ଚନ୍ଦ୍ରଶେଖରପୁର ନାଲୋକ ଛକରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ଗାୟତ୍ରୀ । ଗାଡିମଟର ଓ ଜନଗହଳିକୁ ନିୟନ୍ତ୍ରଣ ଭିତରେ ଦେଖିବାକୁ ମିଳିଥିଲା ତାଙ୍କର ମହନୀୟତା । ଜଣେ ଦୃଷ୍ଟିହୀନ ବ୍ୟକ୍ତି ରାସ୍ତା ପାର ହୋଇପାରୁନଥିବା ବେଳେ ରାସ୍ତା ପାର କରାଥିଲେ ଗାୟତ୍ରୀ । ଏହା ପରେ ସେହି ଯୁବକ ଜଣକୁ ଏକ ଅଟୋ ରିକ୍ସାରେ ବସାଇଥିଲେ । ଆଉ ଠିକ ଏହି ସମୟରେ କେହି ଜଣେ ଘଟଣାକୁ ସମୂର୍ଣ୍ଣ ରୂପେ ରେକର୍ଡ କରିଥିଲେ ।
ଦୃଷ୍ଟିହୀନ ଯୁବକକୁ ସାହାଯ୍ୟ, ସାବସି ଦେଲେ କମିଶନର - constable
ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ରାସ୍ତା କଡେଇ ନେଉଥିଲେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ସମ୍ବର୍ଦ୍ଧନା କରିଛନ୍ତି କମିଶନର ।

ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଦେଖିବାକୁ ମିଳିଥିଲା ସୋସିଆଲ ମିଡିଆରେ । ଏପରି ଜଣେ ମହିଳା ଟ୍ରାଫିକ କନେଷ୍ଟବଳଙ୍କର ମାନବିକତା ତାକୁ ଦେଖି ସମସ୍ତଙ୍କର ପ୍ରିୟ ପାଲଟିଥିଲେ । ଏମିତିକି କମିଶନର ଶୁକ୍ରବାର ଗାୟତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ ପ୍ରେରଣା ଦାୟୀ ବୋଲି କମିଶନର କହିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ