ଓଡିଶା

odisha

ETV Bharat / state

ରାଜ୍ୟର ସବୁଠୁ ଥଣ୍ଡା ସହର ଜି ଉଦୟଗିରି, 10 ଡିଗ୍ରୀ ତଳେ 11 ସହର - ଜାରୀ ରହିଛି ଶୀତ ଲହରୀ

ଜାରୀ ରହିଛି ଶୀତ ଲହରୀ । ଶୀତର ପ୍ରକୋପ ଜାରି ରହିଥିବା ବେଳେ ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ପାରଦ ସ୍ତର କମିଛି । ଅଧିକ ପଢନ୍ତୁ

coldest city is g udayagiri
coldest city is g udayagiri

By

Published : Dec 20, 2022, 5:19 PM IST

coldest city is g udayagiri

ଭୁବନେଶ୍ବର: ରାଜ୍ୟରେ ଶୀତ ର ଲହରୀ ଜାରି ରହିଛି । ଶୀତର ପ୍ରକୋପ ଜାରି ରହିଥିବା ବେଳେ ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ପାରଦ ସ୍ତର କମିଛି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୫.୪ ଡିଗ୍ରିକୁ ଖସିଛି ପାରଦ। ଏଥିସହ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଫୁଲବାଣୀରେ ରାତ୍ରି ତାପମାତ୍ରା ୭.୫ ଡିଗ୍ରି, ସେମିଳିଗୁଡ଼ାର ରାତି ତାପମାତ୍ରା ୭ .୫ ଡିଗ୍ରି, କୋରାପୁଟରେ ୮.୦ ଡିଗ୍ରି,ଚିପିଲିମ ୧୦.୦ଡିଗ୍ରୀ , କେନ୍ଦୁଝରରେ ୮.୪ ଡିଗ୍ରି, ସୁନ୍ଦରଗଡ଼ରେ ୯.୦ଦିଗରେ ,କିରେଇ ୯.୦ ଡିଗ୍ରୀ , ଝାରସୁଗୁଡ଼ାରେ ୯.୬ ଡିଗ୍ରି , ଭବାନୀପାଟଣା ୧୦.୦ଡିଗ୍ରୀ , ଦାରିଙ୍ଗବାଡ଼ିରେ ୧୦.୦ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ଟ୍ବିନ-ସିଟି ଭୁବନେଶ୍ବର ରେ ୧୩.୬ ଡ଼ିଗ୍ରୀ ଏବଂ କଟକ ରେ ୧୩.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ବଭାବିକ ଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ । ତାପମାତ୍ରା ବୃଦ୍ଧି କିମ୍ବା ଶୀତ କମିବାର ଏବେ କୌଣସି ସମ୍ଭାବନା ନାହିଁ ।

ଅନ୍ୟପଟେ ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି। ଆଜି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ବଢିବ ରାତ୍ରି ତାପମାତ୍ରା କମିବ ଶୀତ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଗାମୀ ୨ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ , ୨ ଦିନ ପରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରା ରେ ବୃଦ୍ଧି ସମ୍ଭାବନା ଥିବା ବେଳେ ଶୀତର ପ୍ରକୋପ କମିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details