ଓଡିଶା

odisha

ETV Bharat / state

ପ୍ରାୟ 12ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 5 ବେପାରୀ ଗିରଫ - 112 ଗ୍ରାମର ବ୍ରାଉନ ସୁଗାର ଜବତ

ପୋଲିସ ହାତରେ 5 ବ୍ରାଉନସୁଗାର ବେପାରୀ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ । କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମର ଟୋଲପ୍ଲାଜା ଅଞ୍ଚଳରେ ମିଳିତ ଚଢାଉ ।

commisnorate-police-qat-seize-brown-suger-and-seller-atrrested
ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

By

Published : Dec 19, 2019, 8:49 AM IST

ଖୋର୍ଦ୍ଧା: ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ । ପୋଲିସର କୁଇକ ଆକ୍ସନ ଟିମର ମିଳିତ ଉଦ୍ୟମରେ ସଂପୃକ୍ତ ପାଞ୍ଚ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।

112 ଗ୍ରାମର ବ୍ରାଉନ ସୁଗାର ଜବତ, ପାଞ୍ଚ ବେପାରୀ ଗିରଫ

ଜଟଣୀ ପୋଲିସ,ଖଣ୍ଡଗିରି ପୋଲିସ ଓ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମର ଆଇଗଣିଆ ଓ ଗଙ୍ଗପଡା ଟୋଲପ୍ଲାଜା ଅଞ୍ଚଳରେ ମିଳିତ ଚଢାଉ 112 ଗ୍ରାମର ବ୍ରାଉନ ସୁଗାର ଜବତ । ମୋଟ ବ୍ରାଉନ ସୁଗାରର ମୂଲ୍ୟ 11 ଲକ୍ଷ 20 ହଜାର ଟଙ୍କା ହେବ । ଏହାଛଡା 22ହଜାର 7ଶହ ଟଙ୍କା ସହ ଗୋଟିଏ ଅଟୋ ରିକ୍ସା , 3ବାଇକ୍ , 6 ମୋବାଇଲ ଫୋନ ଜବତ ହୋଇଛି । ଗିରଫ ଯୁବକମାନେ ହେଲେ ଖୋର୍ଦ୍ଧା ମୁସଲିମ ସାହିର ସେକ ସଲିମ, ଖଣ୍ଡଗିରୀ ଜଦୁପୁର ଗ୍ରାମର ପିଙ୍କୁ ଖାଁ , ଜଳେଶ୍ବରର ସେକ ଇମାନ , ଖୋର୍ଦ୍ଧା ପାନବରଜ ଗ୍ରାମର ସାଗର ପାହାଡସିଂହ , ଜଳେଶ୍ବରର ସେକ ସାକିର । କମିଶନରେଟ ପୋଲିସ ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details