ନେଣଦେଣ ନେଇ ପୋଲିସ ପଚରାଉଚରା କରିପାରେ । ଯଦି ଆର୍ଥିକ କାରବାର ନେଇ କିଛି ବିବାଦ ଥାଏ ତେବେ ପୋଲିସ ସେ ଦିଗକୁ ଯାଞ୍ଚ କରିପାରେ‌। ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଯେଉଁ ମାନଙ୍କୁ ପୋଲିସ ପଚରାଉଚୁରା କରୁଛି ସେମାନଙ୍କଠାରୁ ପୁରା ତଥ୍ୟ ପାଇବା ପରେ ଶେଷରେ ମନ୍ତ୍ରୀଙ୍କୁ ପଚରାଉଚରା କରିବ ଲାଗି ପୋଲିସ ପ୍ରସ୍ତୁତ ହେଉଛି ।

ଏହା ବି ପଢନ୍ତୁ- Dharmendra Death Mystery: ମନ୍ତ୍ରୀଙ୍କ ସମ୍ପୃକ୍ତିରୁ ତଦନ୍ତ ବାଟବଣା ! କାହିଁକି ପୋଲିସ ଚୁପ ?

ରାଜନୈତିକ ମହଲରେ ଏହି ମାମଲାକୁ ନେଇ ଚାପ ବଢିବା ପରେ ପୋଲିସ ତଦନ୍ତକୁ ଆଗକୁ ବଢାଇଛି । ସେପଟେ ବିରୋଧୀ ଏହାକୁ ଅସ୍ତ୍ର କରି ନବୀନ ନିବାସ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେଣି । ଫଳରେ ପୋଲିସ ମନ୍ତ୍ରୀଙ୍କୁ ପଚରାଉଚରା ପାଇଁ କିଛି ପ୍ରଶ୍ନ ସହ ପୁରା ପ୍ରସ୍ତୁତ ହେଲାଣି । ଖୁବଶୀଘ୍ର ମନ୍ତ୍ରୀଙ୍କ ଘରକୁ ଯାଇ ନଚେତ ପୋଲିସ ତାଙ୍କୁ ଡକାଇ ପଚରାଉଚରା କରିପାରେ। ଏନେଇ କମିଶନରେଟ ପୋଲିସର ବିଶେଷ ସୂତ୍ରରୁ ସୁଚନା ମିଳିଛି। ମୃତ୍ୟୁ ପୁର୍ବରୁ ଧର୍ମେନ୍ଦ୍ର ଏକ ଅଡିଓ କଲ୍‌ରେ ନିଜ ବନ୍ଧୁଙ୍କୁ ତାଙ୍କ ମୃତ୍ୟୁ ପାଇଁ କିଛି ଲୋକଙ୍କ ନାଁ ନେଇଥିଲେ । ଯେଉଁଥିରେ ଶିକ୍ଷା ମନ୍ତ୍ରୀଙ୍କ ନାଁ ରହିଥିଲା । ସେ ନେଇ ମନ୍ତ୍ରୀଙ୍କୁ ପଚରାଉଚରା ହୋଇପାରେ ।

ଏହା ବି ପଢନ୍ତୁ- ଧର୍ମେନ୍ଦ୍ର ମୃତ୍ୟୁ ଘଟଣା: ନବୀନ ନିବାସ ସମ୍ମୁଖରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

ଏ ନେଇ ପୋଲିସ ମନ୍ତ୍ରୀଙ୍କୁ ଖୁବଶୀଘ୍ର ନୋଟିସ ଜାରି କରିବ। ନୋଟିସର ଜବାବ ମନ୍ତ୍ରୀ କିପରି ଦେବେ ପୋଲିସ ପାଖରେ ହାଜର‌ ହୋଇ ନା ଓକିଲ ଜରିଆରେ ନିଜ ପକ୍ଷ ରଖିବେ ତାହା ଏବେ ପ୍ରଶ୍ନ ଘେରକୁ ଆସିଛି । ଏ ମାମଲାରେ ପୂର୍ବରୁ ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସମେତ ଶ୍ବଶୁର ଓ ବିନ୍ଦାସ ଚିନୁ ଏବଂ ଠିକାଦାର ମୁନା ମହାପାତ୍ରଙ୍କୁ ପଚରାଉଚରା କରିଛି ପୋଲିସ । ଏହାସହ ଧର୍ମେନ୍ଦ୍ର ମୃତ୍ୟୁ ପୁର୍ବରୁ କଥା ହୋଇଥିବା ତାଙ୍କ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା ହୋଇଛି । ତେବେ କେବେ ପୋଲିସରେ ହାଜର ହେବେ ମନ୍ତ୍ରୀ ସେହି ଦିନକୁ ଅପେକ୍ଷା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details