ଭୁବନେଶ୍ବର: ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ଗତ ଡିସେମ୍ବର ପାଇଁ ଜାରି କରିଥିବା ରାଜ୍ୟର ବେକାରୀ ତଥ୍ୟକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋରଦାର । ସିଏମଆଇଇ ରିପୋର୍ଟ ଅନୁସାରେ ସର୍ବନିମ୍ନ ବେକାରୀ ଓଡ଼ିଶାର ବୋଲି ଦର୍ଶାଯାଇଛି। ଏହି ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।
ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ‘‘ଏହା ଏକ ପ୍ରାୟୋଜିତ ସର୍ଭେ । ମୁଖ୍ୟମନ୍ତ୍ରୀ କାଚ ଘରେ ବସି ପ୍ରାୟୋଜିତ ସର୍ଭେ କରି ବାହା ବାହା ନନେଇ ବାହାରକୁ ଆସନ୍ତୁ । ଆଉ କେବେ ନିଯୁକ୍ତି ଦେବେ ବେକାର ଯୁବକ ଯୁବତୀ ମାନଙ୍କୁ କୁହନ୍ତୁ । ରାଜ୍ୟରେ ବେକାରୀ କମିବା ନେଇ ସିଏମଆଇଇର ସର୍ଭେ ରିପୋର୍ଟ ର ତଥ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଆଉ ଳଜ୍ଜ୍ୟାଜନକ । ବିଧାନସଭାରେ ନିଜେ ରାଜ୍ୟ ସରକାରଙ୍କ ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଉତ୍ତର ରଖିଥିଲେ ଓଡ଼ିଶାରେ ପ୍ରାୟ 8 ଲକ୍ଷ 80 ହଜାର 175 ଜଣ ବେକାର ଯୁବକ ଯୁବତୀ ନାମ ପଞ୍ଜୀକରଣ କରିଛନ୍ତି ଏମପ୍ଲୟମେଣ୍ଟ ଅଫିସରେ ।’’