ଓଡିଶା

odisha

ETV Bharat / state

ଲୋକଙ୍କ କିସ୍ତି ଟଙ୍କା ନେଇ ମାରିଥିଲା ଛୁ , ଭୁବନେଶ୍ୱରରୁ କଲେକ୍ସନ ବୟକୁ ଉଠାଇଲା ପୋଲିସ - ଫାଇନାନ୍ସ କମ୍ପାନୀରେ ଚାକିରୀ ବେଳେ ମାଡ଼ି ବସିଲା ପୋଲିସ

କିସ୍ତି ଟଙ୍କା କଲେକ୍ସନ କରି କମ୍ପାନୀକୁ ଲଗାଇଥିଲା ଚୁନ । ଆଉ ଏକ ଫାଇନାନ୍ସ କମ୍ପାନୀରେ ଚାକିରୀ ବେଳେ ମାଡ଼ି ବସିଲା ପୋଲିସ । ଅଧିକ ପଢନ୍ତୁ

collection boy  Abhisek patra
collection boy Abhisek patra

By

Published : Mar 3, 2023, 11:04 PM IST

ଭୁବନେଶ୍ବର:ଲୋକଙ୍କ ଅସୁବିଧା ବେଳେ କଲେକ୍ସନ ବୟ ପକାଉଥିଲା ଚାପ । କିସ୍ତି ଟଙ୍କା କଲେକ୍ସନ କରି କମ୍ପାନୀକୁ ଲଗାଇଥିଲା ଚୁନ। ପୁରୀ ସଦର ଥାନା ଅଞ୍ଚଳରୁ ୧ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲା କଲେକ୍ସନ ବୟ। ଶେଷରେ ଆଉ ଏକ ଫାଇନାନ୍ସ କମ୍ପାନୀରେ ଚାକିରୀ ବେଳେ ମାଡ଼ି ବସିଲା ପୋଲିସ। ହେଲେ ସେଠାରେ ସେ ନିଜ ପରିଚୟ ବଦଳାଇ ପୋଲିସକୁ ଭୁଆଁ ବୁଲାଉଥିଲା । ଶେଷରେ ପୋଲିସର ନଜରରେ ଖସି ନ ପାରି ଧରାପଡିଛି ଫାଇନାନ୍ସିଆଲ୍ କଲେକ୍ସନ ବୟ ଅଭିଶେକ ପାତ୍ର । ଯାହାର ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ତାଙ୍କୁ ଭୁବନେଶ୍ୱର ଆଇଡିଏଫସି ଅଫିସ ରୁ ଉଠାଇ ନେଇଛି ପୁରୀ ସଦର ଥାନା ପୋଲିସ ।

ସୁଚନା ମୁତାବକ , କୋଭିଡ ସମୟରେ ୨୦୨୦ ଓ ୨୦୨୧ ସମୟରେ ଲୋକେ କରୋନା ସହ ସଂଗ୍ରାମ କରି ଘରେ ବନ୍ଦ ରହିଥିଲେ। ହେଲେ ଫାଇନାନ୍ସ କମ୍ପାନୀ ସାଟିନ ଠାରୁ ମାଇକ୍ରୋ ଫାଇନାନ୍ସ ନେଇଥିବା ଅନେକ ଲୋକେ କିନ୍ତୁ ଅସୁବିଧାରେ ଥାଇ କିସ୍ତି ଭରୁଥିଲେ। ଏପରିକି କିଛି ଲୋକଙ୍କୁ ସେହି ଅଞ୍ଚଳର କଲେକ୍ସନ ଦାୟିତ୍ବରେ ଥିବା କର୍ମଚାରୀ ଅଭିଷେକ ପାତ୍ର ଟଙ୍କା ଯେମିତି ହେଲେ ଦିଅନ୍ତୁ କହି ଏପରିକି ଲୋକଙ୍କୁ ଅସୁବିଧା ସମୟରେ ଚାପ ପକାଇ ଲୋକଙ୍କ କିସ୍ତି କଲେକ୍ସନ କରୁଥିଲା ।

ହେଲେ କଲେକ୍ସନ ଟଙ୍କାକୁ କମ୍ପାନୀରେ‌ ଡିପୋଜିଟ ନ କରି ନିଜ ପାଖରେ ରଖୁଥିଲା । ଲୋକଙ୍କୁ ରସିଦ ଦିଆଯାଇଥିଲେ ମଧ୍ୟ ଟଙ୍କା କିନ୍ତୁ କମ୍ପାନୀ ପାଖରେ ପହଞ୍ଚୁ ନ ଥିଲା । ଏନେଇ କମ୍ପାନୀ ପକ୍ଷରୁ ଲୋକଙ୍କୁ ଯୋଗାଯୋଗ କରି ଟଙ୍କା ପାଇଁ କୁହାଯିବା ପରେଲୋକେ ଟଙ୍କା କିସ୍ତି ଦେଇଥିବା ବେଳେ ତା'ର ରସିଦ ଥିବା କହିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ଟଙ୍କା କଲେକ୍ସନ ନିଜେ ଚଳୁ କରିଥିବା ଜାଣିବା ପରେ ଆଉ ଧରାଛୁଆ ଦେଇ ନ ଥିଲା ଅଭିଷେକ ।

ଏନେଇ କମ୍ପାନୀ ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା । ସଦର ଥାନାରେ ଏକ ତିନିଜଣିଆ ଟିମ୍ ଓ କିଛି ଜମାକାରୀ ଯେଉଁମାନେ ଟଙ୍କା ଦେଇଥିଲେ ସେମାନଙ୍କ ତଥ୍ୟ ଆଧାରରେ ଭୁବନେଶ୍ୱରର ଏକ ଫାଇନାନ୍ସ କମ୍ପାନୀରେ ଅଭିଶେକ କାମ କରୁଥିବା ବେଳେ ସହିଦନଗର ଥାନା ସହାୟତାରେ ଆଜି ଭୁବନେଶ୍ୱରରେ ଉଠାଇ ନେଇଥିଲା ପୋଲିସ । ଏନେଇ ସଦର ଥାନା ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details