ଭୁବନେଶ୍ବର:ଭାରତୀୟ ହକିର ଗୌରବମୟ ଇତିହାସ ପଢିବେ କଲେଜ ଛାତ୍ରଛାତ୍ରୀ । ପ୍ରତ୍ୟେକ ସୋମବାର କଲେଜ ଛାତ୍ରଛାତ୍ରୀ ହକିର ସୁବର୍ଣ୍ଣ ଓ ଗୌରବମୟ ଗାଥା ସମ୍ପର୍କରେ ପଢିବା ସହ ଆଲୋଚନା କରିବେ । ଉଭୟ ଇଂରାଜୀ ଏବଂ ଓଡିଆ ଭାଷାରେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ବାର୍ତ୍ତା ଦିଆଯିବ । ଏନେଇ ରାଜ୍ୟର ସମସ୍ତ ସରକାରୀ କଲେଜ, 488 ବର୍ଗ ଅନ୍ତର୍ଗତ ଅଣ-ସରକାରୀ ସହାୟକ କଲେଜ ଏବଂ 662 ବର୍ଗ ଅନ୍ତର୍ଗତ ଅଣ-ସରକାରୀ ସହାୟକ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏଥିସହ କଲେଜ କ୍ୟାମ୍ପସ୍ର ପ୍ରମୁଖ ସ୍ଥାନରେ ଫ୍ଲେକ୍ସି ବ୍ୟାନର ଲଗାଯିବା ପାଇଁ ନିର୍ଦ୍ଦେଶ ହୋଇଛି ।
ଚିଠିରେ ଉଲ୍ଲେଖ ରହିଛି ଯେ, ହକି ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ବହୁ ବର୍ଷ ଧରି ଯୁବପିଢ଼ିକୁ ପ୍ରେରଣା ଦେଇଆସିଛି । ଭାରତୀୟ ହକି ଦଳ ସ୍ବାଧୀନତା ପୂର୍ବରୁ ଅଲିମ୍ପିକ୍ସରେ କ୍ରମାଗତ ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍ୱାଧୀନତା ପରେ ମଧ୍ୟ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । କ୍ରିକେଟ୍ ଯୁଗ ପୂର୍ବରୁ ହକି ଯୁବପିଢ଼ିଙ୍କୁ ପ୍ରେରଣା ଦେଉଥିଲା । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର 2020 ଏବଂ 2023 ମସିହାରେ ପୁରୁଷ ଓ ମହିଳା ହକି ବିଶ୍ୱକପକୁ ପ୍ରାୟୋଜିତ କରି ଯୁବକଙ୍କ ଶକ୍ତି ଖୋଲିବାକୁ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସାଇକେଲ !