ଭୁବନେଶ୍ବର:ପୁଣି ଯୌତୁକ ଯୁଇରେ ଜଳିଲା ବଧୂ । ରାଜଧାନୀରେ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆଙ୍କ ମୃତ୍ୟୁ ଘଟଣା । ମହଙ୍ଗା ପଡିଲା ଯୌତୁକ ନିର୍ଯାତନା । ବଧୂ ହତ୍ୟା ମାମଲାରେ ଛନ୍ଦି ହେଲେ ଶୁଶୁ ଘର ଲୋକେ । ଶାଶୁ ଧରା ପଡିଥିବା ବେଳେ ଶ୍ୱଶୁର ଓ ସ୍ବାମୀ ଫେରାର । ତେବେ ଆଜି ସୁଶ୍ରୀଙ୍କ ଶାଶୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ବାମୀ, ଶ୍ୱଶୁର ଓ ନଣନ୍ଦ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ।
ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ନବବଧୂ ଆତ୍ମହତ୍ୟା ଘଟଣାରେ ଶାଶୁକୁ କୋର୍ଟ ଚାଲାଣ କରିଛି ପୋଲିସ । ସ୍ବାମୀ ପ୍ରବିଣ ଚନ୍ଦ୍ର ନାୟକ ଓ ଶ୍ୱଶୁର ଓ ନଣନ୍ଦ ଫେରାର । ସୁଶ୍ରୀଙ୍କୁ ଶାଶୁ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ନେଇ ମିଳିଛି ପ୍ରମାଣ । ତେବେ ଏନେଇ ସୁଶ୍ରୀ ଙ୍କ ମୋବାଇଲ ର ସିଡିଆର ଯାଞ୍ଚ କରୁଛି ପୋଲିସ। ଫେରାର ଥିବା ସ୍ବାମୀ ଶଶୁର ଓ ନଣନ୍ଦ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି । ଦୀପାବଳି ରାତିରେ କଳିଙ୍ଗ ବିହାର k9 ସ୍ଥିତ ଘରେ ବେକରେ ରଶି ଲଗାଇ ଜୀବନ ହାରିଥିଲେ ଶୁଶ୍ରୀ ।