ଓଡିଶା

odisha

ETV Bharat / state

ଦୀପାବଳିରେ କମିଶନରେଟ ପୋଲିସ ଆଲର୍ଟ, ଉଚ୍ଚ ଶବ୍ଦର ବାଣ ଫୁଟାଇଲେ ନିଆଯିବ ଆକ୍ସନ - ଭୁବନେଶ୍ବରରେ ଦୀପାବଳି

ରାଜଧାନୀରେ ଦୀପାବଳି ପାଇଁ ହାଇ ଆଲର୍ଟ । ରାତି ୧୦ ଟା ପରେ ବାଣ ଫୁଟେଇଲେ ଘରେ ପହଞ୍ଚିବ ପିସିଆର । ୧୨୫ ଡେସିବେଲର ଉଚ୍ଚ ଶବ୍ଦର ବାଣ ଫୁଟାଇଲେ ହୋଇପାରେ ଆକ୍ସନ। ଅଧିକ ପଢନ୍ତୁ

ଦୀପାବଳିରେ କମିଶନରେଟ ପୋଲିସ ଆଲର୍ଟ
ଦୀପାବଳିରେ କମିଶନରେଟ ପୋଲିସ ଆଲର୍ଟ

By

Published : Oct 24, 2022, 6:32 PM IST

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି ବା କାଳୀପୂଜା । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଦୀପାବଳି ଉତ୍ସବ ପାଳନ କରାଯାଉଛି । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ସନ୍ଧ୍ୟା ସମୟରେ ଦୀପ ଜଳାଇବା ସହ ବାଣଫୁଟା ଆରମ୍ଭ ହେବ । ଏନେଇ ରାଜଧାନୀରେ କମିଶନରେଟ ପୋଲିସ ତରଫରୁ ଆଲର୍ଟ ଜାରି କରାଯାଇଛି । ରାତି ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ରାଜଧାନୀବାସୀଙ୍କୁ ଅନୁମତି ଦିଆଯାଇଥିବା ବେଳେ ଯଦି କିଏ ନିୟମ ଉଲ୍ଲଘଂନ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଜଣେ ଲୋକାଲ ଥାନା ଓ ପିସିଆର ପାଟ୍ରୋଲିଂକୁ ଆଲର୍ଟ କରାଯାଇଛି। ଯେଉଁଠି ବାଣ ଫୁଟାଇବା ଶବ୍ଦ ଶୁଣାଯିବ ସେହି ସ୍ଥାନରେ ପିସିଆର ଭ୍ୟାନ ପହଞ୍ଚିବ। ଏଥି ସହ ୧୨୫ ଡେସିବେଲର ଉଚ୍ଚ ଶବ୍ଦର ବାଣ ଫୁଟାଇଲେ ହୋଇପାରେ ଆକ୍ସନ।

ଦୀପାବଳିରେ କମିଶନରେଟ ପୋଲିସ ଆଲର୍ଟ

ନିଶେଦ୍ଧାଞ୍ଚଳ ବିଶେଷ କରି କୋର୍ଟ, ହସ୍ପିଟାଲ,ସ୍କୁଲ କଲେଜ ବା ଶିକ୍ଷାନୁଷ୍ଠାନ ଆଦି ସ୍ଥାନଠାରୁ ୧୦୦ମିଟର ଦୂରରେ ବାଣ ଫୁଟାଇବାକୁ ନିବେଦନ କରାଯାଇଛି। ଏଥସହ ବରିଷ୍ଠ ନାଗରିକ ଓ ହାର୍ଟ ପେସେଣ୍ଟଙ୍କୁ ଦୃଷ୍ଟିରେ ରଖି ଉଚ୍ଚ ଶବ୍ଦର ବାଣ ନଫୁଟାଇବାକୁ ନିବେଦନ କରାଯାଇଛି। କେହି ଅମାନିଆ ନିୟମ ନ ମାନି ବାଣ ଫୁଟାଇଲେ ପୋଲିସର ପାଟ୍ରୋଲିଂ ୟୁନିଟ ନଚେତ ଥାନା ଅଧିକାରି ଏନେଇ ବୁଲି ବୁଲି ନଜର ରଖିବେ। ଏଥିସହ ଜଣେ ଏସିପିଙ୍କ ନେତୃତ୍ବରେ ଏକ ଟିମ ମଧ୍ୟ ଭୁବନେଶ୍ୱରରେ ପଇନ୍ତରା ମାରୁଛି । ବିଭିନ୍ନ ସ୍ଥାନରେ ବେଆଇନ଼ ବାଣ ବିକ୍ରି ଦୋକାନ ଉପରେ ଚଢାଉ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ

ବାଣ ଫୁଟାଇବା ସମୟରେ ଯଦି କୌଣସି ଅଘଟଣ ବା ଦୁର୍ଘଟଣା ଘଟେ ତେବେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏନେଇ ସବୁ ବିଭାଗକୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆଶୁ ଚିକିତ୍ସା କେନ୍ଦ୍ରରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଚକ୍ଷୁ, ଚର୍ମ ଏବଂ ଶଲ୍ୟ ବିଭାଗକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହାଛଡା ପୋଡାଜଳା ୱାର୍ଡରେ 8 ଶଯ୍ୟା ସଂରକ୍ଷିତ ରହିଛି । ଆଶୁ ଚିକିତ୍ସାଳୟରେ ସ୍ବତନ୍ତ୍ରଭାବେ ଡାକ୍ତର ରହିବା ସହିତ ଡ୍ରେସିଂ ରୁମରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ନିର୍ଦ୍ଦେଶ ରହିଛି । ବର୍ହିବିଭାଗ ବନ୍ଦ ପରେ ବି ଡାକ୍ତର ସଜାଗ ରହିବେ ଏବଂ ଡାକ୍ତରଙ୍କ ସହିତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ତେବେ ରାଜଧାନୀରେ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲାଗିଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଅନୁମତି ଦିଆଯାଇଥିଲା । ରାଜଧାନୀରେ ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ର 2ଟି ଚିହ୍ନଟ ସ୍ଥାନରେ ବାଣ ବିକ୍ରି କରାଯାଉଛି । ଆଜି ମଧ୍ୟ ବାଣ ଦୋକାନ ଗୁଡିକରେ ଭିଡ ପରିଲିକ୍ଷିତ ହୋଇଛି ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details