ଭୁବନେଶ୍ୱର: ରାଜଧାନୀରେ ହାଇପ୍ରୋଫାଇଲ ଗଞ୍ଜେଇ କାରବାର ପର୍ଦ୍ଦାଫାସ । ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ଗଚ୍ଛିତ ହେଉଥିବା ଗଞ୍ଜେଇ ଗୋଦାମ ଠାବ । କୋଲକାତା ଚାଲାଣ ହେଉଥିବା ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କମିସନରେଟ୍ ପୋଲିସ । ୪ ଅଭିଯୁକ୍ତଙ୍କୁ ଗିରଫ ସହ ଦୁଇଟି କାର ଏବଂ ମୋବାଇଲ ଫୋନ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୧୩ଲକ୍ଷ ଟଙ୍କା ଏବଂ ଗାଡି ଦୁଇଟି ୨୦ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।
ସ୍ପେଶାଲ କ୍ରାଇମ୍ ୟୁନିଟ ଅତିରିକ୍ତ ଡିସିପି ସଞ୍ଜୀବ ଶତପଥିଙ୍କ ସୁଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ଭୁବନେଶ୍ୱରର ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳ ଇନ୍ଦିରା କଲୋନିରେ ଏକ ଡୁପ୍ଲେକ୍ସ ଘରକୁ ଭଡ଼ା ନେଇଥିଲେ । ପରେ କଲିକତାର କିଛି ଗଞ୍ଜେଇ ବେପାରୀଙ୍କ ଠାରୁ ୟୁପିଆଇ ଜରିଆରେ ଆଡଭାନ୍ସ ନେଇ ଗଞ୍ଜେଇ ଡେଲିଭେରି ପାଇଁ ଅର୍ଡର ନେଉଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସତିଶ ପ୍ରଧାନ ଓ ଅନିଲ କୁମାର ଦିଗଲ ଫୁଲବାଣୀରୁ ଗଞ୍ଜେଇ କେଉଁଠୁ ଆସିବ କେଉଁଠୁ ଲୋଡ ହେବ ସେନେଇ ବୁଝାବୁଝି କରୁଥିଲେ । ସେପଟେ ଭୁବନେଶ୍ବରର ଥିବା ଅଭିଯୁକ୍ତ ଚନ୍ଦନ କୁମାର ପୃଷ୍ଟି ନିଜର କାର ସହ ସମ୍ପର୍କୀୟର କାର ନେଇ ଫୁଲବାଣୀ ଯାଉଥିଲେ । ସେଠାରେ ଗଞ୍ଜେଇ ଲୋଡ କରି ମୁଖ୍ୟ ରାସ୍ତା ନଦେଇ ଗଳାବାଟରେ ଗଞ୍ଜେଇ ଆଣୁଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଫିରିଙ୍ଗିଆ ପୋଲିସକୁ ସଫଳତା, ୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ