ଓଡିଶା

odisha

ETV Bharat / state

ବାହାଘର ପାଇଁ ଚୋରି କରୁଥିଲେ ଯୁବକ, କୁଖାତ ଚୋରକୁ ବାନ୍ଧିଲା ପୋଲିସ

କମିଶନରେଟ ପୋଲିସ ପଞ୍ଝାରେ କୁଖ୍ୟାତ ଚୋର ସଞ୍ଜୟ ନିଶାଙ୍କ । ତାଲା ପଡିଥିବା ଘରୁ ଚୋରି କରିବା ଅଭିଯୋଗରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ବାହାଘର ପାଇଁ ଚୋରି କରୁଥିଲେ ଯୁବକ
ବାହାଘର ପାଇଁ ଚୋରି କରୁଥିଲେ ଯୁବକ

By

Published : Oct 24, 2022, 7:46 PM IST

ଭୁବନେଶ୍ବର:ଚୋରି ନିଶା ବଦଳାଇ ଦେଲା ପେଶା । ବିବିଏ ଛାତ୍ରରୁ ବନିଗେଲେ କୁଖ୍ୟାତ ଚୋର । ବନ୍ଦ ପଡିଥିବା ଘରର ତାଲା ଭାଙ୍ଗି ଲୁଟୁଥିଲେ ସୁନା, ରୂପା ଅଳଙ୍କାର ସହ ଇଲେକ୍ଟ୍ରୋନିକ ଗ୍ୟାଜେଟ ଓ ମୋବାଇଲ । ଏଥି ସହ ଲୋକଙ୍କ ଘରୁ କିଛି ମହିଳାଙ୍କର ଅନ୍ତବସ୍ତ୍ର ମଧ୍ୟ ଚୋରି କରୁଥିଲେ । ଚୋରି କରି ଧରାପଡିବା ପରେ କମିଶନରେଟ ପୋଲିସ ପଞ୍ଝାରେ ଏବେ କୁଖ୍ୟାତ ଚୋର ସଞ୍ଜୟ ନିଶାଙ୍କ । ଭୁବନେଶ୍ବରରୁ ଏହି ଯୁବକଙ୍କୁ ଗିରଫ କରିଛି ପୋଲିସ। ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗ ଆସିବା ପରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି ।

ବାହାଘର ପାଇଁ ଚୋରି କରୁଥିଲେ ଯୁବକ

ବାହାଘର ପାଇଁ ଚୋରି

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯୁବକ ଜଣଙ୍କ ୨୦୧୮ ମସିହାରେ ଚୋରି କରି ଗାର୍ଲଫ୍ରେଣ୍ଡ ପଛରେ ଖର୍ଚ୍ଚ କରୁଥିଲା । ଆଉ ଏବେ ଚୋରି କରି ନିଜ ବାହାଘର ପାଇଁ ଟଙ୍କା ସଞ୍ଚୟ କରି ରଖୁଥୁଲା । କିନ୍ତୁ ଗିରଫ ହେବା ପରେ ସଞ୍ଜୟର ବିବାହ ହେବା ସ୍ବପ୍ନରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି ।

କେମିତି ଚୋରି କରୁଥିଲା କୁଖ୍ୟାତ ଚୋର

ଗିରଫ ଯୁବକ ଜଣଙ୍କ ହେଉଛନ୍ତି ସଞ୍ଜୟ ନିଶାଙ୍କ, ଘର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଶରଧାପୁରରେ । ସେ ଭୁବନେଶ୍ବର ଗୋଟିଏ ପ୍ରତିଷ୍ଠିତ କଲେଜରେ ପାଠ ପଢୁଥିଲେ । ପଢା ସରିବା ପରେ ସେ ଏକ କମ୍ପାନୀରେ କାମ କରୁଥିଲା । ସେଠାରେ ମାସିକ ୨୦ରୁ ୨୫ ହଜାର ଟଙ୍କା ମଧ୍ୟ ପାଉଥିଲେ । ଏହାପରେ ଚୋରି ନିଶା ବଦଳାଇ ଦେଇଥିଲା ତାଙ୍କ ପେଶା । କିଛି ଡେଲିଭରି ସଂସ୍ଥାରେ କାମ କରିବା ବେଳେ ଯେଉଁ ଘରେ ତାଲ ପଡିଥିଲା ତାହା ଉପରେ ନଜର ରଖିଥିଲା ଅଭିଯକ୍ତ ଜଣଙ୍କ । ଏହାପରେ ମଉକା ଦେଖି ଚଉକା ମାରୁଥିଲା ସଞ୍ଜୟ । କଟରରେ ଘରର ତାଲା କାଟି ସୁନା ରୂପା ଓ ଦାମି ଜନିଷ ଧରି ଚମ୍ପଟ ମାରୁଥିଲା । ଏମିତିକି ମହିଳାଙ୍କ ଅନ୍ତବସ୍ତ୍ର ନେବାକୁ ପଛାଉନଥିଲା ।

କେମିତି ପୋଲିସ ପଞ୍ଝାରେ ଫସିଗଲା ସଞ୍ଜୟ

ଗତ କିଛି ଦିନ ଧରି ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ କରୁ କରୁ ସବୁ କିଛି ଜଣାପଡିଥିଲା । ସଞ୍ଜୟର ପିଛା କରି ଖଣ୍ଡଗିରି ଥାନା ସୋଭାଗ୍ୟ ନଗର ଅଞ୍ଚଳରୁ ଏହି କୁଖ୍ୟାତ ଚୋର ସଞ୍ଜୟ ନିଶାଙ୍କକୁ ଗିରଫ କରିଥିଲା ପୋଲିସ। ଏହାପରେ ତା ରୁମରୁ ସର୍ଚ୍ଚ ବେଳେ ୪୨୩ ଗ୍ରାମର ସୁନା ଅଳଙ୍କାର ସହ ୬୫୦ଗ୍ରାମର ରୂପା ଅଳଙ୍କାର ,୨ଟି ଲାପଟପ ଓ କିଛି ଚୋରି ସମୟରେ ବ୍ୟବହୃତ ସ୍ବତନ୍ତ୍ର ଟେକନିକର କଟର ଜବତ କରିଛି ପୋଲିସ । ନୟାପଲ୍ଲୀ ଥାନାରେ ତା ନାରେ ୩ଟି କେସ ଓ ଚନ୍ଦ୍ରଶେଖରସପୁର ଅଞ୍ଚଳରେସ ୨ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ସୂଚାନ ଦେଇଛନ୍ତି ସ୍ପେଶାଲ ସ୍କ୍ବାଡ ଏସିପି ସଞ୍ଜିବ ଶତପଥି ।

ଏସିପି ସଞ୍ଜିବ ଶତପଥି କହିଛନ୍ତି, ''ଗିରଫ ଅଭିଯୁକ୍ତର ଚୋରିର ଟେକନିକରୁ ଏହାକୁ ଧରିବା ସହଜ ହୋଇଥିଲା । ବିଶେଷ କରି ଘରେ ତାଲା ପକାଇ ବାହାରକୁ ବୁଲିବାକୁ ଯାଉଥିବା ଲୋକଙ୍କ ଘରେ ଏହିପରି ଢଙ୍ଗରେ ଚୋରି କରୁଥିଲା ସଞ୍ଜୟ । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସିପି ।''

ତେବେ ୨୦୧୮ ମସିହାରେ ଠିକ ଏହିପରି ଢଙ୍ଗରେ ଚୋରି କରି ପୋଲିସ ଦ୍ବାରା ଗିରଫ ହୋଇଥିଲା ଅଭିଯୁକ୍ତ ସଞ୍ଜୟ । ତା ନିକଟରୁ କିଛି ମୋବାଇଲ ଓ ଲାପଟପ ଜବତ କରିଥିଲା ପୋଲିସ ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details