ଖୋର୍ଦ୍ଧା: ପୁଣି ଦୁର୍ଘଟଣାର ଶିକାର ହେଲା ଯାତ୍ରୀବାହୀ ବସ । ଖୋର୍ଦ୍ଧା ଏନଏଚ 16 ଟାଙ୍ଗୀ ପାରିଓରଡ଼ ଛକ ନିକଟରେ ଘଟିଛି ଦୁର୍ଘଟଣା । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏସ୍ଏସ୍ଆରବିଏସ୍ ନାମକ ଏକ ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଖୋର୍ଦ୍ଧା ଏନଏଚରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, 20 ଆହତ - accident
ଖୋର୍ଦ୍ଧା ଏନଏଚ 16 ଟାଙ୍ଗୀ ପାରିଓରଡ଼ ଛକ ନିକଟରେ ବସ ଦୁର୍ଘଟଣା । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏସ୍ଏସ୍ଆରବିଏସ୍ ନାମକ ଏକ ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।
![ଖୋର୍ଦ୍ଧା ଏନଏଚରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, 20 ଆହତ](https://etvbharatimages.akamaized.net/etvbharat/images/768-512-2795466-20-74749371-ea7b-4417-abb4-77ed0990ab99.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳାରେ ପହଞ୍ଚି ସହାୟତା ଜାରି ରଖିଛି । ସମସ୍ତ ଆହତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବସ୍ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା କାରଣରୁ ଏଭଳି ଅଘଟଣ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ