ଖୋର୍ଦ୍ଧା: ଭୁପେନ୍ଦର ସିଂ ପୁନିଆ ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବା ସହ ଆରମ୍ଭ କରି ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ପ୍ରଣାଳୀ । ସେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ବାତ୍ୟା ‘ଫନି’ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।
ଫନି ପରେ ନୂତନ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ବାତ୍ୟା ‘ଫନି’ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଭୁପେନ୍ଦର ସିଂ ପୁନିଆ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳ ବାସିନ୍ଦାଙ୍କ ଉଦ୍ଧାର, ଥଇଥାନ, ରିଲିଫ ଯୋଗାଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ଉପରେ ଜିଲ୍ଲାପାଳ ପୁନିଆ ଗୁରୁତ୍ୱ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ତାଙ୍କ ସହିତ ଫନି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପାଇଥିବା ଭି. କିଶନ କୁମାର ମଧ୍ୟ ଯୋଗଦେଇ ତୁରନ୍ତ ରିଲିଫ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ