ଭୁବନେଶ୍ବର:ରାଜ୍ୟରେ ଶୁଖିଲା ପାଗ ସହ ବଢିବ ଶୀତ । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେତୁ କମିବ ସାମୁଦ୍ରିକ ବାୟୁର ପ୍ରଭାବ । ତେଣୁ ଶୁଷ୍କତା ବୃଦ୍ଧି ସହ କମିବ ଜଳୀୟ ବାଷ୍ପରେ ମାତ୍ରା । ଏହା ସହ ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । ଏହାକୁ ନେଇ ୩ ରୁ ୫ ଡ଼ିଗ୍ରୀ ଯାଏ ଖସିବ ରାତ୍ରିର ତାପମାତ୍ରା ।
ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡରୁ ମିଳିବନି ତ୍ରାହି । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା ଅହେତୁକ ଭାବରେ କମିବ । ଗତ ୨୪ ଘଣ୍ଟା ଭିତରେ ଝାରସୁଗୁଡାରେ ସର୍ବନିମ୍ନ ୧୨. ୪ ତାପମାତ୍ରା ରେକର୍ଡ କରାଯାଇଛି ।