ଓଡିଶା

odisha

ETV Bharat / state

କମିଶନରେଟ ପୋଲିସ କବଜାରେ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ, ଟ୍ବିନ ସିଟିରେ ବୁଲାଉଥିଲେ କଳାକନା - ରାଜ୍ୟରେ ମାତୁଛନ୍ତି ବାହାର ଅନ୍ତରାଜ୍ୟ ଚୋର

ରାଜ୍ୟରେ ମାତୁଛନ୍ତି ବାହାର ଅନ୍ତରାଜ୍ୟ ଚୋର । ଭୁବନେଶ୍ୱର ଓ କଟକରେ ୧୨ଟି ସ୍ଥାନରେ ଚୋରି କରିଛନ୍ତି ଏହି ତାମିଲନାଡୁ ଲୁଟେରା । ତାମିଲନାଡୁ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଟ୍ବିନ ସିଟିରେ ୧୨ଟି ସ୍ଥାନରେ କରିଥିଲେ ଚୋରି
ଟ୍ବିନ ସିଟିରେ ୧୨ଟି ସ୍ଥାନରେ କରିଥିଲେ ଚୋରି

By

Published : Mar 23, 2023, 8:58 PM IST

ରାଜ୍ୟରେ ମାତୁଛନ୍ତି ଅନ୍ତରାଜ୍ୟ ଚୋର

ଭୁବନେଶ୍ବର: ସାବଧାନ୍ ରାଜ୍ୟରେ ମାତୁଛନ୍ତି ଅନ୍ତଃରାଜ୍ୟ ଚୋର । କିଛି ସମୟରେ ଲୁଟି ନେବେ ଏବଂ ଆପଣ ଜାଣି ପାରିବେ ନାହିଁ । ଚୋରି କରିବାର ରହିଛି ଭିନ୍ନଭିନ୍ନ ଢଙ୍ଗ । ଚୋରି କରନ୍ତି ଧରାପଡ଼ିଲେ ଭିନ୍ନକ୍ଷମର ଅଭିନୟ କରନ୍ତି । ଏଭଳି କିଛି ଭିନ୍ନ ଧରଣର ତାମିଲନାଡୁ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ । ଏହି ଗ୍ୟାଙ୍ଗଟି ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ । ଗତ ତିନିମାସ ହେବ ଭୁବନେଶ୍ୱରରେ ସକ୍ରିୟ ଲୋକଙ୍କୁ ଲୁଟୁଥିଲେ ।

୩ ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲିବୁଲି କରୁଥିଲେ ଚୋରି । ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେଇଛି କମିଶନରେଟ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ତେବେ ପ୍ରତୀକ ସିଂ କହିଛନ୍ତି, ‘‘ଗ୍ୟାଙ୍ଗର ସମସ୍ତ ସଦସ୍ୟ ତାମିଲନାଡୁର । ପ୍ରଥମେ ଘରକୁ ଘର ବୁଲି ଯାଞ୍ଚ କରୁଥିଲେ ଚୋର । ଏହାପରେ ଘରେ କହି ନଥିବା ଅବସ୍ଥାରେ ଚୋରି କରୁଥିଲେ ।

ଯେଭଳି ଲୋକଙ୍କୁ କିଛି ସନ୍ଦେହ ନହେବା ତାର ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଚୋରି ସମୟରେ ବେଶ ଭଲ ଅଭିନୟ କରୁଥିଲେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଅନ୍ୟପଟେ ଏମାନଙ୍କର କୌଣସି କେସ୍‌ ହିଷ୍ଟ୍ରି ନଥିବାରୁ ଏମାନଙ୍କୁ ଧରିବା କଷ୍ଟ ହେଉଥିଲା ବୋଲି କହିଛନ୍ତି ଭୁବନେଶ୍ୱର ଡ଼ିସିପି । ଭୁବନେଶ୍ୱର ଓ କଟକରେ ୧୨ଟି ସ୍ଥାନରେ ଚୋରି କରିଛନ୍ତି ଏହି ତାମିଲନାଡୁ ଲୁଟେରା । ତେବେ ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏମାନଙ୍କ ବୟସ ୩୫ରୁ ୫୦ ବର୍ଷ ଭିତରେ ରହିଛି ।

ତାଙ୍କ ନିକଟରୁ ୪ଟି ଲାପ୍‌ଟପ୍‌ ୭ଟି ମୋବାଇଲ ଫୋନ୍‌, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବତ ହୋଇଛି । ଏହାସହ ନକଲି ଭିନକ୍ଷମ ସାର୍ଟିଫିକେଟ ଓ ନକଲି ପରିଚୟ ପତ୍ର ବା ଆଇ କାର୍ଡ ଜବତ କରିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ଭୁବନେଶ୍ୱରବାସୀଙ୍କୁ ସଚେତନ କରାଇଛନ୍ତି ଭୁବନେଶ୍ୱର ଡିସିପି । ଘରୁ ଯେତେବେଳେ ବାହାରୁଛନ୍ତି ସେତେବେଳେ ଘରକୁ ଭଲଭାବେ ତାଲା ପକାଇବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି ।

ଏହି ଅନ୍ତଃରାଜ୍ୟ ଗ୍ୟାଙ୍ଗର ତିନିଜଣ ଲୁଟେରା ଧରାପଡିଥିବା ବେଳେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ତେଣୁ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିବା ବେଳେ ଗିରଫ ତିନି ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details