ଓଡିଶା

odisha

ETV Bharat / state

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଥାନାରେ ଏତଲା - khordha video viral news

ବେଗୁନିଆ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କ ଦୁଇଟି ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ପୋଲିସ ଚୁପ ବସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

college-students-intimate-seen-video-viral-at-begunia-of-khordha-district
ବେଗୁନିଆ ଅଞ୍ଚଳରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

By

Published : Feb 4, 2020, 11:54 PM IST

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କ ଦୁଇଟି ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଥିବାବଳେ ସ୍ଥାନୀୟ ପୋଲିସ ଚୁପ ବସିଥିବା ଜଣାପଡିଛି ।

ବେଗୁନିଆ ଅଞ୍ଚଳରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଏକ କଲେଜ କ୍ୟାମ୍ପସ ପାଖରେ ଥିବା ଜଙ୍ଗଲ ଭିତରେ ନିର୍ଜନତାର ସୁଯୋଗ ନେଇ ଏହି ପ୍ରେମୀ ଯୁଗଳ ନିଜ ମୋବାଇଲରେ ସୁଟିଂ କରିଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କେତେବେଳେ କଲେଜ ଡ୍ରେସରେ ତ ଆଉ କେତେବେଳେ ସାଦା ପୋଷାକରେ ସୁଟିଂ ହୋଇଛି ଭିଡ଼ିଓ । ଉକ୍ତ ଭିଡ଼ିଓ ଭାଇରାଲ ହେବା ପରେ ମୋବାଇଲରୁ ମୋବାଇଲକୁ ଡେଇଁ ବୁଲୁଛି । ତେବେ ଜଣେ କଲେଜ ଛାତ୍ରୀଙ୍କର ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏନେଇ ମଧ୍ୟ ଥାନାରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କାହିଁକି ସ୍ଥାନୀୟ ପୋଲିସ ଗୁରୁତ୍ବ ଦେଉନାହିଁ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details